Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

SIR Voter List Update / ୪ ରାଜ୍ୟରୁ କଟିଲାଣି ୯୩ ଲକ୍ଷ ନାଁ !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
୪ ରାଜ୍ୟରୁ କଟିଲାଣି ୯୩ ଲକ୍ଷ ନାଁ !
SIR

Key Points

ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ନୂଆ ତାଲିକାରେ ମୋଟ ୫ କୋଟି ୩୧ ଲକ୍ଷ ୩୧ ହଜାର ୯୮୩ ଜଣ ଭୋଟରଙ୍କ ନାମ ରହିଛି ।

୪ ରାଜ୍ୟରେ SIR ଡ୍ରାଫ୍ଟ ଲିଷ୍ଟ ଜାରି । ଭୋଟର ତାଲିକାରୁ କଟିଲା ପ୍ରାୟ ୯୩ ଲକ୍ଷ ନାଁ । ମଧ୍ୟପ୍ରଦେଶ ଭୋଟର ଡ୍ରାଫ୍ଟ ତାଲିକାରୁ କଟିଛି ୪୨ ଲକ୍ଷରୁ ଅଧିକ ମତଦାତାଙ୍କ ନାଁ । ଆଜି ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଛି SIR ଡ୍ରାଫ୍ଟ ତାଲିକା । ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ନୂଆ ତାଲିକାରେ ମୋଟ ୫ କୋଟି ୩୧ ଲକ୍ଷ ୩୧ ହଜାର ୯୮୩ ଜଣ ଭୋଟରଙ୍କ ନାମ ରହିଛି ।

ରାଜଧାନୀ ଭୋପାଳରୁ ୪ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ ତାଲିକାରୁ କଟିଛି । ସ୍ଥାନାନ୍ତର ଯୋଗୁ ରାଜ୍ୟରେ ୩୧ ଲକ୍ଷ ୫୧ ହଜାର ଭୋଟରଙ୍କ ନା କଟିଥିବାବେଳେ ମୃତ୍ୟୁ କାରଣରୁ ୮ ଲକ୍ଷ ୪୬ ଲକ୍ଷ ଭୋଟରଙ୍କ ନାଁ କଟିଛି । ଆସନ୍ତାବର୍ଷ ୨୧ ଫେବ୍ରୁଆରୀରେ ପ୍ରକାଶ ପାଇବ ଚୁଡ଼ାନ୍ତ ତାଲିକା। ନୂଆ ତାଲିକାରେ କୌଣସି ବ୍ୟକ୍ତିଙ୍କ ନାୀଁ ନଥିଲେ, ୨୨ ଜାନୁଆରୀ ଯାଏ ଆବେଦନ ସହ ନାଁ ସଂଯୋଗ କରାଯାଇପାରିବ ।

ମଧ୍ୟପ୍ରଦେଶ ପରି କେରଳରେ SIR ଡ୍ରାଫ୍ଟ ତାଲିକାରେ ୨୪ ଲକ୍ଷ ଓ ଛତିଶଗଡ଼ରେ ୨୪ ଲକ୍ଷ ଭୋଟରଙ୍କ ନାଁ କଟିଛି । ମଧ୍ୟପ୍ରଦେଶ, କେରଳ ସହ ଆଜି ଛତିଶଗଡ଼, ଆଣ୍ଡାମାନ ନିକୋବର ପାଇଁ SIR ଡ୍ରାଫ୍ଟ ତାଲିକା ଜାରି କରିଛନ୍ତି ନିର୍ବାଚନ କମିଶନ । ଗତକାଲି ଜାରି ହୋଇଥିବା ତାମିଲନାଡୁ SIR ଡ୍ରାଫ୍ଟ ତାଲିକାରେ ୯୭ ଲକ୍ଷ ଭୋଟରଙ୍କ ନାଁ କଟିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SIR Voter List Update | 93 lakh names excluded in draft SIR electoral rolls | Argus News