Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଋଷରେ ଥାଇ ଆମେରିକା ରାଷ୍ଟ୍ରପତିଙ୍କ ମୁଖା ଖୋଲିଦେଲେ ଜୟଶଙ୍କର

Sarada Prasanna Jena
Browse all articles by Sarada Prasanna Jena
·10 months ago·2 min read
ଋଷରେ ଥାଇ ଆମେରିକା ରାଷ୍ଟ୍ରପତିଙ୍କ ମୁଖା ଖୋଲିଦେଲେ ଜୟଶଙ୍କର

Key Points

ଋଷରୁ ଆମେରିକାକୁ ଝଟକା ଦେଲା ଭାରତ

ଡୋନାଲ୍ଡ ଟ୍ରମ୍ପଙ୍କ ମୁଖା ଖୋଲିଦେଲେ ଜୟଶଙ୍କର 

ଆମେରିକାକୁ ଭାରତ ଦେଲା କଡ଼ା ବାର୍ତ୍ତା 

ଆମେରିକା ଏବେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିବା ବେଳେ ଭାରତ ସରକାର ଏବେ ଋଷ ସହିତ ଅନ୍ୟ ଦେଶମାନଙ୍କ ସହ ବାଣିଜ୍ୟ ସମ୍ପର୍କ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ଏଭଳି ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଋଷ ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ତେବେ ଋଷରେ ଥାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଖା ଖୋଲି ଦେଇଛନ୍ତି ଜୟଶଙ୍କର। କାରଣ ୨୫% ପାରମ୍ପରିକ ଶୁଳ୍କ ସହ ୨୫% ଅତିରିକ୍ତ ଶୁଳ୍କ ଅର୍ଥାତ୍ ଭାରତ ଉପରେ ମୋଟ ୫୦% ଶୁଳ୍କ ଲଗାଇବା ପଛରେ ଆମେରିକା ଯୁକ୍ତି ରଖିଛି ଯେ, 'ଭାରତ ରୁଷ ଠାରୁ ଅଶୋଧିତ ତେଲ କିଣୁଛି'। 'ରୁଷଠାରୁ ତେଲ କିଣି ଭାରତ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧରେ ପରୋକ୍ଷ ଭାବରେ ଏହାକୁ ସାହାଯ୍ୟ କରୁଛି'।

କିନ୍ତୁ ଆମେରିକାର ଏଭଳି ନିଷ୍ପତ୍ତି ଉପରେ ଭାରତ ଅସନ୍ତୋଷ ପ୍ରକାଶ କରିଛି। କାରଣ ଏହା ପଛରେ ରହିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋମୁହାଁ ନୀତି। ରୁଷରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ, ଜୟଶଙ୍କର କହିଛନ୍ତି ଯେ ଭାରତକୁ ରୁଷଠାରୁ ତେଲ କିଣିବା ବିଷୟରେ ଆମେରିକା ଧମକ ଦେବା ଆଶ୍ଚର୍ଯ୍ୟଜନକ। ଜୟଶଙ୍କରଙ୍କ କହିବା କଥା ହେଲା, ରୁଷ ତେଲର ସବୁଠାରୁ ବଡ଼ କ୍ରେତା ଭାରତ ନୁହେଁ, ବରଂ ଚୀନ । ଏହା ବ୍ୟତୀତ, ଋଷ ଏଲଏନଜିର ସବୁଠାରୁ ବଡ଼ କ୍ରେତା ଭାରତ ନୁହେଁ, ବରଂ ୟୁରୋପୀୟ ସଂଘ ।

ଜୟଶଙ୍କର କହିଛନ୍ତି କି ଆମେ ସେହି ଦେଶ ନୁହେଁ, ଯାହାର ୨୦୨୨ପରେ ରୁଷ ସହିତ ବାଣିଜ୍ୟରେ ସବୁଠାରୁ ବଡ଼ ବୃଦ୍ଧି ଘଟିଛି। ମୁଁ ଭାବୁଛି, ଦକ୍ଷିଣରେ ସେଭଳି ଅନ୍ୟ କିଛି ଦେଶ ଅଛନ୍ତି । ଆମେ ଏପରି ଏକ ଦେଶ, ଯାହା ଉପରେ ଅଯଥା ଆରୋପ ଲଗାଯାଉଛି। ଗତ କିଛି ବର୍ଷ ଧରି ଆମେରିକୀୟମାନେ କହୁଛନ୍ତି ଯେ ରୁଷରୁ ତେଲ କିଣିବା ସମେତ ବିଶ୍ୱ ଶକ୍ତି ବଜାରକୁ ସ୍ଥିର କରିବା ପାଇଁ ଆମକୁ ସବୁକିଛି କରିବା ଉଚିତ। ଘଟଣାକ୍ରମରେ, ଆମେ ଆମେରିକାରୁ ମଧ୍ୟ ତେଲ କିଣୁଛୁ, ଏବଂ ଏହାର ପରିମାଣ ମଧ୍ୟ ବୃଦ୍ଧି ପାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେଣୁ ଋଷରେ ଗଣମାଧ୍ୟମ ଉଦ୍ଦେଶ୍ୟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି କି ସତ କହିବାକୁ ଗଲେ, ଆପଣ ଯେଉଁ ଯୁକ୍ତିର ଉଲ୍ଲେଖ କରିଛନ୍ତି ତାହା ଦେଖି ଆମେ ବହୁତ ଆଶ୍ଚର୍ଯ୍ୟ । କାରଣ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ରୁଷରୁ ତେଲ କିଣିବା ପାଇଁ ଭାରତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, କିନ୍ତୁ କିଛି ଦିନ ତଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିବା ବେଳେ ଟ୍ରମ୍ପ କହିଥିଲେ ଯେ ଆମେରିକା ଏବଂ ରୁଷ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଉଛି। ତେଣୁ ଏହା ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱୈତ ଚରିତ୍ରକୁ ଦର୍ଶାଉଛି। ତେବେ ଋଷରେ ଗଣମାଧ୍ୟମକୁ ଏଭଳି କହି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ଦୋମୁହାଁ ନୀତିର ମୁଖା ଖୋଲି ଦେଇଛନ୍ତି। କାରଣ ଆମେରିକା ନିଜେ ଋଷ ସହିତ ବାଣିଜ୍ୟ ବୃଦ୍ଧି କରିବା କଥା କହୁଥିବା ବେଳେ ଏପଟେ ଭାରତକୁ ଋଷ ଠାରୁ ତେଲ କିଣିବାରୁ ଅଟକାଇବାକୁ ଚାହୁଁଛି।

Sponsored
Jaishankar-opens-up-about-US-President-while-in-Russia | Argus News