Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହିସାରରୁ ଅଯୋଧ୍ୟାକୁ ପ୍ରଥମ କମର୍ସିଆଲ ପ୍ଲାଇଟର ଶୁଭାରମ୍ଭ

Smruti Parija
Browse all articles by Smruti Parija
·1 year ago·1 min read
ହିସାରରୁ ଅଯୋଧ୍ୟାକୁ ପ୍ରଥମ କମର୍ସିଆଲ ପ୍ଲାଇଟର ଶୁଭାରମ୍ଭ

ହରିଆଣାକୁ ମୋଦିଙ୍କ ଭେଟି । ରାଜ୍ୟର ଭିତ୍ତିଭୂମି ଓ ଯୋଗାଯୋଗକୁ ମିଳିଲା ନୂଆ ରାହା । ହିଜାରରୁ ଅଯୋଧ୍ୟା ପାଇଁ ପ୍ରଥମ କମରସିଆଲ୍ ପ୍ଲାଇଟର ଶୁଭାରମ୍ଭ କରିଛନ୍ତି ମୋଦି । ଏହା ସହ ମହାରାଜା ଆଗ୍ରାସେନ୍ ଏୟାରପୋର୍ଟରେ ନୂଆ ଟର୍ମିନାଲ ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ଯମୁନା ନଗରରେ ଥିବା ଦିନବନ୍ଧୁ ଛୋଟୁ ରାମ୍ ଥେରମାଲ୍ ପାୱାର ପ୍ଲାଣ୍ଟରେ 800 MW ଥରମାଲ୍ ପାୱାର ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମ ସରକାର ବାବା ସାହେବ ଆମ୍ବେଦକରଙ୍କ ପଥ ଏବଂ ତାଙ୍କର ନୀତି ଆଦର୍ଶକୁ ମାନି ଆଗକୁ ବଢୁଛି ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରୀ କରିଛନ୍ତି ୱାକଫ ସଂଶୋଧନ ଆଇନ ଜରିଆରେ କଂଗ୍ରେସର ଭୋଟବ୍ୟାଙ୍କ ହ୍ରାସ ପାଇଛି। ଏହି ଆଇନ ଦ୍ବାରା ଦେଶର ବହୁ ଗରିବ ଓ ବିଧବା ମୁସଲିମ, ପାସମନ୍ଦା ମୁସଲିମ ଳାଭବାନ ହେବ। ଓ୍ବାକଫ୍ ଜରିଆରେ ଦେଶରେ ଚାଲିଥିବା ଭୂ ମାଫିଆଙ୍କ ଉପରେ ଏହା ଏକ ଜୋରଦାର ପ୍ରହାର ବୋଲି ପିଏମ ମୋଦି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆମ୍ବେଦକର ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଉପରେ କଡ଼ା ପ୍ରହାର କରିଛନ୍ତି। କହିଛନ୍ତି କଂଗ୍ରେସ କେବେ ବି ମୁସଲମାନ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ସମେତ କାହାକୁ ଲାଭ ଦେବା ପାଇଁ ସମ୍ବିଧାନକୁ ବ୍ୟବହାର କରିନାହିଁ।

Sponsored
First-commercial-flight-from-Hisar-to-Ayodhya-launched | Argus News