Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବଡ ମା'ଙ୍କୁ ବରଫ ଦେବାକୁ ବାହାରିଥିଲେ, ସୁଟକେସ୍ ରୁ ମିଳିଲା ମୃତଦେହ

Smruti Parija
Browse all articles by Smruti Parija
·1 year ago·1 min read
ବଡ ମା'ଙ୍କୁ ବରଫ ଦେବାକୁ ବାହାରିଥିଲେ, ସୁଟକେସ୍ ରୁ ମିଳିଲା ମୃତଦେହ

Key Points

ଦିଲ୍ଲୀରେ ଲଜ୍ଜା

୯ ବର୍ଷର ନାବାଳିକାକୁ ଦୁଷ୍କର୍ମ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର

ଦେଶର ରାଜଧାନୀ ଦିଲ୍ଲୀରେ ଲଜ୍ଜା । ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର। ସୁଟ୍‌କେସ୍‌ ଭିତରୁ ଉଦ୍ଧାର ହେଲା ମୃତଦେହ । ଉତ୍ତର-ପୂର୍ବ ଦିଲ୍ଲୀ ଦୟାଲପୁର ଅଞ୍ଚଳରେ ଚାଞ୍ଚଲ୍ୟ। ଅଭିଯୁକ୍ତକୁ ଧରିବାକୁ ପୋଲିସର ୬ଟି ଟିମ୍‌ ଗଠନ। ଅଭିଯୁକ୍ତକୁ ଧରିବାକୁ ଏହି ଟିମ୍ ଗୁଡ଼ିକ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ସୂଚନା ଅନୁସାରେ ନିଜ ବଡ଼ ମାକୁ ବରଫ ଦେବାକୁ ଘରୁ ବାହାରିଥିଲା 9 ବର୍ଷର ନାବାଳିକା। ହେଲେ ଦୁଇ ଘଣ୍ଟା ପର ଯାଏ ସେ ଘରକୁ ଫେରିଲା ନାହିଁ। ତା ପରେ ବାପା ତାକୁ ଖୋଜିବା ଆରମ୍ଭ କରିଥିଲେ। ସେଠାରୁ 200 ମିଟର ଦୂରରେ ଥିବା ଏକ ବହୁତଳ କୋଠାକୁ ଝିଅଟି ଯାଉଥିବା ସେ ଜଣଙ୍କଠାରୁ ଖବର ପାଇଥିଲେ।


ବାପା ଯେତେବେଳେ ସେହି ଫ୍ଲାଟର ଦ୍ବିତୀୟ ମହଲାରେ ପହଞ୍ଚିଲେ ସେଠାରେ ମୁଖ୍ୟ ଗେଟରେ ବାହାରୁ ତାଲା ପଡ଼ିଥିଲା। ତାଲା ଭାଙ୍ଗି ବାପା ଭିତରକୁ ଯିବା ପରେ ଏକ ସୁଟକେସ୍ ଭିତରେ ବେହୋସ ଅବସ୍ଥାରେ ଝିଅଟି ପଡ଼ିଥିବା ବାପା ଦେଖିବାକୁ ପାଇଥିଲେ। ତୁରନ୍ତ ତାକୁ ନିକଟସ୍ଥ ଏକ ନର୍ସିଂହୋମକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ବ୍ୟାପିବା ପରେ ଦିଲ୍ଲୀରେ ହଇଚଇ ଖେଳିଯାଇଛି। ଘଟଣାର ଗମ୍ଭୀରତାକୁ ଦେଇ ପୋଲିସ ଝିଅଟିର ମୃତଦେହକୁ ଗୁରୁ ତେଗ୍ ବାହାଦୂର ହସ୍ପିଟାଲ ଶବଗୃହରେ ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୋଲିସ ମାମଲାର ତଦନ୍ତ କରୁଛି। ଦୋଷୀଙ୍କୁ ଧରିବାକୁ 6ଟି ପୋଲିସ ଟିମ୍ ଗଠନ କରାଯାଇଛି। ଗତରାତିରେ ପୋଲିସ ଟିମ୍ ହାପୁଡ଼, ପିଲଖୁବା ଏବଂ ଉତ୍ତର-ପୂର୍ବ ଦିଲ୍ଲୀରେ ଚଢ଼ାଉ କରିଛି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

Sponsored
9-year-old-girl-raped-in-delhi | Argus News