Videos
|
National

ଅଗ୍ନିବୀର ନିଯୁକ୍ତି ପାଇଁ ଆରମ୍ଭ ହେଲା ଆବେଦନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଅଗ୍ନିବୀର ନିଯୁକ୍ତି ପାଇଁ ଆରମ୍ଭ ହେଲା ଆବେଦନ

ଭାରତୀୟ ସେନାରେ ସାମିଲ ହେବାକୁ ଆଶା ରଖିଥିବା ଯୁବପିଢିଙ୍କ ପାଇଁ ଆସିଲା ଖୁସି ଖବର। ଅଗ୍ନିବୀର ନିଯୁକ୍ତି ୨୦୨୫ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଆଜି ଠାରୁ ଅର୍ଥାତ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଛି ଆବେଦନ। ଏହାର ଶେଷ ତାରିଖ ଏପ୍ରିଲ ୧୦ ରହିଛି। ଅଗ୍ନିବୀର ନିଯୁକ୍ତି ପାଇଁ, ସର୍ବପ୍ରଥମେ ପ୍ରାର୍ଥୀମାନଙ୍କୁ ସେନାର ସରକାରୀ ୱେବସାଇଟ୍ ଯାଇ ଅନଲାଇନରେ ପଞ୍ଜୀକରଣ କରିବାକୁ ପଡିବ। ଆବେଦନ କରିବା ପାଇଁ ଅଫିସିଆଲ ଓ୍ବେବସାଇଟ୍ www.joinindianarmy.nic.in ରେ ଆବେଦନ କରି ପାରିବେ।


କେଉଁ ପୋଷ୍ଟ ପାଇଁ ଆବେଦନ ହେଉଛି ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଗ୍ନିବୀର ନିଯୁକ୍ତି ପାଇଁ ସର୍ବନିମ୍ନ ବୟସ ୧୭.୫ ବର୍ଷ ଏବଂ ସର୍ବାଧିକ ବୟସ ୨୧ ବର୍ଷ ଧାର୍ଯ୍ୟ କରାଯାଇଛି। ଆବେଦନ କରାଯାଉଥିବା ପଦବୀ ଗୁଡିକ ହେଉଛି- ଭାରତୀୟ ସେନା ଅଗ୍ନିବୀର ଜେନେରାଲ ଡ୍ୟୁଟି, ଅଗ୍ନିବୀର କ୍ଲର୍କ/ଷ୍ଟୋର କିପର, ଟେକ୍ନିକାଲ୍ ଅଗ୍ନିବୀର, ଟ୍ରେଡସମ୍ୟାନ୍ ଏବଂ ସୈନିକ ଟେକ୍ନିକାଲ୍ ନର୍ସିଂ, ସୋଲଜର ଫାର୍ମା, ମହିଳା ମିଲିଟାରୀ ପୋଲିସ, ହାବିଲଦାର, କ୍ୟାଟରିଂ ଆଦି ପଦବୀ ପାଇଁ ଆବେଦନ ଆହ୍ୱାନ କରାଯାଉଛି। ଏଥିପାଇଁ ଜୁନ ମାସରେ ଲିଖିତ ପରୀକ୍ଷା କରାଯିବ। ଏନେଇ ସମସ୍ତ ତଥ୍ୟ ଅଫିସିଆଲ ଓ୍ବେବ ସାଇଟରେ ଉପଲବ୍ଧ ରହିଛି।


ଶିକ୍ଷାଗତ ଯୋଗ୍ୟତା କେତେ ? 


ଅଗ୍ନିବୀର ଜେନେରାଲ ଡ୍ୟୁଟି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ 45% ନମ୍ବର ସହିତ ମାଟ୍ରିକ ପାସ କରିଥିବା ଦରକାର


ଯେଉଁମାନେ ହାଲୁକା ଯାନ ଚଳାଇ ପାରୁଥିବେ, ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ରହିଥିବ ସେମାନଙ୍କୁ ଗାଡି ଚଳାଇବା ପାଇଁ ନିଯୁକ୍ତି ମିଳିବ


ଅଗ୍ନିବୀର ଟେକ୍ନିକାଲ୍ ପଦବୀ ପାଇଁ ଦଶମ ପାସ୍ କରିଥିବା ଆବଶ୍ୟକ। (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ଇଂରାଜୀରେ ସର୍ବନିମ୍ନ ୫୦% ନମ୍ବର, ପ୍ରତ୍ୟେକ ବିଷୟରେ ୪୦%) ରେ ରଖିଥିବା ଆବଶ୍ୟକ।


ଅଗ୍ନିବୀର କ୍ଲର୍କ / ଷ୍ଟୋରକିପର ଟେକ୍ନିକାଲ୍ ପଦବୀ ପାଇଁ ଯେକୌଣସି ଷ୍ଟ୍ରିମ୍‌ରୁ ଦ୍ୱାଦଶ ପାସ୍ (ସାମୁହିକ ୬୦% ମାର୍କ, ପ୍ରତ୍ୟେକ ବିଷୟରେ ସର୍ବନିମ୍ନ ୫୦% ମାର୍କ ଏବଂ ଇଂରାଜୀ ଏବଂ ଗଣିତରେ ସର୍ବନିମ୍ନ 50% ମାର୍କ ରଖିଥିବା ଆବଶ୍ୟକ। ଏହି ପଦବୀ ପାଇଁ ଟାଇପିଂ ଟେଷ୍ଟ ବାଧ୍ୟତାମୂକଳ ରହିବ। ଏନେଇ ଅଧିକ ତଥ୍ୟ ଅଫିସିଆଲ ଓ୍ବେବ ସାଇଟରେ ଉପଲବ୍ଧ ରହିଛି।


ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଅଧୀନରେ, ଏକ ଫିଟନେସ୍ ପରୀକ୍ଷା ନିଆଯିବ, ଯେଉଁଥିରେ ଦୌଡ଼ିବା, ପୁସ୍-ଅପ୍ ଏବଂ ଅନ୍ୟାନ୍ୟ ଶାରୀରିକ କାର୍ଯ୍ୟକଳାପର ଟେଷ୍ଟ ନିଆଯିବ। ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ଟେଷ୍ଟ ଦେବାକୁ ପଡିପାରେ। ମନୋନୀତ ପ୍ରାର୍ଥୀଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ନିଯୁକ୍ତି ଦିଆଯାଇଥାଏ।




Applications for the recruitment of Agniveer have started | Argus News