Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୯୩ ଜଣ ଯବାନଙ୍କୁ ମିଳିବ ବୀରତା ପୁରସ୍କାର , 2 ଜଣଙ୍କୁ ମିଳିବ କୀର୍ତ୍ତିଚକ୍ର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
୯୩ ଜଣ ଯବାନଙ୍କୁ ମିଳିବ ବୀରତା ପୁରସ୍କାର , 2 ଜଣଙ୍କୁ ମିଳିବ କୀର୍ତ୍ତିଚକ୍ର

ଅର୍ଗସ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର 93 ଜଣ ଯବାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରିବାକୁ ମଞ୍ଜୁରୀ ଦେଇଛନ୍ତି । 2 ଜଣଙ୍କୁ କୀର୍ତ୍ତିଚକ୍ର, 14 ଜଣଙ୍କୁ ଶୌର୍ଯ୍ୟ ଚକ୍ର, ଜଣକୁ ଗ୍ୟାଲେଣ୍ଟ୍ରି ସେନା ମେଡାଲ୍, 66 ଜଣଙ୍କୁ ବୀରତା ସେନା ମେଡାଲ୍, 2 ଜଣଙ୍କୁ ନୌସେନା ମେଡାଲ୍ ଓ 8 ଜଣଙ୍କୁ ଦିଆଯିବ ବାୟୁସେନା ମେଡାଲ୍ । ଏମାନଙ୍କ ମଧ୍ୟରୁ 11 ଜଣଙ୍କୁ ମିଳିବ ମରଣୋତ୍ତର ସମ୍ମାନ । ମେଜର ମଞ୍ଜିତ ଓ ନାୟକ ଦିଲବର ଖାନଙ୍କୁ କୀର୍ତ୍ତିଚକ୍ରରେ ସମ୍ମାନିତ କରାଯିବ ।


ନାୟକ ଦିଲବର ଖାନଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ମିଳିବ । ଏହାଛଡ଼ା ରାଷ୍ଟ୍ରପତି ସଶସ୍ତ୍ର ବାହିନୀ ଓ ଅନ୍ୟ କର୍ମୀଙ୍କୁ 305 ରକ୍ଷା ଅଳଙ୍କରଣ ପ୍ରଦାନ କରିବାକୁ ବି ମଞ୍ଜୁରୀ ଦେଇଛନ୍ତି । ଏହା ଭିତରେ 30ଟି ପରମ ବିଶିଷ୍ଟ ସେବା ମେଡାଲ, 5 ଉତ୍ତମ ଯୁଦ୍ଧ ସେବା ମେଡାଲ, 57 ବିଶିଷ୍ଟ ସେବା ମେଡାଲ, 10 ଯୁଦ୍ଧ ସେବା ମେଡାଲ, କର୍ତ୍ତବ୍ୟ ପ୍ରତି ନିଷ୍ଠା ପାଇଁ ଗୋଟିଏ ସେନା ମେଡାଲ୍ ଓ 15ଟି ବାୟୁସେନା ମେଡାଲ୍, 4ଟି ବିଶିଷ୍ଟ ସେବା ମେଡାଲ ଓ 132ଟି ବିଶିଷ୍ଟ ସେବା ମେଡାଲ ସାମିଲ ଅଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
93 armies will be awarded the bravery award, 2 people will be awarded the Kirtichakra | Argus News