Videos
|
National

Airline Employee Found Dead / ଜଙ୍ଗଲରୁ ମିଳିଲା ମହିଳା ଏୟାରଲାଇନ୍ କର୍ମଚାରୀଙ୍କ ମୃତଦେହ, ଦୀପାବଳିରେ ମାମୁଁଘରକୁ ଆସିଥିଲେ ବର୍ଷା

Ritu Das
Browse all articles by Ritu Das
·1 hour ago·2 min read
ଜଙ୍ଗଲରୁ ମିଳିଲା ମହିଳା ଏୟାରଲାଇନ୍ କର୍ମଚାରୀଙ୍କ ମୃତଦେହ, ଦୀପାବଳିରେ ମାମୁଁଘରକୁ ଆସିଥିଲେ ବର୍ଷା
India

Key Points

ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲାରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର
ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲାରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଜଙ୍ଗଲ ଭିତରୁ ଜଣେ ମହିଳା ଏୟାରଲାଇନ୍ କର୍ମଚାରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ ବର୍ଷା ତୁରକର (୩୫)। ସେ ପୁଣେ ବିମାନବନ୍ଦରରେ ଏକ ଘରୋଇ ବିମାନ କମ୍ପାନୀର ଟିକେଟ୍ କାଉଣ୍ଟରରେ କାମ କରୁଥିଲେ। ଦୀପାବଳି ପାଳନ କରିବାକୁ ସେ ନିଜ ମାମୁଁଘର ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାକୁ ଆସିଥିଲେ। ତେବେ ତାଙ୍କର ମୃତ୍ୟୁ ଘଟଣାକୁ ନେଇ ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

କେମିତି ଘଟିଲା ଘଟଣା?
ସୂଚନା ଅନୁସାରେ, ନଭେମ୍ବର ୧୪ ତାରିଖ ଶନିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବର୍ଷା ଗୋନ୍ଦିଆର ଜଣେ ପରିଚିତ ଯୁବକ ନିତେଶ ଅଗ୍ରୱାଲଙ୍କ ସହ ବୁଲିବାକୁ ଯାଇଥିଲେ। ଦୁହେଁ ମହାରାଷ୍ଟ୍ରର ବୋଣ୍ଡରାଣୀ ଅଞ୍ଚଳରେ ଥିବା ବୈନଗଙ୍ଗା ନଦୀ କୂଳକୁ ଯାଇଥିଲେ। ନଦୀ କୂଳରେ ଥିବା ଶଙ୍କର ମନ୍ଦିର ପଛପଟ ସାଗୁଆନ ଜଙ୍ଗଲରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
କିଛି ସମୟ ପରେ ନିତେଶ ବର୍ଷାଙ୍କ ପରିବାରକୁ ଫୋନ୍ କରି ଆକ୍ରମଣ ଓ ଲୁଟ୍‌ପାଟ୍ ହୋଇଥିବା ସୂଚନା ଦେଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ବର୍ଷାଙ୍କୁ ରକ୍ତାକ୍ତ ଅବସ୍ଥାରେ ପାଇଥିଲେ। ତୁରନ୍ତ ତାଙ୍କୁ ଖୈରଲାଞ୍ଜି ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

  • ଯୁବକଙ୍କ ବୟାନକୁ ନେଇ ସନ୍ଦେହ

ନିତେଶଙ୍କ କହିବା ଅନୁସାରେ, କିଛି ମୁଖାପିନ୍ଧା ଦୁର୍ବୃତ୍ତ ସେମାନଙ୍କ ଉପରେ ଆକ୍ରମଣ କରି ଲୁଟ୍‌ପାଟ୍ କରିଥିଲେ। ଆକ୍ରମଣରେ ବର୍ଷା ଗୁରୁତର ଆହତ ହୋଇଥିଲେ। ତେବେ ଏହି ଘଟଣାକୁ ନେଇ ପୋଲିସର ସନ୍ଦେହ ବଢ଼ିଛି। କାରଣ ଏତେ ବଡ଼ ଆକ୍ରମଣ ହୋଇଥିବା ଦାବି ସତ୍ତ୍ୱେ ନିତେଶଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନଥିଲା। ତାଙ୍କ ବୟାନରେ ମଧ୍ୟ ପୋଲିସ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି। ଏହାପରେ ପୋଲିସ ନିତେଶଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।

  • ଅଢ଼େଇ ବର୍ଷର ଝିଅକୁ ଛାଡ଼ି ଚାଲିଗଲେ ବର୍ଷା

ବର୍ଷାଙ୍କର ୨୦୨୪ ମସିହାରେ ବିବାହ ହୋଇଥିଲା। ତାଙ୍କର ଅଢ଼େଇ ବର୍ଷର ଏକ ଝିଅ ମଧ୍ୟ ଅଛି। ତାଙ୍କ ସ୍ୱାମୀ ବର୍ତ୍ତମାନ ଇନ୍ଦୋରରେ ରହୁଥିବା ଜଣାପଡ଼ିଛି। ଦୀପାବଳି ଛୁଟିରେ ଝିଅକୁ ଧରି ବର୍ଷା ନିଜ ମାମୁଁଘରକୁ ଆସିଥିଲେ। ହେଲେ ତାଙ୍କର ଏପରି ଅକାଳ ମୃତ୍ୟୁ ପରିବାରକୁ ସ୍ତବ୍ଧ କରିଦେଇଛି। ବର୍ତ୍ତମାନ ମାମଲାର ତଦନ୍ତ ଦୌନିୱାଡ଼ା ପୋଲିସ କରୁଛି। ପୋଷ୍ଟମର୍ଟମ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣା ପଛର ରହସ୍ୟ ସ୍ପଷ୍ଟ ହେବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: