ମଶାଣୀରେ ଜୀବନ୍ତ ହୋଇଗଲା ଶବ

Key Points
ଶବଦାହ ପୂର୍ବରୁ ଜୀବିତ ହୋଇଗଲା ଶବ
କହିଲା ଏମିତି କିଛି କଥା
ଶୁଣିଲେ ଆପଣଙ୍କର ବି ଲୋମ ଟାଙ୍କୁରି ଉଠିବ
ଏହା କୌଣସି ମନଗଢା କାହାଣୀ ନୁହେଁ
ଭାରତରେ ଘଟିଥିଲା ଏପରି ଅଦ୍ଭୁତ ଘଟଣା
ଜୀବନର ଏକମାତ୍ର ସତ୍ୟ ହେଉଛି ମୃତ୍ୟୁ। ଏହା କେତେବେଳେ , କେବେ ଏବଂ କାହାକୁ ଆସିବ ତାହା କେହି ବି କହିପାରିବେନାର୍ହି। କିନ୍ତୁ କେବେ ଆପଣ ଏମିତି ଘଟଣା ଶୁଣିଛନ୍ତି କି ଜଣେ ବ୍ୟକ୍ତି ମୃତ୍ୟୁ ପରେ ଆଉ ଥରେ ଜୀବିତ ହେବାର? ଆପଣ ବି ଭାବୁଥିବେ ଏହା ଅସମ୍ଭବ । ଆଉ ଆପଣ ସଠିକ୍ ବି ଭାବୁଛନ୍ତି। ମୃତ୍ୟ ପରେ ବା ଜଣେ ଜୀବିତ କିପରି ହୋଇପାରିବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯାହା ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଏବଂ ଏହା ଭାରତରେ ବାସ୍ତବରେ ହୋଇଛି। ଏହା ଏମିତି ଏକ ଘଟଣା ଯାହା ବଡ ବଡ ଏକ୍ସପର୍ଟ ମାନଙ୍କୁ ବି ଦ୍ବନ୍ଦରେ ପକାଇଦେଇଥିଲା।
ଏହି କାହାଣୀ ହେଉଛି ସୁମିତ୍ରାର । ସୁମିତ୍ରା ଏକ ସାଧାରଣ ଝିଅ ଥିଲା। ବାପା ମା ଙ୍କ ସହିତ ହସଖୁସିରେ ରହୁଥିଲା। ସିଏ ମାତ୍ର ୧୧ ବର୍ଷର ହୋଇଥିଲା ତା ମା ଚାଲିଗଲେ। ମା କୁ ହରାଇବା ପରେ ସିଏ ବହୁତ ଏକୁଟିଆ ପଡିଗଲା । ତା ବାପା ସହରକୁ କାମ କରିବା ପାଇଁ ପଳାଉଥିଲେ ତେଣୁ ତାକୁ ସମୟ ଦେଇପାରୁନଥିଲେ । ଦୁଇବର୍ଷ ଏହିଭଳି ଏକୁଟିଆ ସମୟ କାଟିବା ପରେ ଯେତେବେଳେ ସୁମିତ୍ରାକୁ ୧୩ ବର୍ଷ ହେଲା ତାର ବିବାହ କରିଦିଆଗଲା। ଉତ୍ତରପ୍ରଦେଶର ଏକ ଛୋଟ ଗାଁ ଶରୀଫପୂରାରେ ଜଗଦୀଶ ସିଂ ନାମକ ଜଣେ ବ୍ୟକ୍ତିଙ୍କ ସହିତ ତାର ବିବାହ ହୋଇଥିଲା।
ବିବାହ ପରେ ମଧ୍ୟ ତା ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିଲାନାହିଁ। ବାପ ଘରେ ଯେମିତି ଏକୁଟିଆ ଥିଲା ଶାଶୁଘରେ ମଧ୍ୟ ସେମିତି ଏକୁଟିଆ ରହିବାରେ ଲାଗିଲା। କାରଣ ତା ସ୍ବାମୀ ଜଗଦୀଶ ବି କାମ ପାଇଁ ଅଧିକରୁ ଅଧିକ ଦିନ ସହରରେ ରହୁଥିଲେ। ସାଧାରଣତଃ ବିବାହ ପରେ ଏକ ଝିଅର ଇଛା ଥାଏ ନିଜ ସ୍ବାମୀ ସହିତ ଅଧିକରୁ ଅଧିକ ସମୟ ବିତାଇବା ପାଇଁ କିନ୍ତୁ ସୁମିତ୍ରାର ସବୁ ଇଛା ଏବଂ ସବୁ ସ୍ବପ୍ନରେ ପାଣିପଡିଯାଇଥିଲା । ବିବାହ ପରେ ବି ଏକୁଟିଆପଣ ତା ପିଛା ଛାଡୁନଥିଲା।
୩ ବର୍ଷ ପରେ ଡିସେମ୍ବର ୧୯୮୪ରେ ସୁମିତ୍ରା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଲା। ପୁଅକୁ ପାଇବା ପରେ ସିଏ ଖୁସିରେ ରହିବାକୁ ଲାଗିଲା। ଧୀରେ ଧୀରେ ତା ଏକୁଟିଆପଣ ଦୂର ହେବାରେ ଲାଗିଲା। ପୁଅକୁ ନିଜ ଜୀବନଠୁ ବି ଅଧିକ ଭଲ ପାଉଥିଲା ସୁମିତ୍ରା । ଗୋଟେ କ୍ଷଣ ପାଇଁ ବି ତାକୁ ନିଜ ଆଖି ସାମନାରୁ ଦୂରେଇବାକୁ ଦେଉନଥିଲା । ଜଗଦୀଶଙ୍କ ଅନୁପସ୍ଥିତିରେ ମା ପୁଅ ଖୁସିରେ ଖୁସିରେ ହସିଖେଳି ଦିନ କାଟିଦେଉଥିଲେ।
କିନ୍ତୁ କିଛି ମାସ ପରେ ସୁମିତ୍ରା ସହିତ କିଛି ଅଜୀବ ଅଜୀବ ଘଟଣା ଘଟିବାରେ ଲାଗିଲା। ତା ଶରୀର ବଙ୍କା ହେଇଯାଉଥିଲା, ଆଖି ଡୋଳା ବୁଲାଇ ଚେତାଶୂନ୍ୟ ହୋଇପଡିଯାଉଥିଲା, ହାତ ଗୋଡ କେମ୍ପା କେମ୍ପା ହୋଇଯାଉଥିଲା। ଏବଂ ସିଏ ବିଚିତ୍ର ବିଚିତ୍ର ଶବ୍ଦ ବାହାର କରୁଥିଲା। ଜଗଦୀଶ ଏବଂ ତା ପରିବାର ଲୋକ ଭାବିଲେ କି ତା ଦେହରେ ଭୂତ ପ୍ରବେଶ କରିଛି। ୨ ମାସ ପର୍ଯ୍ୟନ୍ତ ସୁମିତ୍ରା ସହିତ ଏହିଭଳି ଜିନିଷ ଲାଗିରହିଲା। କିନ୍ତୁ ଦିନେ ଅର୍ଥାତ ୧୭ ଜୁଲାଇ ୧୯୮୫ରେ ସିଏ ଏମିତି କିଛି କହିଲା ଯାହା ଶୁଣି ସମସ୍ତେ ସ୍ତବ୍ଧ ହୋଇଗଲେ। ସିଏ କହିଲା କି ୩ ଦିନ ପରେ ମୋର ମୃତ୍ୟୁ ହୋଇଯିବ। କିନ୍ତୁ ତା ଘର ଲୋକ ତା କଥାରେ ଏତେ ଧ୍ୟାନ ଦେଲେନାହିଁ କାରଣ କିଛି ଦିନ ହେବ ଲଗାତାର ସିଏ ଏହିଭଳି କଥା କହିଆସୁଥିଲା। କିନ୍ତୁ ୩ ଦିନ ପରେ ଅର୍ଥାତ ୧୯ ଜୁଲାଇ ଦିନ ଅଚାନକ ତାକୁ ବହୁତ ଜୋରେ ଜ୍ବର ହେଲା , ଜ୍ବରରେ ତା ଶରୀର କମ୍ପିବାରେ ଲାଗିଲା। ଏବଂ କିଛି ସମୟ ପରେ ତାର ମୃତ୍ୟୁ ହୋଇଗଲା। କେହି ବି ଭାବିନଥିଲେ କି ସୁନୀତା ଯାହା କହୁଛି ସତ ହୋଇଯିବ କିନ୍ତୁ ସତରେ ସିଏ ଯାହା କହିଥିଲା ତାହା ସତ ହୋଇଗଲା।
ତାପରେ ସୁମିତ୍ରାର ଅନ୍ତିମ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଗଲା । ଜଗଦୀଶ ଏବଂ ତା ପରିବାର ସୁମିତ୍ରାର ଶବ ନେଇ ମଶାଣୀ ଯାଉଥିଲେ। ଶବଦାହ ପାଇଁ ସମସ୍ତ କ୍ରିୟା କର୍ମ ଚାଲିଥିଲା। ହଠାତ୍ ସୁମିତ୍ରା ଉଠିବସିପଡିଲା। ତାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଚମକି ପଡିଲେ। କାରଣ ସୁମିତ୍ରାର ମୃତ୍ୟୁ ହେବା ସମସ୍ତେ ନିଜ ଆଖିରେ ଦେଖିଥିଲେ। ତା ନିଶ୍ବାସ ବନ୍ଦ ହୋଇଯାଇଥିଲା, ଶୀର ପ୍ରସିରା କାମ କରିବା ବନ୍ଦ ହୋଇଯାଇଥିଲା। ପୁଣି କେମିତି ସୁମିତ୍ରା ଜୀବିତ ହୋଇପାରିଲା ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଲା। ଆଖି ସାମନାରେ ଏକ ଅସମ୍ଭବ ଦୃଶ୍ୟ ଦେଖି ସମସ୍ତେ ନୀରବ ହୋଇଯାଇଥିଲେ ।
ଜଗଦୀଶ ଗୋଟେ କଣରେ ବସି କାନ୍ଦୁଥିଲା ଆଉ ଯେମିତି ହି ସିଏ ସୁମିତ୍ରାକୁ ବସିଥିବାର ଦେଖିଲା ତା ଆଡକୁ ଧାଇଁ ଯାଇ ତାକୁ ଜୋରେ କୁଣ୍ଢାଇବା ପାଇଁ ଯାଉ ହିଁ ଥିଲା କି ସୁମିତ୍ରା ତାକୁ ଜୋରେ ଧକ୍କା ମାରିଦେଲା ଏବଂ ସିଏ ତଳେ ପଡିଗଲା। ଜଗଦୀଶ ସୁମିତ୍ରା ମୁହଁରୁ ଏମିତି କିଛି ଶୁଣିଲା ଯାହା ଶୁଣି ସିଏ ବିଶ୍ବାସ କରିପାରିଲାନାହିଁ କି ସୁମିତ୍ରାର କଣ ହୋଇଛି ଏବଂ ସିଏ କଣ ସବୁ କହୁଛି। ସୁମିତ୍ରା କହିଲା କିଏ ସୁମିତ୍ରା ? ମୁଁ କୋଉ ସୁମିତ୍ରା ନୁହେଁ , ମୁଁ ଶିବା ତ୍ରିପାଠି। ନିଜ ସ୍ବାମୀ , ପରିବାର ଏମିତି କି ନିଜ ପୁଅକୁ ବି ଚିହ୍ନିବାକୁ ସୁମିତ୍ରା ଅସ୍ବୀକାର କରିଦେଲା ଯାହାକୁ ସିଏ ନିଜ ଜୀବନଠୁ ବି ଅଧିକ ଭଲ ପାଉଥିଲା। ବାରମ୍ବାର କେବଳ ଗୋଟିଏ ଜିନିଷ କହିଲା କି ମୁଁ ସୁମିତ୍ରା ନୁହେଁ ମୁଁ ଶୀବା। ମତେ ନିଜ ଛୁଆ ରିଙ୍କୁ ଏବଂ ଟିଙ୍କୁ ପାଖକୁ ଯିବାର ଅଛି। ଜଗଦୀଶ ଏବଂ ତା ପରିବାର ଲୋକେ ବୁଝିପାରୁନଥିଲେ କି କିଛି କ୍ଷଣ ଭିତରେ କଣ ସବୁ ଘଟିଗଲା।
ସୁମିତ୍ରାକୁ ନେଇ ଜଗଦୀଶ ଘରକୁ ଫେରିଲା। ସୁମିତ୍ରା ସେମିତି ନିଜକୁ ଶୀବା କହିଆସୁଥିଲା। ଜଗଦୀଶର ପରିବାର ବି କିଛି ଜାଣିପାରୁନଥିଲେ କି ସୁମିତ୍ରା କାହିଁକି ନିଜକୁ ଶୀବା କହୁଛି? କିଏ ଏହି ଶୀବା ତ୍ରିପାଠି। ତାଙ୍କ ପାଖରେ କୌଣସି ଉତ୍ତର ନଥିଲା। ସୁମିତ୍ରା ପାଗଳ ହୋଇଯାଇଛି ବୋଲି ସିଏ ଭାବୁଥିଲେ।
୧୯୮୫ ମସିହା ଅକ୍ଟୋବର ମାସ, ଦିନେ ଜଣେ ଅଜଣା ବ୍ୟକ୍ତି ଆସି ଜଗଦୀଶ ଘରେ ପହଁଞ୍ଚିଲେ, ତାଙ୍କ ହାତରେ ଏକ ବହିଥିଲା। ସିଏ କିଏ ଥିଲେ, କେଉଁଠାରୁ ଆସିଥିଲେ ତାର ଟିକେ ବି ଧାରଣା ଜଗଦୀଶର ନଥିଲା , ସିଏ ସେହି ବ୍ୟକ୍ତି ଜଣଙ୍କୁ ପ୍ରଥମ ଥର ପାଇଁ ଦେଖୁଥିଲେ। ଜଗଦୀଶ ବ୍ୟକ୍ତି ଜଣଙ୍କୁ ତାଙ୍କ ପରିଚୟ ମାଗିବାରୁ ସିଏ କହିଲେ ମୋ ନାଁ ରାମସୀୟା ତ୍ରିପାଠି, ମୁଁ ଦିବିଆପୂରରୁ ଆସିଛି। ମୋତେ ଏହି ଠିକଣାରୁ କିଛି ଚିଠି ଆସିଥିଲା।
ସେହି ସମୟରେ ସୁମିତ୍ରା ରୋଷେଇ ଘରେ ଥିଲା। ଏହା ଶୁଣିବା ମାତ୍ରେ ସିଏ କବାଟ ପାଖକୁ ଦୌଡି ଆସିଲା । ବ୍ୟକ୍ତି ଜଣଙ୍କୁ କୁଣ୍ଢାଇ ପକାଇଲା। ତା ଆଖିରେ ଆଖିଏ ଲୁହ ଥିଲା। ସତେ ଯେମିତି ନିଜର ଅତି ଘନିଷ୍ଠ ବ୍ୟକ୍ତିଙ୍କୁ ବର୍ଷ ବର୍ଷ ଧରି ଦେଖିନଥିଲା। ସୁମିତ୍ରାର ଏପରି ବ୍ୟବହାର ଦେଖି ଜଗଦୀଶ ଏବଂ ସେହି ଅଜଣା ବ୍ୟକ୍ତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଯେଉଁ ଲୋକକୁ ସିଏ ତା ଜୀବନରେ ପ୍ରଥମ ଥର ପାଇଁ ଦେଖୁଛି ତାକୁ ସୁମିତ୍ରା କିପରି ଚିହ୍ନିଲା ବୋଲି ମନ ଭିତରେ ନିଜକୁ ପ୍ରଶ୍ନ କଲା। ଜଗଦୀଶ ସୁମିତ୍ରାକୁ ସେହି ବ୍ୟକ୍ତିଠାରୁ ଦୂରେଇଲା ଏବଂ ବ୍ୟକ୍ତି ଜଣଙ୍କୁ ପ୍ରଶ୍ନ କଲା ସିଏ ଆପଣଙ୍କୁ କେମିତି ଜାଣିଲା ? ଏବଂ ସୁମିତ୍ରାକୁ ମଧ୍ୟ ପ୍ରଶ୍ନ କଲା କି ତୁମେ ତାଙ୍କୁ କେମିତି ଜାଣିଲ? ସୁମିତ୍ରା ସେହି ବ୍ୟକ୍ତି ଜଣଙ୍କ ଆଡକୁ ଚାହିଁଲା ଏବଂ କହିଲା , ବାପା ମୁଁ ଶୀବା, ତୁମ ଝିଅ ଶୀବା ।
ଏହା ଶୁଣିବା ମାତ୍ରେ ରାମସୀୟା ତ୍ରିପାଠି ଆଶ୍ଚର୍ଯ୍ୟ ହୋଇଗଲେ। ସିଏ ଭାବିଲେ କଣ ଯାହା ବି ସେହି ଚିଠିରେ ଲେଖା ହୋଇଥିଲା ତାହା ସତ ଥିଲା? ସିଏ ଦେଖିଲେ କି ସତରେ ଏହି ଝିଅଟି ନିଜକୁ ଶୀବା ତ୍ରିପାଠି ମାନୁଛି। ଏବେ ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବ କି ବାସ୍ତବରେ ଏହି ଶୀବା ତ୍ରିପାଠି କିଏ? ସିଏ କାହିଁକି ରାମସୀୟା ତ୍ରିପାଠିଙ୍କୁ ବାପା ବୋଲି କହିଲା? ଆଉ ସେହି ବ୍ୟକ୍ତି ଜଣଙ୍କ କେଉଁ ଚିଠି ବିଷୟରେ କହୁଥିଲେ?
୨୪ ଅକ୍ଟୋବର ୧୯୬୨ , ରାମସୀୟା ତ୍ରିପାଠି ଦିବିୟାପୂର କଲେଜର ଅଧ୍ୟାପକ ଥିଲେ। ତାଙ୍କ ଘରେ ଏକ କନ୍ୟା ସନ୍ତାନର ଜନ୍ମ ହୁଏ। ନିଜ ଝିଅ ନାଁ ସିଏ ଶୀବା ରଖିଲେ । ଦିବ୍ୟାପୂରର ଏକ ଛୋଟ ସହରରେ ଶୀବା ଛୋଟରୁ ବଡ ହୋଇଥିଲା , ତା ପିଲାଦିନ ସେହିଠାରେ କଟିଥିଲା। ଶୀବାର ଗ୍ରାଜୁଏସନ ସରିବା ପରେ ମାତ୍ର ୧୮ ବର୍ଷ ବୟସରେ ବିବାହ କରିଦିଆଗଲା। ବବାହ ପରେ ଖୁବ୍ ଶୀଘ୍ର ତାର ଦୁଇଟି ପୁଅ ହୋଇଗଲେ, ରିଙ୍କୁ ଏବଂ ଟିଙ୍କୁ । କିନ୍ତୁ ତା ଶାଶୁଘର ଲୋକ ତାକୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଆସୁଥିଲେ। ତାକୁ ମାରପିଟ୍ ବି କରୁଥିଲେ। ଶୀବା ଭାବୁଥିଲା କି ଛୁଆ ହେବା ପରେ ହୁଏତ ସେମାନେ ବଦଳିଯିବେ, ତାର ତ ପୁଣି ତାର ଦୁଇଟି ପୁଅ ହୋଇଥିଲା।
📱 Get Argus News App
✨କାରଣ ସେତେବେଳେ ସମସ୍ତଙ୍କର ପୁଅ ପସନ୍ଦ ଥିଲା ଝିଅ ନୁହେଁ। ତେଣୁ ସୁମିତ୍ରା ଭାବିଥିଲା କି ଯେହେତୁ ତାର ଦୁଈଟି ପୁଅ ହୋଇଛି ତା ଶାଶୁଘର ଲୋକ ଖୁସି ହୋଇଯିବେ ଏବଂ ତା ଉପରେ ଆଉ ଅତ୍ୟାଚାର କରିବେନାହିଁ। କିନ୍ତୁ ସେମିତି କିଛି ବି ହେଲାନାହିଁ । ତା ଶାଶୁ ନଣନ୍ଦ ତା ଉପରେ ସେମିତି ଅତ୍ୟାଚାର କରୁଥିଲେ। କିନ୍ତୁ ଶୀବା ନିଜ ଛୁଆ ପାଇଁ ସବୁ ଚୁପଚାପ ସହିଯାଉଥିଲା।
୧୮ ମେ ୧୯୮୫ ରେଳ ଟ୍ରାକରେ ଲୋକଙ୍କୁ ଏକ ଝିଅର ଶବ ମିଳିଲା। ସେହି ଶବ ଆଉ କାହାର ନୁହେଁ , ତାହା ଥିଲା ଶୀବା ତ୍ରିପାଠିର ଶବ। ଯୌତୁକ ପାଇଁ ତା ଶାଶୁଘର ଲୋକ ତାକୁ ଜୀବନରୁ ମାରିଦେଲେ । ତା ମୁଣ୍ଡକୁ ଇଟାରେ ପିଟି ପିଟି ତା ଜୀବନ ନେଇଗଲେ । କିନ୍ତୁ ପୋଲିସ ଆଗରେ ତା ଶାଶୁ ଘର ଲୋକେ ତା ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଲେ। ଶୀବା ମୁଣ୍ଡରେ ଏକ ଗଭୀର ଆଘାତ ଲାଗିଥିବାର ସମସ୍ତେ ଦେଖିଥିଲେ। ଏହା ସଫା ଜଣାପଡୁଥିଲା କି ତା ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାର ମୃତ୍ୟୁ ହୋଇଛି। କିଛି ଲୋକ ତ ସେହିଦିନ ସକାଳେ ଶୀବା ସହିତ ତା ଶାଶୁ ଏବଂ ନଣନ୍ଦକୁ ଦେଖିଥିଲେ।
କିନ୍ତୁ ପୋଲିସ କାହାର ବି କଥା ନଶୁଣି କେବଳ ଶୀବାର ଶାଶୁଘର ଲୋକଙ୍କ ବୟାନ ଶୁଣି ଶୀବା ମର୍ଡର କେସକୁ ଆତ୍ମହତ୍ୟା ବୋଲି ଜଣାଇଦେଲା । ଏବଂ କେସ୍ ସେହିଠାରେ ବନ୍ଦ ହୋଇଗଲା । ଶୀବାର ମୃତ୍ୟୁର ବାସ୍ତବ ରହସ୍ୟ ବି ତା ସହିତ ଚାଲିଗଲା। ତେଣୁ ସୁମିତ୍ରା ଶରୀରରେ କୌଣସି ଭୁତ ପ୍ରବେଶ କରିନଥିଲା କି ସିଏ ପାଗଳ ହୋଇଯାଇନଥିଲା , ସୁମିତ୍ରା ଯାହା କହୁଥିଲା ସେ ସବୁ ସତ ଥିଲା, ବାସ୍ତବରେ ସୁମିତ୍ରା ହୋଇଯାଇଥିଲା ଶୀବା ତ୍ରିପାଠି। ସୁମିତ୍ରା ଶରୀରରେ ଶୀବାର ପୁର୍ନଜନ୍ମ ହୋଇଥିଲା।
ତେଣୁ ଯେଉଁ ଅଜଣା ବ୍ୟକ୍ତି ଜଗଦୀଶ ଘରକୁ ଆସିଥିଲେ ସିଏ ବାସ୍ତବରେ ଶୀବାର ବାପା ଥିଲେ ଏବଂ ସିଏ ଯେଉଁ ଚିଠି ବିଷୟରେ କହୁଥିଲେ ସେହି ଚିଠି ଗୁଡିକ ସୁମିତ୍ରା ବା ଶୀବା ତାଙ୍କ ପାଖକୁ ପଠାଉଥିଲା। ମଶାଣୀରୁ ଜୀବିତ ହୋଇ ପୁଣିଥରେ ଘରକୁ ଫେରିବା ପରେ ଜଗଦୀଶ ସୁମିତ୍ରା ଭିତରେ ଅନେକ ପରିବର୍ତ୍ତନ ଦେଖୁଥିଲା। ସିଏ ଦେଖିଲା ବିଲକୁଲ ବି ପାଠ ପଢିନଥିବା ସୁମିତ୍ରା ବହୁତ ଭଲରେ ଲେଖା ପଢା କରୁଛି। ସେହି ସମୟରେ ସୁମିତ୍ରା କିଛି ଚିଠି ଲେଖି ଜଗଦୀଶ ମାଧ୍ୟମରେ ତାକୁ ପୋଷ୍ଟ କରାଉଥିଲା। କିନ୍ତୁ ଜଗଦୀଶର ଉକ୍ତ ଚିଠି ବିଷୟରେ କୌଣସି ବି ଧାରଣା ନଥିଲା କି ସେହି ଚିଠି ସୁମିତ୍ରା ସେହି ଅଜଣା ବ୍ୟକ୍ତି ଜଣଙ୍କୁ ପଠାଉଥିଲା ।
ତେଣୁ ଯେତେବେଳେ ସୁମିତ୍ରା ରାମସୀୟା ତ୍ରିପାଠିଙ୍କୁ କୁଣ୍ଢାଇ ପକାଇଲା ସିଏ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଭାବିଲେ କି ସତରେ ଏହି ଝିଅ ନିଜକୁ ଶୀବା ମାନୁଛି। ତାଙ୍କ ମନରେ ବି ଅନେକ ପ୍ରଶ୍ନ ଥିଲା କି କଣ ସତରେ ସୁମିତ୍ରା ଶୀବାର ପୁର୍ନଜନ୍ମ? ଏତେ ବର୍ଷ ପରେ ତାର ପୂର୍ବ ଜନ୍ମ କଥା କେମିତି ମନେ ପଡିଲା? କିନ୍ତୁ ଏତେ ସହଜରେ କେମିତି ଏକ ଅଜଣା ଝିଅର କଥାରେ ବିଶ୍ବାସ କରିବେ କି ସିଏ ଯାହା କହୁଛି ସତ ସେଥିପାଇଁ ସିଏ ଆଗରୁ ପ୍ରସ୍ତୁତ ହୋଇ ଆସିଥିଲେ। ରାମସୀୟା ନିଜ ସହିତ ଯେଉଁ ବହି ଆଣିଥିଲେ ତାହା ବାସ୍ତବରେ ଏକ ଫଟୋ ଆଲବମ୍ ଥିଲା। ସେହି ଆଲବମ୍ ଟି ଶୀବାର ଥିଲା। ସିଏ ସୁମିତ୍ରାକୁ ସେହି ଆଲବମ୍ ଟି ଦେଖାଇଲେ । ସୁମିତ୍ରା ଶୀବା ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଚିହ୍ନିଲା ଏବଂ ତାଙ୍କ ନାଁ କହିଦେଲା।
ସମସ୍ତଙ୍କ ଫଟୋ ଦେଖୁଦେଖୁ ଅଚାନକ ସିଏ ଗୋଟିଏ ଫଟୋ ଦେଖି ଚୁପ୍ ହୋଇଗଲା। ପରେ ସୁମିତ୍ରା ଯାହା କହିଲା ତାହା ଶୁଣି ଆପଣ ବି ସେମିତି ଆଶ୍ଚର୍ଯ୍ୟ ହୋଇଯିବେ ଯେମିତି ରାମସୀୟା ଆଶ୍ଚର୍ଯ୍ୟ ହୋଇଗଲେ, ସୁମିତ୍ରା କହିଲା ଇଏ ସେହି ଯିଏ ମୋ ମୁଣ୍ଡକୁ ଇଟାରେ ଛେଚି ଛେଚି ମତେ ମାରିଦେଇଥିଲା। ଆଉ ସେହି ଫଟୋ ଟି ଶୀବାର ନଣଦର ଥିଲା । ସୁମିତ୍ରାଠୁ ଏହା ଶୁଣି ରାମଶୀୟା ତ୍ରୀପାଠି ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ଆଖିରୁ ଠପ୍ ଠପ୍ ହୋଇ ଲୁହ ଝରିଗଲା । ତାଙ୍କୁ ତାଙ୍କର ସବୁ ପ୍ରଶ୍ନର ଉତ୍ତର ମିଳିଗଲା। ତାଙ୍କର ବିଶ୍ବାସ ହୋଇଗଲା କି ସୁମିତ୍ରା ହିଁ ତାଙ୍କ ଝିଅ ଶୀବା । ସିଏ ସୁମିତ୍ରାକୁ କୁଣ୍ଢାଇ ପକାଇଲେ ଏବଂ ଜୋରେ କାନ୍ଦିବାକୁ ଲାଗିଲେ।
ସୁମିତ୍ରାର ବୟାନ ଆଧାରରେ ରାମସୀୟା ତ୍ରିପାଠି ଏବଂ ତାଙ୍କ ପରିବାର ଶୀବା ମର୍ଡର କେସକୁ ପୁଣିଥରେ ଖୋଲିବାକୁ ଚେଷ୍ଟା କଲେ କିନ୍ତୁ ପୋଲିସ ତାଙ୍କ କଥା ଶୁଣିଲାନାହିଁ। ଖୁବ ଶୀଘ୍ର ସୁମିତ୍ରା ଘଟଣା ଚାରିଆଡେ ବ୍ୟାପିଗଲା। ଗଣମାଧ୍ୟମରେ ପ୍ରଘଟ ହୋଇଗଲା। ପୂରା ଦେଶ ପାଇଁ ଏହା ବିଶ୍ବାସ କରିବା ସମ୍ଭବ ନଥିଲା।
ଅନେକ ଲୋକ ଅନେକ ପ୍ରଶ୍ନ କରିବାକୁ ଲାଗିଲେ। ଆଉ ସବୁଠାରୁ ବଡ ପ୍ରଶ୍ନ ସୁମିତ୍ରାର ଜନ୍ମକୁ ନେଇ ଥିଲା। କାରଣ ସୁମିତ୍ରାର ଜନ୍ମ ୧୯୬୮ ରେ ହୋଇଥିଲା। ଆଉ ଶୀବାର ମୃତ୍ୟୁ ୧୯୮୫ରେ ହୋଇଥିଲା ମାନେ ଶୀବାର ମୃତ୍ୟୁ ଆଗରୁ ହିଁ ସୁମିତ୍ରା ଜନ୍ମ ହୋଇଯାଇଥିଲା ତାହେଲେ ଏହା ପୁର୍ନଜନ୍ମ କେମିତି ହେଲା ବୋଲି ଅନେକ ଲୋକ ପ୍ରଶ୍ନ ଉଠାଇଲେ? ପୂରା ଦେଶରେ ସମସ୍ତଙ୍କ ମୁଁହରେ ଏହି ଗୋଟିଏ ପ୍ରଶ୍ନ ଥିଲା। ସୁମିତ୍ରା ଘଟଣା ଉପରେ ଅନେକ ଡିବେଟସ୍ ହେଲା theories କରାଗଲା , କିଏ କହିଲା ଏହା ଭୂତପ୍ରେତ ଘଟଣା ତ କିଏ କହିଲା ଏହା ଏକ ମାନସିକ ବିକୃତି । ଆଉ କିଏ ସୁମିତ୍ରା ଏବଂ ତା ପରିବାରକୁ ଠକ ପ୍ରମାଣ କରିବାରେ ଲାଗିପଡିଲେ।
ଫେବୃଆରୀ ୧୯୮୬ରେ ପ୍ରସିଦ୍ଧ ପୂନଜନ୍ମ ଅନୁସନ୍ଧାନକାରୀ ଇଆନ ଷ୍ଟିଭେନସନ ନିଜ ସହକର୍ମୀ ସାତୱନ୍ତ ପଶରିଚାଙ୍କ ସହିତ ମିଶି ଏହି କେସର ଇନଭେଷ୍ଟିଗେସନ ଆରମ୍ଭ କଲେ। ସେମାନେ ଅନେକ ଲୋକଙ୍କର ଇଣ୍ଟରଭ୍ୟୁ ନେଲେ ଏବଂ ସୁମିତ୍ରା ସହିତ ମଧ୍ୟ କଥା ହେଲେ। ସୁମିତ୍ରାର ୧୯ ଟି ବୟାନ ରେକର୍ଡ କରାଗଲା ଯାହା ଶୀବା ତ୍ରିପାଠି ସହିତ ମ୍ୟାଚ୍ ହେଉଥିଲା। ଶିବାର ପିଲାବେଳର ନାମ , ତା ପୂରା ପରିବାରର ନାମ ଏବଂ ଜନ୍ମ ତାରିଖ ଏମିତି କି ଶୀବା ତା ଶାଶୁଘରେ ଆଲମୀରାର ଏକ କୋଣରେ ରଖିଥିବା ନିଜ ମନପସନ୍ଦର ଶାଢୀ ବିଷୟରେ ବି ସୁମିତ୍ରା କହିଦେଲା।
ଇଆନ ଷ୍ଟିଭେନସନ ତାଙ୍କ ଇନଭେଷ୍ଟିଗେସନ ଦ୍ବାରା ଏହା ପ୍ରମାଣ କରିଦେଲେ କି ଏହି ଘଟଣା ପୂର୍ବରୁ ଶୀବା ଏବଂ ସୁମିତ୍ରା ପରିବାରରେ କୌଣସି କନେକସନ ନଥିଲା। ସବୁ ପ୍ରମାଣ ଦେଖିବା ପରେ ଷ୍ଟିଭେନସନ ଏହି ଫଳାଫଳରେ ପହଁଞ୍ଚିଲେ କି ସୁମିତ୍ରା ହିଁ ଶୀବାର ପୁର୍ନଜନ୍ମ। କିନ୍ତୁ ଏବେ ବି ଗୋଟେ ପ୍ରଶ୍ନ ଆସୁଥିଲା କି ଶୀବାର ପୁର୍ନଜନ୍ମ କୌଣସି ନବଜାତ ଶିଶୁ ରୂପରେ ନହୋଇ ଜଣେ ବ୍ୟକ୍ତିର ମୃତ୍ୟୁ ପରେ କିପରି ହୋଇପାରିଲା?
ଏହି ପ୍ରଶ୍ନର ଉତ୍ତର ମିଳିଲା ଅନୁସନ୍ଧାନକାରୀ ଜେମସ ମ୍ୟାଟଲକ୍ ଙ୍କ ଏକ କନ୍ସେପ୍ଟରୁ ଯାହା ଥିଲା ରିପ୍ଲେସମେଣ୍ଟ ରିଇନକାରନେସନ( Replacement Reincarnation), ଯେଉଁଥିରେ ଜଣେ ମୃତ ବ୍ୟକ୍ତିର ଆତ୍ମା ଆଉ ଜଣଙ୍କ ଶରୀରରେ ପ୍ରବେଶ କରି ତା ଆତ୍ମାକୁ ସ୍ଥାନାନ୍ତର କରିଦିଏ। ଅନେକ ଲୋକ ଏହାକୁ Demonic possession ବା ଶରୀରରେ ଭୂତ ଲାଗିଛି ବୋଲି ବିଶ୍ବାସ କରିଥାନ୍ତି । କିନ୍ତୁ ବାସ୍ତବରେ Demonic possessionର Replacement Reincarnation ସହିତ କୌଣସି ସମ୍ବନ୍ଧ ନାହିଁ। କାରଣ Demonic possession ରେ ଏକ ମୃତ ବ୍ୟକ୍ତିର ଆତ୍ମା ଜଣେ ଜୀବିତ ବ୍ୟକ୍ତି ଉପରେ ନିୟନ୍ତ୍ରଣ ପାଇଯାଏ କିନ୍ତୁ ଆତ୍ମାକୁ ସ୍ଥାନାନ୍ତର କରେନାହିଁ। କିନ୍ତୁ ରିପ୍ଲେସମେଣ୍ଟ ରିଇନକାରନେସନରେ ଗୋଟେ ଆତ୍ମା ଆଉ ଗୋଟିଏ ଆତ୍ମାକୁ ଶରୀରରୁ ବାହାର କରି ରହିଯାଏ। ତାହା ହିଁ ହୋଇଥିଲା ସୁମିତ୍ରା ସହିତ। ହିନ୍ଦୁ ଧର୍ମରେ ଏହି ପ୍ରକ୍ରିୟାକୁ ପରକାୟା ପ୍ରବେଶ କୁହାଯାଏ ।
ଇଆନ ଷ୍ଟିଭେନସନଙ୍କ ରିସର୍ଚ ୧୯୮୭ରେ ସମ୍ପୂର୍ଣ୍ଣ ହୋଇଗଲା । ଅନେକ ଡିବେଟସ ଏବଂ କାଉଣ୍ଟର ଥିଓରିକୁ ଖାରଚ କରାଯାଇ ସିଏ ଏହା ପ୍ରମାଣ କରିଦେଲେ କି ସୁମିତ୍ରା ଶରୀରରେ ନା କୌଣସି ଭୂତ ପ୍ରବେଶ କରିଥିଲା ଆଉ ନାହିଁ ତାର କିଛି ମାନସିକ ରୋଗ ଥିଲା। ରିପ୍ଲେସମେଣ୍ଟ ରିଇନକାରନେସନର ଇତିହାସରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା।
ଶେଷରେ 1998ରେ ସୁମିତ୍ରାର ମୃତ୍ୟୁ ହୋଇଗଲା । ରିପୋର୍ଟ ଅନୁଯାୟୀ ସିଏ ମୃତ୍ୟୁ ପର୍ଯ୍ୟନ୍ତ ଶୀବା ହୋଇ ରହିଲା । କିନ୍ତୁ ସିଏ ରିଙ୍କୁ ଟିଙ୍କୁଙ୍କ ସହିତ ସୁମିତ୍ରାର ପୁଅକୁ ବି ଗ୍ରହଣ କରିଦେଇଥିଲା। ଜଗଦୀଶକୁ ସ୍ବାମୀ ହିସାବରେ ସ୍ବୀକାର କରିଦେଇଥିଲା। ଶୀବା ମର୍ଡର କେସକୁ ପୁଣିଥରେ ପୋଲିସ ରିଅପନ ନକରିବା କାରଣରୁ ସୁମିତ୍ରାର ବୟାନ ପରେ ବି ଶୀବାର ନଣଦ ଉପରେ କୌଣସି ବି କାର୍ଯ୍ୟାନୁଷ୍ଠାନ କରାଗଲାନାହିଁ।