High Alert In Delhi / ଖଲିସ୍ତାନୀ ଆତଙ୍କବାଦୀ ପାଇଁ ଦିଲ୍ଲୀ, ଉତ୍ତରାଖଣ୍ଡରେ ହାଇ ଆଲର୍ଟ
·2 months ago·2 min read

Key Points
ହାଇ ଆଲର୍ଟରେ ଦିଲ୍ଲୀ
ଖଲିସ୍ତାନୀ ଆତଙ୍କବାଦୀ ପାଇଁ ଦିଲ୍ଲୀ-ଉତ୍ତରାଖଣ୍ଡରେ ହାଇ ଆଲର୍ଟ
ଗୁଇନ୍ଦା ବିଭାଗର ତଥ୍ୟ ଅନୁସାରେ ହାଇ ଆଲର୍ଟ ଜାରି
ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ମନ୍ଦିରରେ ଆକ୍ରମଣ ନେଇ ଆଲର୍ଟ
ମେଟ୍ରୋ ଷ୍ଟେସନ, ବିମାନବନ୍ଦର, ରେଳ ଷ୍ଟେସନରେ ପୋଲିସ ମୁତୟନ

ନୁଆଦିଲ୍ଲୀ୨୮/୦୬: ଖାଲିସ୍ତାନୀ ଆତଙ୍କବାଦୀ ପାଇଁ ଦିଲ୍ଲୀ, ଉତ୍ତରାଖଣ୍ଡରେ ହାଇ ଆଲର୍ଟ। ଗୁଇନ୍ଦା ବିଭାଗର ତଥ୍ୟ ଅନୁସାରେ ହାଇ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ମନ୍ଦିରରେ ଆକ୍ରମଣ ନେଇ ଆଲର୍ଟ କରିଛି ଗୁଇନ୍ଦା ବିଭାଗ । ଦିଲ୍ଲୀର ସୀମାନ୍ତ ଅଞ୍ଚଳ, ମେଟ୍ରୋ ଷ୍ଟେସନ, ବିମାନବନ୍ଦର, ରେଳ ଷ୍ଟେସନ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ଗାଡ଼ି ଗୁଡ଼ିକର କଡ଼ା ଯାଞ୍ଚ କରାଯାଉଛି । ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବା ପାଇଁ ସୁରକ୍ଷା ଏଜେନ୍ସି ଏବଂ ସାଇବର ସେଲ୍ ସକ୍ରିୟ ରହିଛି । କୌଣସି ଅଜଣା କିମ୍ବା ସନ୍ଦେହଜନକ ବସ୍ତୁ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
ଗୁଇନ୍ଦା ସଂସ୍ଥାର ସତର୍କ ସୂଚନା
ରିପୋର୍ଟ ଅନୁସାରେ, ଉତ୍ତରାଖଣ୍ଡରୁ ଦିଲ୍ଲୀ ପର୍ଯ୍ୟନ୍ତ ଅଞ୍ଚଳକୁ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସୁରକ୍ଷା ସତର୍କତା ଜାରି କରିଛନ୍ତି। ସତର୍କବାର୍ତ୍ତାରେ କୁହାଯାଇଛି ଯେ, ଆଗାମୀ ଦିନରେ ଖଲିସ୍ତାନୀ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ଉଦ୍ୟମ କରିପାରନ୍ତି।
ଧାର୍ମିକ ସ୍ଥଳ, ସରକାରୀ ପ୍ରତିଷ୍ଠାନ, ରେଳ ଷ୍ଟେସନ ଓ ପୋଲିସ କର୍ମଚାରୀମାନେ ସମ୍ଭାବ୍ୟ ଟାର୍ଗେଟ ହୋଇପାରନ୍ତି ବୋଲି ସତର୍କ କରାଯାଇଛି। ଏହାପରେ ଦିଲ୍ଲୀ ଓ ଉତ୍ତରାଖଣ୍ଡର ଗୁରୁତ୍ୱପୂର୍ଣ୍ଣ ମନ୍ଦିର ଏବଂ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ-ଗୁଇନ୍ଦା ସଂସ୍ଥାର ସମନ୍ୱୟ
ଦିଲ୍ଲୀ ପୋଲିସ, ଉତ୍ତରାଖଣ୍ଡ ପୋଲିସ ଏବଂ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ବିପଦର ମୂଲ୍ୟାଙ୍କନ ସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ସମନ୍ୱୟ ରକ୍ଷା କରୁଛନ୍ତି। ପୋଲିସ କର୍ମଚାରୀଙ୍କୁ ସର୍ବଦା ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି, ଧମକପୂର୍ଣ୍ଣ ଇ-ମେଲ୍ର ଉତ୍ପତ୍ତି, ପ୍ରେରକଙ୍କ ପରିଚୟ ଏବଂ ଧମକର ବିଶ୍ୱସନୀୟତା ନେଇ ମଧ୍ୟ ତଦନ୍ତ ଚାଲିଛି।
ଚାମୋଲି ଘଟଣା ପରେ ବଢ଼ିଲା ସତର୍କତା
ଚଳିତ ମାସରେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଘଟିଥିବା ହିଂସାତ୍ମକ ଘଟଣା ପରେ ନିହାଙ୍ଗ ଶିଖ ଗୋଷ୍ଠୀ ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାର ପୃଷ୍ଠଭୂମିରେ ସୁରକ୍ଷା ଏଜେନ୍ସିମାନେ ସତର୍କତାକୁ ଆହୁରି ବଢ଼ାଇଛନ୍ତି।
ଜୁନ୍ ୧୬ରେ କର୍ଣ୍ଣପ୍ରୟାଗରେ ହେମକୁଣ୍ଡ ସାହିବ ଯାତ୍ରାରୁ ଫେରୁଥିବା କେତେକ ନିହାଙ୍ଗ ତୀର୍ଥଯାତ୍ରୀ ଓ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ବଚସା ପରେ ହିଂସାକାଣ୍ଡ ଘଟିଥିଲା। ପୋଲିସ ଅନୁଯାୟୀ, ଖଣ୍ଡାରେ ଆକ୍ରମଣ ହେବାରୁ ଚାରିଜଣ ଆହତ ହୋଇଥିଲେ। ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଯାଇଥିଲା।
ପରେ ନିହାଙ୍ଗ ଗୋଷ୍ଠୀର କେତେକ ସଦସ୍ୟ ରୁଦ୍ରପ୍ରୟାଗର ନାଗାରାସୁରେ ଏକ ଗୁରୁଦ୍ୱାରରେ ଅବସ୍ଥାନ କରିଥିଲେ ଏବଂ ଗିରଫ ହୋଇଥିବା ସଦସ୍ୟଙ୍କୁ ମୁକ୍ତ କରିବା ଦାବିରେ ଡେରାଡୁନ ଅଭିମୁଖେ ଯାତ୍ରା କରିଥିଲେ। ପରେ ପୋଲିସର ମଧ୍ୟସ୍ଥତା ଏବଂ ନିରପେକ୍ଷ ତଦନ୍ତର ଆଶ୍ୱାସନ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ସୁରକ୍ଷା ଏଜେନ୍ସିର କଡ଼ା ନଜର
ଏହା ପ୍ରଥମ ଘଟଣା ନୁହେଁ। ଚଳିତ ବର୍ଷରେ ମଧ୍ୟ ଖଲିସ୍ତାନୀ ଆତଙ୍କବାଦୀ ବିପଦ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ଏକାଧିକ ଥର ସତର୍କବାର୍ତ୍ତା ଜାରି କରିଥିଲେ। ଏହା ପରେ ବିଭିନ୍ନ ଧାର୍ମିକ ସ୍ଥଳ ଓ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।
ସୁରକ୍ଷା ଏଜେନ୍ସିମାନଙ୍କ ସୂଚନା ଅନୁଯାୟୀ, ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନମାନଙ୍କ ନଜରରେ କେତେକ ପ୍ରମୁଖ ଧାର୍ମିକ ସ୍ଥଳ ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ, ଉତ୍ତରାଖଣ୍ଡ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ପୋଲିସ ଓ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ନଜର ରଖିଛନ୍ତି ଏବଂ ଯେକୌଣସି ସୁରକ୍ଷା ବିପଦକୁ ଏଡ଼ାଇବା ପାଇଁ ତଦନ୍ତ ଜାରି ରଖିଛନ୍ତି।

Related Topics
Explore more stories