Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Dharmendra Pradhan / ଆଇଆଇଟି ଦିଲ୍ଲୀରେ ସ୍ୱଦେଶୀ ଏଆଇ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ରାଉଣ୍ଡଟେବୁଲ

Bikash Mohanty
Browse all articles by Bikash Mohanty
·5 months ago·2 min read
ଆଇଆଇଟି ଦିଲ୍ଲୀରେ ସ୍ୱଦେଶୀ ଏଆଇ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ରାଉଣ୍ଡଟେବୁଲ
AI

Key Points

ଆଇଆଇଟି ଦିଲ୍ଲୀରେ ସ୍ୱଦେଶୀ ଏଆଇ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ରାଉଣ୍ଡଟେବୁଲ
ଭାରତୀୟ ସଂସ୍କୃତି, ଭାଷା ଏବଂ ପ୍ରସଙ୍ଗକୁ ଆଧାର କରି ନୂତନ ସମାଧାନ ତିଆରି କରିବା
ଆଇଆଇଟି ଦିଲ୍ଲୀ ପରିସରରେ ନୂତନ ଏକାଡେମିକ୍ ବ୍ଲକ ଏବଂ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଇଆଇଟି ଦିଲ୍ଲୀ ଗସ୍ତ କରି ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣୁଥିବା ଭାରତୀୟ ଏଆଇ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇଛନ୍ତି । ଦେଶର ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ନେବାରେ ଏଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ।

‘ଭାରତରୁ ବିଶ୍ୱ ପାଇଁ’ ଆଭିମୁଖ୍ୟ ରଖି କାର୍ଯ୍ୟ କରୁଥିବା ଏହି ଷ୍ଟାର୍ଟ-ଅପ୍ ଗୁଡ଼ିକ ବିଶେଷ କରି ଶିକ୍ଷା ବ୍ୟବସ୍ଥାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ର ପ୍ରୟୋଗ ଉପରେ ଦୃଷ୍ଟି ଦେଉଛନ୍ତି । ଏହି ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାମାନେ ମଧ୍ୟବିତ୍ତ ପରିବାର ଏବଂ ଟିୟର-୩ ସହରରୁ ଆସିଥିବାରୁ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରିଛନ୍ତି । ଭାରତର ବାସ୍ତବ ଶିକ୍ଷାଗତ ସମସ୍ୟା ସମାଧାନ କରିବାରେ ସେମାନଙ୍କର ବୁଝାମଣାକୁ ସେ ପ୍ରଶଂସା କରିଛନ୍ତି । ଭାରତୀୟ ସଂସ୍କୃତି, ଭାଷା ଏବଂ ପ୍ରସଙ୍ଗକୁ ଆଧାର କରି ନୂତନ ସମାଧାନ ପ୍ରସ୍ତୁତ କରିବାକୁ ସେ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଛନ୍ତି । ଭାରତର ବୈଷୟିକ ସାର୍ବଭୌମତ୍ୱ ଏବଂ ଶିକ୍ଷା କ୍ଷେତ୍ରରେ ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର (ଡିପିଆଇ) ଗଠନ ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ‘ସ୍ୱଦେଶୀ ଏଆଇ’ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି ସେ କହିଛନ୍ତି ।

ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଆଇଆଇଟି ଦିଲ୍ଲୀ ପରିସରରେ ଏକ ନୂତନ ଏକାଡେମିକ୍ ବ୍ଲକ ଏବଂ ଏକ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ନୂତନ ସୁବିଧା ଶିକ୍ଷାର୍ଥୀମାନଙ୍କୁ ଗବେଷଣା ଏବଂ ଏକାଡେମିକ୍ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ ଏବଂ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସୁକାନ୍ତ ମଜୁମଦାର ମଧ୍ୟ ଉପସ୍ଥିତ ଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan | Dharmendra Pradhan at IIT Delhi | AI Startups Meeting on Education Transformation | Argus News