Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପତ୍ନୀଙ୍କୁ ଶେଷ ଚିଠି ଲେଖି ଆତ୍ମହତ୍ୟା କଲେ ଆନିମେଟର ନିଶାନ୍ତ

National

ପତ୍ନୀଙ୍କୁ ଶେଷ ଚିଠି ଲେଖି ଆତ୍ମହତ୍ୟା କଲେ ଆନିମେଟର ନିଶାନ୍ତ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପତ୍ନୀଙ୍କୁ ଶେଷ ଚିଠି ଲେଖି ଆତ୍ମହତ୍ୟା କଲେ ଆନିମେଟର ନିଶାନ୍ତ

"ହାଏ ବେବି , ତୁମେ ଏହି ଚିଠି ପଢିବା ବେଳେ ହୁଏତ ମୁଁ ନଥିବି । ମୁଁ ମୋ ଜୀବନର ଶେଷ ମୁହୁର୍ତ୍ତରେ ମଧ୍ୟ ତୁମକୁ ଘୃଣାର ସହ ବିଦାୟ ଦେଇଥାନ୍ତି, କିନ୍ତୁ ମୁଁ ଏପରି କରି ପାରିବିନି। ଏହି ଶେଷ ମୁହୁର୍ତ୍ତରେ ମୁଁ ତୁମକୁ ଭଲ ପାଇବାର ସହ ବିଦାୟ ଦେଉଛି । ମୁଁ ତୁମକୁ ସେତେବେଳେ ବି ଭଲ ପାଉଥିଲି , ଏବେ ବି ଭଲ ପାଉଛି ଆଉ ଯେମିତି ତୁମକୁ କଥା ଦେଇଥିଲି, ଠିକ ସେମିତି ମୋ ଭଲ ପାଇବା ତୁମପାଇଁ କେବେ ବି କମ ହେବନି । ମୋ ଜୀବନର ସଂଘର୍ଷ କେମିତି ଥିଲା ମୋ ମାଆ ହିଁ ଜାଣିଛନ୍ତି । ଦୟାକରି ତାଙ୍କ ପାଖକୁ ଯିବନି । ସେ ଖୁବ ଭାଙ୍ଗି ପଡିଛନ୍ତି । "କିଛି ଏମିତି ନିଜ ପତ୍ନୀଙ୍କ ପାଇଁ ନିଜର ଶେଷ ଚିଠି ଲେଖିଥିଲେ ନିଶାନ୍ତ । ଆଉ ତା ପରେ ସବୁ କିଛି ଶେଷ ହୋଇ ଯାଇଥିଲା । ଦୂନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ନିଶାନ୍ତ ତ୍ରିପାଠୀ ।

ମାନୁ ଶର୍ମା, ଅତୁଲ ସୁଭାସ , ଗୌତମ କୁମାରଙ୍କ ପରେ ଏବେ ମୁମ୍ବାଇର ବିଲେ ପାର୍ଲେ ଅଞ୍ଚଳର ୪୧ ବର୍ଷୀୟ ଆନିମେଟର ନିଶାନ୍ତ ତ୍ରୀପାଠୀ । ଏହି ସ୍ଥାନରେ ଥିବା ଏକ ବନ୍ଦ ହୋଟେଲରୁ ମିଳିଛି ନିଶାନ୍ତଙ୍କ ମୃତଦେହ । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଏକ ସୁଇସାଇଡ ନୋଟ ଲେଖି ନିଜ କମ୍ପାନୀର ୱେବସାଇଟରେ ଶେୟାର କରିଛନ୍ତି । ଯେଉଁଥିରେ ସେ ନିଜ ସ୍ତ୍ରୀ ଅପୂର୍ବା ପାରିକ ଏବଂ ସ୍ତ୍ରୀଙ୍କ ମାଉସୀ ପ୍ରାର୍ଥନାଙ୍କୁ ନିଜ ଆତ୍ମହତ୍ୟା ପଛର ଦୋଷୀ ବୋଲି ଦର୍ଶାଇଛନ୍ତି ।

ସେ ନିଜର ଆତ୍ମହତ୍ୟା କରିବାର ୩ ଦିନ ପୂର୍ବରୁ ଏକ ହୋଟେଲରେ ଆସି ରହୁଥିଲେ। ଏବଂ ଆତ୍ମହତ୍ୟା ଦିନ ସେ ପ୍ରଥମେ ନିଜର ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କରିଥିଲେ । ନୋଟର ଶେଷରେ ନିଜ ପତ୍ନୀଙ୍କ ପାଇଁ କବିତା ମଧ୍ୟ ଲେଖିଥିଲେ ସୁଶାନ୍ତ ।
ତେବେ ମୃତ୍ୟପରେ ନିଶାନ୍ତଙ୍କ ମାଆ ନିଲମ ଚତୁର୍ବେଦୀ, ତାଙ୍କ ବୋହୁ ଏବଂ ତାଙ୍କ ମାଉସୀ ପ୍ରାର୍ଥନା ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଅପୂର୍ବାଙ୍କ ଉପରେ ବିଏନସି(BNC) ଧାରା ୧୦୮ ଅନୁଯାୟୀ ମାମଲା ରୁଜୁ କରିଛନ୍ତି । ନିଶାନ୍ତଙ୍କ ପତ୍ନୀ ଅପୂର୍ବା ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ।

ପୂର୍ବରୁ ମଧ୍ୟ ବ୍ୟାଙ୍ଗଲୋର ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁବାସଙ୍କ ଏପରି ଆତ୍ମହତ୍ୟା ଘଟଣା ଚର୍ଚ୍ଚାକୁ ଆସିଥିଲା । ସେ ନିଜର ଆତ୍ମହତ୍ୟା ପୂର୍ବରୁ ନିଜ ପତ୍ନୀଙ୍କ ନିର୍ଯ୍ୟାତନା ବିରୋଧରେ ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କରିଥିଲେ । ଏବେ ପୁଣି ୪୧ ବର୍ଷୀୟ ନିଶାନ୍ତ ନିଜ ପତ୍ନୀଙ୍କ ନିର୍ଯ୍ୟାତନାକୁ ସହି ନପାରି ଆତ୍ମହତ୍ୟା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Animator Nishant commits suicide by writing last letter to wife | Argus News