Microsoft vs Macrohard: ମାଇକ୍ରୋସଫ୍ଟର ବିକଳ୍ପ ଆଣିବେ ମସ୍କ, ଘୋଷଣା କଲେ କମ୍ପାନୀ ନାଁ

Key Points
ବିଲଗେଟସ ଓ ମସ୍କଙ୍କ ସମ୍ପର୍କରେ ଆଗରୁ ଆସିଥିଲା ତିକ୍ତତା
ଏବେ ବ୍ୟବସାୟିକ ପ୍ରତିଯୋଗିତାକୁ ଓହ୍ଲାଇବାକୁ ଯାଉଛନ୍ତି ମସ୍କ
ଘୋଷଣା କଲେ ମାଇକ୍ରୋସଫ୍ଟର ବିକଳ୍ପ, କ'ଣ ପରିବର୍ତ୍ତନ ଆଣିବେ ତା' ଉପରେ ନଜର
ଆଇଟି ଓ ପ୍ରଯୁକ୍ତି କ୍ଷେତ୍ରରେ ପାଦ ଦେଲେ ଏଲନ ମସ୍କ। ଏଥର ଟକ୍କର ବିଲ ଗେଟସଙ୍କ ସହ। ଟେସଲା, ସ୍ପେସ ଏକ୍ସ ଭଳି କମ୍ପାନୀର ପ୍ରତିଷ୍ଠାତା ଏବେ ସଫ୍ଟୱେର କମ୍ପାନୀ ଆରମ୍ଭ କରିଛନ୍ତି। ମାକ୍ରୋହାର୍ଡ ନାମରେ ଏକ କମ୍ପାନୀ ରମ୍ଭ କରିବା ନେଇ ସେ ସୂଚନା ଦେଇଛନ୍ତି। ଯାହାକି ସିଧା ବିଲ୍ ଗେଟସଙ୍କ ମାଇକ୍ରୋସଫ୍ଟକୁ ଟକ୍କର ଦେବ। ତେବେ ଏହି କମ୍ପାନୀ ସମ୍ପୂର୍ଣ୍ଣ ଏଆଇ ଦ୍ଵାରା ପରିଚାଳିତ ହେବ..ଏହାର ସୂଚନା ଦେଇ ମସ୍କ କହିଛନ୍ତି ଏହି କମ୍ପାନୀର ନାମ ଜାଳିଆ ହୋଇଥିଲେ ଭଲ ହୋଇଥାନ୍ତା। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ମାଇକ୍ରୋସଫ୍ଟ ଭଳି ସଫ୍ଟୱେର କମ୍ପାନୀ କୌଣସି ହାର୍ଡୱେର ଉତ୍ପାଦନ କରୁନାହାନ୍ତି, ତେଣୁ ଏପରି କମ୍ପାନୀକୁ ଏଆଇ ମାଧ୍ୟମରେ ଅନୁକରଣ କରିବା ସମ୍ଭବ।
ରିପୋର୍ଟରୁ ଜଣାପଡ଼ିଛି ଯେ, ମସ୍କଙ୍କ କୃତ୍ରିମ ବୁଦ୍ଧିମତା କମ୍ପାନୀ ଏକ୍ସ-ଏଆଇ ମେରିକାର ପେଟେଣ୍ଡ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ମାକ୍ରୋହାର୍ଡ ନାମକ ଏକ କମ୍ପାନୀପାଇଁ ଆବେଦନ କରିଛି। ଏଆଇ ଜରିଆରେ ଏହି କମ୍ପାନୀ ଅନେକ ସଫ୍ଟୱେର ସେବା ଯୋଗାଇଦେବାକୁ ଲକ୍ଷ ରଖିଛି। ତେବେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲଗେଟସ ଓ ଏହାର ସିଇଓଙ୍କ ସହ ମସ୍କଙ୍କ ସମ୍ପର୍କ ଏତେଟା ଭଲ ନାହିଁ। ଉଭୟଙ୍କ ମଧ୍ୟରେ ଅନେକ କଥା କଟାକଟି, ସୋସିଆଲ ମିଡିଆରେ ସାମ୍ନାସାମ୍ନି ଭଳି ଅନେକ ଘଟଣା ଦେଖିବାକୁ ମିଳିଛି। ବର୍ତ୍ତମାନ ଉଭୟ ବ୍ୟବସାୟିକ ପ୍ରତିଯୋଗିତାକୁ ଓହ୍ଲାଇବାକୁ ଯାଉଛନ୍ତି। ତେଣୁ ମାଇକ୍ରୋସଫ୍ଟ ଭଳି ଏତେ ବଡ଼ କମ୍ପାନୀ ସାମ୍ନାରେ ମସ୍କଙ୍କ ମାକ୍ରୋହାର୍ଡ କଣ ପରିବର୍ତ୍ତନ ଆଣୁଛି ଦେଖିବାକୁ ବାକି ରହିଲା।