Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁର୍ଶିଦାବାଦରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି

National

ମୁର୍ଶିଦାବାଦରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି

Smruti Parija
Browse all articles by Smruti Parija
·1 year ago·2 min read
ମୁର୍ଶିଦାବାଦରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି

ମମତାଙ୍କ ରାଜ୍ୟରେ ହିନ୍ଦୁଙ୍କ ଭିତରେ ହାହାକାର। ହିନ୍ଦୁଙ୍କ ଘରେ ନିଆଁ ଲଗାଇଲେ...ପାଣିରେ ବିଷ ମିଶାଇଲେ...ଶେଷରେ ଭୟଭୀତ ହୋଇ ହିଂସାଗ୍ରସ୍ତ ମୁର୍ଶିଦାବାଦରୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି ମହିଳା, ଶିଶୁଙ୍କ ସମେତ ୫୦୦ରୁ ଅଧିକ ହିନ୍ଦୁ । ମାଲଦାର ଏକ ସ୍କୁଲରେ ଆଶ୍ରୟ ନେଇଥିବା ହିନ୍ଦୁଙ୍କ ଆଖିର ଲୁହ ହିଁ ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ସୁରକ୍ଷା ସ୍ଥିତି ବୟାନ କରୁଛି । ମମତା ସରକାର ପଶ୍ଚିମବଙ୍ଗରେ ୱାକଫ ଆଇନ ଲାଗୁ କରିନଥିଲେ ବି ମୁର୍ଶିଦାବାଦ ସମେତ ରାଜ୍ୟର ବିଭିନ୍ନ ମୁସଲିମ ବହୁଳ ଅଞ୍ଚଳରେ ହିନ୍ଦୁଙ୍କୁ ଟାର୍ଗେଟ୍ କରୁଛନ୍ତି ହିଂସାକାରୀ । ପୋଲିସ ଉପସ୍ଥିତିରେ ହିନ୍ଦୁଙ୍କ ଘରେ, ଦୋକାନ ବଜାରରେ ନିଆଁ ଲଗାଉଛନ୍ତି ଦଙ୍ଗାକାରୀ । ମମତା ସରକାରଙ୍କୁ ହିନ୍ଦୁଙ୍କ ସୁରକ୍ଷା ଗ୍ୟାରେଣ୍ଟି ମାଗିଛି ବିଜେପି ।


ଶନିବାର ରାତିରେ ୧୬ ପ୍ଲାଟୁନ କେନ୍ଦ୍ରୟୀ ଅର୍ଦ୍ଧସାମରିକ ବଳ ସହ ରବିବାର ହିଂସାଗ୍ରସ୍ତ ଅଞ୍ଚଳରେ ମୁତୟନ ହୋଇଛନ୍ତି ୩୦୦ ସୀମା ସୁରକ୍ଷା ବଳ । ଡିଜିପି ଓ ଆଇଜିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ହିଂସାଗ୍ରସ୍ତ ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅପିଲ କରିଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ମୁର୍ଶିଦାବାଦରେ ଇଣ୍ଟରନେଟ ସେବାକୁ ଅସ୍ଥାୟୀ ଭାବେ ବନ୍ଦ ରଖିଯାଇଛି । ବର୍ତ୍ତମାନ ସୁଦ୍ଧା ହିଂସା ଘଟଣାରେ ୧୧୮ ଜଣଙ୍କୁ ଗିରଫ କରାଯାଇଥିବା କହିଛି ପଶ୍ଚିମବଙ୍ଗ ପୋଲିସ।


ଏକଦା ହିନ୍ଦୁ ବହୁଳ ଥିବା ମୁର୍ସିଦାବାଦରେ ପ୍ରଥମେ ବାମପନ୍ଥୀ ଓ ପରେ ଟିଏମସିର ତୁଷ୍ଟିକରଣ ରାଜନୀତି ଯୋଗୁଁ ହିନ୍ଦୁ ସଂଖ୍ୟାଲଘୁରେ ପରିଣତ ହୋଇସାରିଲେଣି । ସରକାରୀ ତଥ୍ୟ ଅନୁଯାୟୀ ଦେଶ ସ୍ବାଧୀନତା ବେଳେ ମୁର୍ଶିଦାବାଦରେ ହିନ୍ଦୁଙ୍କ ଜନସଖ୍ୟା ଥିଲା ୪୫% ଓ ମୁସଲିମ୍ ଥିଲେ ୫୫% । କିନ୍ତୁ ୨୦୨୪ ବେଳକୁ ଏହା ଓଲଟି ଯାଇଛି। ଏବେ ଏଠାରେ ହିନ୍ଦୁଙ୍କ ସଂଖ୍ୟା ୩୦%କୁ କମି ଆସିଥିବାବେଳେ ମୁସଲିମ୍ ଜନସଂଖ୍ୟା ବୃଦ୍ଧିପାଇ ୭୦%ରେ ପହଞ୍ଚିଛି । ଆଉ ଇତହାସ କହୁଛି ଭାରତ ଯେଉଁ ଅଞ୍ଚଳରେ ହିନ୍ଦୁ ସଂଖ୍ୟାଲଘୁ ପାଲଟିଛନ୍ତି ସେଠାରେ ବିଚ୍ଛିନ୍ନତାବାଦୀ ଓ ଅତଙ୍କବାଦୀ ମୁଣ୍ଡ ଟେକିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୁର୍ସିଦାବାଦରେ ଦଙ୍ଗାକାରୀଙ୍କ ଆକ୍ରମଣରେ ଏବେସୁଦ୍ଧା ୩ ଜଣ ହିନ୍ଦୁ ପ୍ରାଣହରାଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ପୋଲିସ କର୍ମା ବି ଅଛନ୍ତି। ଶତାଧିକ ଯାନବାହନ, ଦୋକାନ, ବଜାରରେ ନିଆଁ ଲଗାଇ ଦେଇଛନ୍ତି ଦଙ୍ଗାକାରୀ । ସ୍ଥିତି ଅଣାୟତ ହେବା ପରେ ଶନିବାର ରାଜ୍ୟ ବିଜେପିର ଆବେଦନ ଆଧାରରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ । ହିଂସାରେ ବହୁ ସରକାରୀ ସମ୍ପତ୍ତି ନଷ୍ଟ ହେବା ସହ ରେଳ ଅଫିସ ଓ ରେଲ ଧାରଣା କ୍ଷତିଗ୍ରସ୍ତ ହୋଇଛି । ହିଂସା ଘଟଣାରେ NIA ଦ୍ବାରା ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି ରାଜ୍ୟ ବିଜେପି ।



Sponsored
Disastrous-law-and-order-situation- in-Murshidabad | Argus News