Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୦ ଟଙ୍କାରେ ସ୍ତ୍ରୀ ପାଇଁ କିଣିଲେ ସୁନା ମଙ୍ଗଳସୂତ୍ର

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
୨୦ ଟଙ୍କାରେ ସ୍ତ୍ରୀ ପାଇଁ କିଣିଲେ ସୁନା ମଙ୍ଗଳସୂତ୍ର

Key Points

ଚମ ଧୁଡୁଧୁଡୁ ହାତରେ ଟଙ୍କାଗୁଡିକ ଗଣୁଗଣୁ କହିଥିଲେ, ଏତିକିରେ ମୋ ସ୍ତ୍ରୀ ପାଇଁ ମଙ୍ଗଳସୂତ୍ରଟିଏ ହୋଇ ପାରିବ ? ସେଠାରେ ଥିବା ସୁନା ଦୋକାନୀ ଏପରି ଶୁଣିବା ପରେ ଭାରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏ ବୟସରେ ବି ନିଜ ସ୍ତ୍ରୀର ମନକଥା ବୁଝି ତା ପାଇଁ ମଙ୍ଗଳସୂତ୍ରଟିଏ କିଣିବାକୁ ସ୍ତ୍ରୀକୁ ଧରି ଚାଲି ଆସିଛନ୍ତି ।

ଅଣ୍ଟାରେ ବାନ୍ଧି ଆଣିଥିବା ପୁଡିଆ ଟାକୁ ଲଥ୍‌ କରି ଅଜାଡି ଦେଲେ ଦୋକାନର କାଚ ଟେବୁଲ ଉପରେ । ପୁଡିଆରେ ଥିବା ଟଙ୍କାଏ, ୨ ଟଙ୍କା, ୧୦ ଟଙ୍କା ଗୁଡା ଖେଳାଇ ହୋଇଗଲା । ଦମ୍ପତ୍ତି କିଛି କହିବା ପୂର୍ବରୁ ତ ଦୋକାନୀ ମାନେ ତାଙ୍କୁ ନେଇ ଅନେକ କିଛି ଭାବି ସାରିଥିଲେ । କିଏ ଭିକାରୀ ବୋଲି ଭାବୁଥିଲେ ତ କିଏ ଆଉ କିଛି ... ହେଲେ ବୃଦ୍ଧ ଜଣକ ନିଜ ମନକଥା କହିବା ପରେ ସମସ୍ତଙ୍କ ଆଶ୍ଚର୍ଯ୍ୟର ସୀମା ନଥିଲା ।

ଚମ ଧୁଡୁଧୁଡୁ ହାତରେ ଟଙ୍କାଗୁଡିକ ଗଣୁଗଣୁ କହିଥିଲେ, ଏତିକିରେ ମୋ ସ୍ତ୍ରୀ ପାଇଁ ମଙ୍ଗଳସୂତ୍ରଟିଏ ହୋଇ ପାରିବ ? ସେଠାରେ ଥିବା ସୁନା ଦୋକାନୀ ଏପରି ଶୁଣିବା ପରେ ଭାରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏ ବୟସରେ ବି ନିଜ ସ୍ତ୍ରୀର ମନକଥା ବୁଝି ତା ପାଇଁ ମଙ୍ଗଳସୂତ୍ରଟିଏ କିଣିବାକୁ ସ୍ତ୍ରୀକୁ ଧରି ଚାଲି ଆସିଛନ୍ତି । ମନରେ ସେ ଉତ୍ସାହ, ସେ ଆଗ୍ରହ ଆଖିରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବା ବେଶ ବାରି ହୋଇ ପଡୁଥିଲା । ଆଉ ସ୍ଵାମୀର ଭଲ ପାଇବା ଦେଖି ସ୍ତ୍ରୀ ବି ମୁରୁକି ମୁରୁକି ହସି ଦେଉଥିଲେ । ଯେଉଁଠି ଟଙ୍କା ପଇସାର ବ୍ୟାପାର ନଥିଲା, ଥିଲା ଯଦି କେବଳ ଭଲପାଇବାର ବ୍ୟାପାର । ଯେଉଁଠି ଏତେ ଭଲ ପାଇବା ଥାଏ, ସେଠି ଟଙ୍କା ପଇସା ସବୁ ତୁଚ୍ଛ ହେଇଯାଏ ।

ସମୁଦାୟ ୧୨୦୦ ଟଙ୍କା ହାତରେ ଧରି ସେ ଆସିଥିଲେ ମଙ୍ଗଳସୂତ୍ରଟେ କିଣିବାକୁ । ହେଲେ ବୟସର ଅପରାହ୍ନରେ ବି ଦମ୍ପତ୍ତିଙ୍କର ଏପରି ଭଲପାଇବା ସୁନା ଦୋକାନୀ ମାଲିକଙ୍କୁ ବିମୁଗ୍ଧ କରି ଦେଇଥିଲା । ଦମ୍ପତ୍ତିଙ୍କ ଠାରୁ ମାତ୍ର ୨୦ ଟଙ୍କା ରଖି ବାକି ସବୁତଙ୍କ ଟଙ୍କା ତାଙ୍କୁ ଫେରସ୍ତ କରି ଦେଇଥିଲେ । ଆଉ ପ୍ରତି ବଦଳରେ ମାଗିଥିଲେ ଆଶୀର୍ବାଦ । ଯାହାକୁ ଦେଖି ଦମ୍ପତ୍ତି ଭାବବିହ୍ଵଳ ହୋଇ ପଡିଥିଲେ ।

ଭିକ ମାଗି ମାଗି ଟଙ୍କାଏ ଟଙ୍କା ସଞ୍ଚୟ କରି ରଖିଥିଲେ, ନିଜ ପତ୍ନୀଙ୍କ ଇଚ୍ଛା ପୂରଣ କରିବା ପାଇଁ । ଆଉ ଆଷାଢ ଏକାଦଶୀ ପାଇଁ ଚାଲିଚାଲି ପାନ୍ଧାରପୁରକୁ ଆସିଥିଲେ । ଆଉ ସେଠାରୁ ଛତ୍ରପତି ସାମ୍ଭାଜୀନଗରଠାରେ ଥିବା ଗହଣା ଦୋକାନକୁ ମଙ୍ଗଳସୂତ୍ର ପାଇଁ ଯାଇଥିଲେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସେମାନେ ସବୁବେଳେ ସାଥିହୋଇ ସବୁସ୍ଥାନକୁ ଯାଆନ୍ତି । ଆଉ ଭିକମାଗି ଚଳନ୍ତି ।

ଭିଡିଓ ଏବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ବର୍ତ୍ତମାନ ଅନେକ ଦମ୍ପତ୍ତିଙ୍କର ହତ୍ୟା , ଛାଡପତ୍ର ଅଭିଯୋଗ ଚର୍ଚ୍ଚା ହେଉଥିବା ବେଳେ ଏହି ବୃଦ୍ଧ ଦମ୍ପତ୍ତିଙ୍କ ଭିଡିଓ ସମସ୍ତଙ୍କୁ ଭାବବିହ୍ଵଳ କରିଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
93-year-old Man Buying Mangalsutra for his wife | Argus News