ଛତିଶଗଡ଼ର ଆଉ ଏକ ପଞ୍ଚାୟତ କେରଲାପେନ୍ଦା ହେଲା ନକ୍ସଲମୁକ୍ତ

Key Points
ଦେଶରେ ଶେଷ ନିଃଶ୍ବାସ ନେଉଛି ନକ୍ସଲବାଦ
ଛତିଶଗଡ଼ର ଆଉ ଏକ ପଞ୍ଚାୟତ କେରଲାପେନ୍ଦା ହେଲା ନକ୍ସଲମୁକ୍ତ
କେରଲାପେନ୍ଦା ଗାଁର ୯ ଜଣଙ୍କ ସମେତ ୧୬ ନକ୍ସଲ କଲେ ଆତ୍ମସମର୍ପଣ
ସରେଣ୍ଡର କରିଥିବା ନକ୍ସଲଙ୍କ ମୁଣ୍ଡରେ ଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର
ନକ୍ସଲ ମୁକ୍ତ ହେବା ପରେ ଗାଁକୁ ୧ କୋଟି ଟଙ୍କାର ସହାୟତା ଦେଲେ ସରକାର
ଗତବର୍ଷ ୨୧ ବର୍ଷ ପରେ ରାମ ମନ୍ଦିର ତାଲା ଖୋଲିବା ନେଇ ଚର୍ଚ୍ଚାରେ ଥିଲା ଏହି ଗାଁ
ଗତବର୍ଷ ଏପ୍ରିଲ ମାସରେ ଛତିଶଗଡ଼ ସୁକମାର ଏହି କେରଲାପେନ୍ଦା ଗାଁରେ ୨୧ ବର୍ଷ ପରେ ରାମ ମନ୍ଦିରର ତାଲା ଖୋଲିଥିଲେ ସୁରକ୍ଷା କର୍ମୀ। ନକ୍ସଲମାନେ ୨୦୦୩ରେ ୭୦ ଦଶକରେ ନିର୍ମିତ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଏହି ମନ୍ଦିରରେ ତାଲା ପକାଇଦେଇଥିଲେ। ସେବେଠାରୁ ମନ୍ଦିରରେ ଅପୂଜା ରହିଥିଲେ ଭଗବାନ। ନକ୍ସଲଙ୍କ ଭୟରେ ମନ୍ଦିର ଆଖପାଖକୁ ବି ଯାଉନଥିଲେ ଗାଁ ଲୋକେ। କିନ୍ତୁ ଗତବର୍ଷ ଯେତେବେଳ ସୁରକ୍ଷାକର୍ମୀ ଯାଇ ମନ୍ଦିରର ତାଲା ଖୋଲିବା ସହ ଭଗବନଙ୍କର ପୂଜାର୍ଚ୍ଚନା କରିଥିଲେ ସାରା ଦେଶରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ସେହି କେରଲାପେନ୍ଦା ଗାଁ ହୋଇଛି ସମୂର୍ଣ୍ଣ ନକ୍ସଲ ମୁକ୍ତ। ଗାଁର ଶେଷ ୯ ଜଣ ନକ୍ସଲ କରିଛନ୍ତି ଆତ୍ମସମର୍ପଣ। ନକ୍ସଲବାଦର ରାସ୍ତା ଛାଡ଼ି ସେମାନେ ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି। ଏଥିସହ କେରଲାପେନ୍ଦା ଗାଁକୁ ନକ୍ସଲମୁକ୍ତ ଭାବେ କରାଯାଇଛି ଘୋଷଣା ।
ଏକଦା ସୁକମାମ କେରଲାପେନ୍ଦା ଗାଁ ଥିଲା ମାଓବାଦୀଙ୍କ ଗଡ଼। ଏଠାକୁ ଲୋକେ ଦିନରେ ବି ଯିବାକୁ ଭୟ କରୁଥିଲେ। ବିକାଶର ଚିହ୍ନବର୍ଣ୍ଣ ନଥିଲା ଏହି ଗାଁରେ। କିନ୍ତୁ କେନ୍ଦ୍ରସରକାର ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରିବା ପରେ ଧିରେ ଧିରେ ଏହି ଗାଁ ମାଓବାଦୀଙ୍କ କବଳରୁ ମୁକ୍ତ ହେବା ସହ ନକ୍ସଲ ସଙ୍ଗଠନରେ ମିଶିିଥିବା ଗାଁର ଯୁବକ ମୁଖ୍ୟସ୍ରୋତକୁ ଫେରିଥିଲେ। ଆଉ ଏବେ ଏଥିରେ ସଂପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡିଛି। ଛତିଶଗଡ଼ ସରକାରଙ୍କ ଯୋଜନା ଅନୁଯାଯୀ ଗାଁର ବିକାଶ ପାଇଁ ୧ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି।
କେରଲପେନ୍ଦାର ୯ ନକ୍ସଲଙ୍କ ସହ ମୋଟ ୧୬ ଜଣ ନକ୍ସଲ କରିଛନ୍ତି ଆତ୍ମସମର୍ପଣ। ସେମାନଙ୍କ ମଧ୍ୟରେ ଅଛନ୍ତି ୨ ହାର୍ଡକୋର୍ ମାଓବାଦୀ। ଏମାନଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ମାଓବାଦୀ ମଣ୍ଡରେ ୮ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରାଶି ଥିବା ବେଳେ ୬ ଜଣ ନକ୍ସଲଙ୍କ ନାଁରେ ମୋଟ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଓଡ଼ିଶାର ଲେକ ଥିବା ସୂଚନା ଦେଇଛନ୍ତି ସୁକମା ଏସପି। ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।