Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସୁଛନ୍ତି ମୋ ପ୍ରଭୁ ରାମ....

National

ଆସୁଛନ୍ତି ମୋ ପ୍ରଭୁ ରାମ....

Manini Pattanayak
Browse all articles by Manini Pattanayak
·2 years ago·2 min read
ଆସୁଛନ୍ତି ମୋ ପ୍ରଭୁ ରାମ....

ନୂଆଦିଲ୍ଲୀ:  ଆସୁଛନ୍ତି ମୋ ପ୍ରଭୁ ରାମ । ଏହି ଦିନକୁ କାହିଁ କେବେଠୁ ଥିଲା ଅପେକ୍ଷା। କେବଳ ଏହି ଦିନ ପାଇଁ ଲାଠି ମାଡ ଖାଇଥିଲି, ଜେଲ ଯାଇଥିଲି, ଲୁହ ବୁହା  ଗ୍ୟାସର ସାମ୍ନା କରିଥିଲି।  ୧୯୯୦ ର କଥା..  ମୁମ୍ବାଇରୁ ବାହାରି ପଡିଥିଲେ ଶାଲିନୀ ଦାବିର। ଶାଲିନୀଙ୍କ ସହ ଥିଲେ ଅନ୍ୟ କାରସେବକ।  ରାସ୍ତାରେ ତାଙ୍କ ଉପରେ ହୋଇଥିଲା  ୟୁପି ସରକାର ଓ  ପୋଲିସ୍‌ର ପ୍ରହାର ଆଉ ଅତ୍ୟାଚାର। ସ୍ୱତଃପ୍ରବୃତ ଭାବେ ସାମିଲ ହୋଇଥିବା ଏହି ରାମ ସେବକ   କିଛି ବି ଖାତି ନକରି  ରାମ  ଭଜନ ଗାଇ ଗାଇ  ୬୦ କିଲୋମିଟର ପଦଯାତ୍ରା କରି ଅଯୋଧ୍ୟାରେ ପହଞ୍ଚିଥିଲେ ।  

ଆଉ ଅଯୋଧ୍ୟାରେ ରାମଙ୍କ ପତାକା ଉଡାଇ ମୁଖ୍ୟ ଶାକ୍ଷୀ ଭାବେ ଉଭା ହୋଇ ଥିଲେ ଶାଲିନୀ ଦାବିର ।   ପ୍ରଭୁ ରାମଙ୍କୁ ତାଙ୍କ ଜନ୍ମ ସ୍ଥାନରେ ଅବସ୍ଥାପିତ କରିବା ପାଇଁ  ଯେଉଁ ସଙ୍ଘର୍ଷ ଚାଲିଥିଲା  ସେଥିରେ ସାମିଲ ଥିଲେ ଏହି ୯୬ ବର୍ଷୀୟ ଶାଲିନୀ ଦାବୀର।  ୬୩ ବର୍ଷ ବୟସରେ  ପ୍ରଭୁ ରାମଙ୍କୁ ତାଙ୍କ ଜନ୍ମ ସ୍ଥାନରେ ଅବସ୍ଥାପିତ କରିବା ପାଇଁ  ଆନ୍ଦୋଳନ କରିଥିଲେ ସେ ।  ଆଜି ପ୍ରଭୁ ରାମ ତାଙ୍କ ଜନ୍ମ ସ୍ଥାନରେ ସ୍ଥାପିତ ହେବାକୁ ଯାଉଛନ୍ତି।  ରାମଙ୍କ ପାଇଁ  ଲହୁ ଲୁହ ବୁହାଇଥିବା ଶାଲିନୀଙ୍କୁ ଅଯୋଦ୍ଧାରୁ ଯାଇଛି ନିମନ୍ତ୍ରଣ।  ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଶାଲିନୀ। ଖୁସିରେ ଗଦଗଦ ଏହି ରାମ ଭକ୍ତ। ଚର୍ମ ଧୁଡୁ ଧୁଡୁ ହୋଇଯାଇଛି ସତ, ଚାଲିପାରୁନାହାଁନ୍ତି କିନ୍ତୁ ତାଙ୍କ ଆଖିରେ ସେ  ଜ୍ୟୋତି ଭରି ରହିଛି ଯାହା  ପ୍ରଭୁ ରାମଙ୍କୁ ଦେଖିବା ପାଇଁ ..  

 ରାମ ଅଯୋଦ୍ଧାରେ ବିରାଜମାନ  କରିବା ନେଇ  ଅନେକ ସାଦ୍ଧୁ ଶନ୍ଥ  କଠିନ ସଙ୍କଳ୍ପ ନେଇଥିଲେ। ସେହି ପରି ସାଧାରଣ ଲୋକ ମଧ୍ୟ  ୧୯୯୦ ରେ ରାମରଥ ଯାତ୍ରାରେ ସାମିଲ ହୋଇଥିଲେ । ଏହାର ପୁରୋଧା ଥିଲେ ଲାଲ କୃଷ୍ଣ ଆଡଭାଣୀ।  ଏହି ରଥ ଗୁଜୁରାଟର ସୋମନାଥରୁ  ମହାରାଷ୍ଟ୍ର ମଧ୍ୟ ପ୍ରଦେଶ ଦେଇ ଅଯୋଧ୍ୟାରେ ପହଞ୍ଚିଥିଲା।  ସେତେବେଳେ ଉତ୍ତର ପ୍ରଦେଶର ସରକାରଙ୍କ ଥିଲା ଅକଥନୀୟ ଅତ୍ୟାଚାର। ପୋଲିସ୍ ପ୍ରଶାସନ  ପ୍ରବଳ ବିରୋଧ  ସହ   ମାର  ପିଟ୍‌ । ରାମରଥ ଯାତ୍ରା ଏବଂ କାରସେବକ ଏ ସିଲସିଲା  ୬ ଡିସେମ୍ବର ୧୯୯୨ ରେ ବାବରୀ ଢାଞ୍ଚା ଧ୍ୱଶ ହେବା  ଯାଏଁ ଚାଲିଥିଲା।  ଆଜି  ସେହି ଶୁଭମୁହୂର୍ତ୍ତ ଉପସ୍ଥିତ। ସସମ୍ତ ସାଧୁଶନ୍ଥ, ସାଧାରଣ ଲୋକଙ୍କ ମନରେ ଅପାର ଆନନ୍ଦ.. କାରଣ  ପ୍ରଭୁ ରାମ ତାଙ୍କ ଜନ୍ମ ସ୍ଥାନରେ ଅବସ୍ଥାପିତ ହେବେ। ଜାନୁଆରୀ ୨୨ ହେବ ଐତିହାସିକ ତାରିଖ..   ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରୀତ ଅନେକ ରାମଭକ୍ତ.. ଆନନ୍ଦର ଅଶ୍ରୁରେ ଭିଜିବ.. ଖୁସିର ବିଭୋର ହୋଇ  ଝୁମିବେ ରାମଲଲାଙ୍କ ସେବକ..    

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ: 
  
 

Sponsored
96-year-old Karsevak gets invitation for Ram Lalla consecration; recalls structure's fall | Argus News