ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଅର୍ଗସ ବ୍ୟୁରୋ:ଆଉ ନାହାନ୍ତି ଭାରତର ଶିଳ୍ପ ସମ୍ରାଟ ରତନ ଟାଟା,ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୮୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଆଜି ସାରା ଦେଶ ସ୍ତବ୍ଧ ହୋଇଯାଇଛି । ରତନଙ୍କୁ ଝୁରୁଛନ୍ତି ସଭିଏଁ। ଟ୍ବିଟ୍ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀଙ୍କ ସମେତ ଅନେକ ବ୍ୟକ୍ତିଶୋକ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ,ପଦ୍ମବିଭୂଷଣ ରତନ ଟାଟାଙ୍କୁ ଦିଆଯିବ ଅନ୍ତିମ ବିଦାୟ। ମୁମ୍ବାଇ ସ୍ଥିତ ବାସଭବନରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ପାର୍ଥୀବ ଶରୀର ଶେଷ ଦର୍ଶନ କରୁଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରତନ ଟାଟାଙ୍କ ଅନ୍ତିମ ସଂସ୍କାର କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି।ତାଙ୍କ ବିୟୋଗରେ ଦିନିକିଆ ଛୁଟି ଘୋଷଣା ହୋଇଛି। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ଉଭୟ ରାଜ୍ୟର ସରକାର। ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଦିନିକିଆ ଛୁଟି ଘୋଷଣା ହୋଇଛି। ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ଝାଡ଼ଖଣ୍ଡ ସହ ଟାଟାଙ୍କ ଥିଲା ବିଶେଷ ସମ୍ପର୍କ। ଜାମସେଦପୁରରୁ ଆରମ୍ଭ ହୋଇଥିଲା ଟାଟା ଗ୍ରୁପର ଯାତ୍ରା। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ଦିନିକିଆ ଶୋକ ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ସବୁ ସରକାରୀ କୋଠାରେ ଅର୍ଧନିମିତ ରହିବ ଜାତୀୟ ପତାକା। ଏକନାଥ ସିନ୍ଦେ ଟ୍ୱିଟ୍ କରି କହିଥିଲେ ଭାରତର କୋହିନୂର ଆଉ ନାହାଁନ୍ତି,। ଦୁଃଖର ବିଷୟ ଯେ ରତନ ଟାଟା ଆମ ଗହଣରେ ଆଉ ନାହାଁନ୍ତି। ସେ ମହାରାଷ୍ଟ୍ରର ଓ ଭାରତର ଗର୍ବ ଥିଲେ। ତାଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଶକ୍ତି ଏବଂ ପ୍ରେରଣା ଆସୁଥିଲା। ସେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଗୋଡରେ ଠିଆ ହେବା ପାଇଁ ସାହାଯ୍ୟ କରିଛନ୍ତି।ସେ ଶିଳ୍ପ ତଥା ସାମାଜସେବା ତଥା ପରୋପକାର କ୍ଷେତ୍ରରେ ଦେଶ ତଥା ବିଶ୍ୱରେ ଏକ ଅବିସ୍ମରଣୀୟ ଛାପ ଛାଡି ଯାଇଛନ୍ତି ରତନ ଟାଟା। ସରଳ,ଦୟାଳୁ ଓ ଉଦାର ମଣିଷଙ୍କୁ ହରାଇଛି ଭାରତ,ମନେ ରହିବା ତାଙ୍କ ସେବା ସମାଜ ପ୍ରତି ଦାୟିତ୍ବ ବୋଧତା,ଟାଟାଙ୍କର ବ୍ୟବସ୍ଥାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୁବ ବର୍ଗଙ୍କ ପାଇଁ ଆଶାର ମସାଲ।