Videos
|
National

Video Viral / ଟ୍ରୋଲ ହେଲେ କଚ୍ଚା ବାଦାମ ଗାର୍ଲ, ଜାଣିବା କଣ ପାଇଁ ଟ୍ରୋଲର ହେଲେ ଶୀକାର?

Bikash Mohanty
Browse all articles by Bikash Mohanty
·35 mins ago·2 min read
ଟ୍ରୋଲ ହେଲେ କଚ୍ଚା ବାଦାମ ଗାର୍ଲ, ଜାଣିବା କଣ ପାଇଁ  ଟ୍ରୋଲର ହେଲେ ଶୀକାର?
ANJALI

Key Points

ଟ୍ରୋଲ ହେଲେ କଚ୍ଚା ବାଦାମ ଗାର୍ଲ ଅଞ୍ଜଳି
ଜାଣିବା କଣ ପାଇଁ ଟ୍ରୋଲର ହେଲେ ଶୀକାର?
ବିବାହକୁ ନେଇ ଟ୍ରୋଲ୍ ହେଲେ ଅଞ୍ଜଳି

ମୁମ୍ବାଇ,୨୩/୦୮: ସୋସିଆଲ ମିଡିଆରୁ ମନୋରଞ୍ଜନ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଅଞ୍ଜଳି ଆରୋରା ଏବେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି। ‘କଚ୍ଚା ବାଦାମ’ ଗୀତରେ ତାଙ୍କ ଭାଇରାଲ ଡ୍ୟାନ୍ସ ଭିଡିଓ ତାଙ୍କୁ ରାତାରାତି ଲୋକପ୍ରିୟ କରିଥିଲା। ଏବେ ସେ ଅଭିନେତ୍ରୀ ଭାବେ ନୂଆ ଯାତ୍ରା ଆରମ୍ଭ କରୁଛନ୍ତି।

ଅଭିଷେକ ସିଂହଙ୍କ ନିର୍ଦ୍ଦେଶିତ ମହାକାବ୍ୟିକ ଚଳଚ୍ଚିତ୍ର ଶ୍ରୀ ରାମାୟଣ କଥା ଶ୍ରୀ ରାମ କି’ରେ ଅଞ୍ଜଳି ଦେବୀ ସୀତାଙ୍କ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମ ୨୫ ସେପ୍ଟେମ୍ବର ୨୦୨୬ରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଥିବା ବେଳେ, ରିଲିଜ୍ ପୂର୍ବରୁ ଅଞ୍ଜଳିଙ୍କ ଏକ ପୁରୁଣା ପଡକାଷ୍ଟ ଭିଡିଓ ପୁଣିଥରେ ଚର୍ଚ୍ଚାକୁ ଆସିଛି।

ଭାଇରାଲ ହେଉଥିବା ଏହି ଭିଡିଓରେ ଏଲଭିଶ ଯାଦବ ଅଞ୍ଜଳିଙ୍କୁ ତାଙ୍କ ବିବାହକୁ ନେଇ ଏକ ମଜାଦାର ପ୍ରଶ୍ନ କରୁଥିବା ଦେଖାଯାଉଛି। ଏଲଭିଶ ପଚାରିଥିଲେ, ସେ କେଉଁ ଧର୍ମରେ ବିବାହ କରିବାକୁ ଚାହାଁନ୍ତି? ଏହାର ଉତ୍ତରରେ ଅଞ୍ଜଳି ‘ଜାଟ୍’ ବୋଲି କହିଥିଲେ। ପରେ ଏଲଭିଶ ଜାଟ୍ ଏକ ଧର୍ମ ନୁହେଁ ବୋଲି ବୁଝାଇଥିଲେ। ଏହାପରେ ଅଞ୍ଜଳି କହିଥିଲେ ଯେ ସେ ଜଣେ ହିନ୍ଦୁ କିମ୍ବା ସର୍ଦ୍ଦାରଙ୍କୁ ବିବାହ କରିବାକୁ ଚାହାଁନ୍ତି। ଏଲଭିଶ ତାଙ୍କୁ ସେ ଶିଖ କି ବୋଲି ପଚାରିବାରୁ ଅଞ୍ଜଳି ‘ହଁ’ ବୋଲି ଉତ୍ତର ଦେଇଥିଲେ।

ପଢନ୍ତୁ ଏହି ଖବର: ତୁମ ସା ନେହିଁ ଦେଖା ଗୀତ ପାଇଁ ମୋତେ ପୋଷାକ ଖୋଲିବା ପାଇଁ କୁହାଯାଇଥିଲା

ପଡକାଷ୍ଟରେ ଅଞ୍ଜଳିଙ୍କୁ ଆଉ ଏକ ରୋଚକ ପ୍ରଶ୍ନ କରାଯାଇଥିଲା। ଯଦି କେହି ତାଙ୍କୁ ଗୀତ ପାଇଁ ୧୦ ଲକ୍ଷ ଟଙ୍କା ନଗଦ କିମ୍ବା ୧ କୋଟି ଭ୍ୟୁ ମଧ୍ୟରୁ ଗୋଟିଏ ବାଛିବାକୁ କୁହନ୍ତି, ତେବେ ସେ କ’ଣ ବାଛିବେ ବୋଲି ପ୍ରଶ୍ନ ହୋଇଥିଲା। ଅଞ୍ଜଳି କିନ୍ତୁ ଦୁଇଟି ଯାକ ବିକଳ୍ପକୁ ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କ କହିବା ଅନୁସାରେ, ଟଙ୍କା ଆସିବାର ଥିଲେ ଆସିବ ଏବଂ ଭ୍ୟୁ ଆସିବାର ଥିଲେ ଆସିବ। ତାଙ୍କ ଏହି ଉତ୍ତର ଶୁଣି ଏଲଭିଶ ମଧ୍ୟ ପ୍ରଶଂସା କରିଥିଲେ।

ଅଞ୍ଜଳିଙ୍କ କ୍ୟାରିୟରକୁ ଦେଖିଲେ, ସେ ପ୍ରଥମେ TikTok ଏବଂ Instagramରେ ଡ୍ୟାନ୍ସ ଓ ଲିପ୍-ସିଙ୍କ୍ ଭିଡିଓ ମାଧ୍ୟମରେ ଲୋକପ୍ରିୟ ହୋଇଥିଲେ। ୨୦୨୨ରେ ‘କଚ୍ଚା ବାଦାମ’ ଗୀତରେ ତାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ସେ ‘କଚ୍ଚା ବାଦାମ ଗାର୍ଲ’ ଭାବେ ପରିଚିତ ହୋଇଥିଲେ।

ପରେ କଙ୍ଗନା ରାନାୱତଙ୍କ ରିଆଲିଟି ଶୋ’ ‘ଲକ୍ ଅପ୍’ ସିଜିନ୍-୧ରେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରି ଅଞ୍ଜଳି ଆହୁରି ଚର୍ଚ୍ଚାକୁ ଆସିଥିଲେ। ଶୋ’ରେ ମୁନାୱର ଫାରୁକିଙ୍କ ସହ ତାଙ୍କ କେମେଷ୍ଟ୍ରି ମଧ୍ୟ ଦର୍ଶକଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚିତ ହୋଇଥିଲା। ଏବେ ‘ଶ୍ରୀ ରାମାୟଣ କଥା ଶ୍ରୀ ରାମ କି’ ମାଧ୍ୟମରେ ବଡ଼ ପରଦାରେ ଅଞ୍ଜଳି କେତେ ଦୂର ସଫଳ ହେଉଛନ୍ତି, ତାହା ଉପରେ ଦର୍ଶକଙ୍କ ନଜର ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: