କୋଲକତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା:ବାଟବଣା ଦିଦି!

ଅର୍ଗସ ବ୍ୟୁରୋ:ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋଲକାତାରେ ଅଶାନ୍ତ ନିଆଁ ଜଳିଲା,ଡାକ୍ତରଙ୍କୁ ନ୍ୟାୟମିଳୁ,ଆନ୍ଦୋଳନ ବି ଉଗ୍ର ରୂପ ନେଲା,ମାତ୍ର ନିଘୋଡ ନିଦରେ ଶୋଇଥିଲେ ଦିଦି,ସେତେବେଳେ ଦିଦିଙ୍କର ନିଦ ଭାଙ୍ଗିଲା,ଯେତେବେଳେ ସିବିଆଇ ଏହି ଘଟଣାର ଛାନଭିନ୍ କଲା,ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଟିଏମସି ର ସପୃକ୍ତି ନେଇ ଚର୍ଚ୍ଚା ଜୋର ଧରିଲା। କାଳେ ଏହି ଆନ୍ଦୋଳନ ଫଳରେ ଦିଦିଙ୍କ ଚୌକି ଚାଲିଯିବ,ସରକାର ଭାଙ୍ଗିଯିବା ଭୟରେ ଥରହର ହେଲେଣି ଦିଦି,ଚାରିଆଡୁ ପ୍ରବଳ ବିରୋଧ ହେଲା,ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଚେତା ପସିଲା ଦିଦିଙ୍କର। ଟିଏମସି ସରକାର ଅକ୍ଷମତାକୁ ଘୋଡାଇବାକୁ,ଯେତେବେଳେ ଚାପ ଅଧିର ପଡିଲା ମାମଲାକୁ ଚାପି ଦେବାକୁ ନାରୀଙ୍କ ସୁରକ୍ଷା ଆଳରେ ନୂଆ ଯୋଜନା ରାତିର ସାଥୀ ଯେଜାନାକୁ ନେଇ ଚର୍ଚ୍ଚା ଜୋର। ତେବେ ଏଠି ପ୍ରଶ୍ନ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ମମତା ସରକାରଙ୍କ ଚେତା ପସିଲା,ନାଁ ସରକାରକୁ ସୁରକ୍ଷା ଦେବାକୁ ମମତାଙ୍କ ଏ ଯୋଜନା ଘୋଷଣା ଥିଲା କି ଏକ ବାହାନା।
କାହିଁକି ଜଣେ ନିରୀହ ଡାକ୍ତରଙ୍କ ଜୀବନ ଚାଲିଯିବାପରେ ମମତା ସରକାରଙ୍କର ମନେ ପଡିଲା ରାତିର ସାଥୀ ଯୋଜନା କଥା। ରାତିର ସାଥୀ ଯୋଜନା କୁଆଡେ କାର୍ଯ୍ୟକାରୀ ହେଲେ କର୍ମଜୀବୀ ମହିଳାମାନେ ନିଜକୁ ସୁରକ୍ଷିତ ମଣିବେ ,ଏହି ଯୋଜନା ଲାଗୁ ହେବା ନେଇ ବି ନିଷ୍ପତ୍ତି ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି । ହେଲେ ପ୍ରଶ୍ନ ଏହି ଯୋଜନା ହଠାତ୍ କାହିଁକି ଆଣିବେ ଟିଏମସି ସରକାର। ଇଏ କ୍ଷମତାରୁ ଚାଲିଯିବାର ଡ଼ର ନୁହେଁ ତ ଆଉ କଣ। ସେତେବେଳେ ମମତାଙ୍କ ଡ଼ର ବଢିଲା କୋର୍ଟ ଯେତେବେଳେ ସିବିଆଇକୁ ଏହି ଘଟଣାର ଦାୟିତ୍ବ ଦେଲେ। ସିବିଆଇକୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ,ତାଙ୍କ ତତ୍ତ୍ବାବଧାନରେ ମଧ୍ୟ ଗଠନ ହେବ ନ୍ୟାସନାଲ ଟାକ୍ସ ଫୋର୍ସ ବୋଲି କହିଛନ୍ତିକୋର୍ଟ
ଏହି ଘଟଣାରେ ମମତା ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ,ସାରାଦେଶରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ମଧ୍ୟପ୍ରଶ୍ନ କରିବା ସହ ସରକାର ହିଂସାକୁ କାହିଁକି ରୋକିପାରିଲେନି ବୋଲି ପ୍ରଶ୍ନ କରିଛନ୍ତି। ଏହି ଘଟଣାର ବହୁ ବିଲମ୍ବ ଏଫଆଇକୁ ନେଇ ଉଦବେଗ ପ୍ରକାଶ କରିବା ସହ,ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କହିଛନ୍ତି। ଏପଟେ ପୀଡିତାଙ୍କ ଶବ ପଡିଥିବାବେଳେ କଲେଜର ଅଧ୍ୟକ୍ଷ୍ୟ କେମିତି ଅନ୍ୟ କଲେଜକୁ ଟ୍ରାନ୍ସଫର ହେଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏଠି ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ସେତେବେଳେ ମମତାଙ୍କ ମଉନବ୍ରତ ଭାଙ୍ଗିଲା,ବ୍ରତଭାଙ୍ଗିବା ପଛର କାରଣ ଏହି ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ରୟର ସହିତଟିଏମସିର ଅଛି କୁଆଡେ ଭିତିରି ସମ୍ପର୍କ ବୋଲି ଚର୍ଚ୍ଚା ହେଲା। ଆଉ ଯେତେବେଳେ ସ୍ପଷ୍ଟ ହେଲା ଅଭିଯୁକ୍ତ ସଞ୍ଜୟର ପଲିଗ୍ରାଫ୍ ବା ଲାଇ ଡିଟେକ୍ସନ ଟେଷ୍ଟ ହେବ,ସିବିଆଇକୁ ଏଥିପାଇଁ କୋଲକତା ହାଇକୋର୍ଟ ଅନୁମତି ଦେଇଛନ୍ତି।ଏହା ମାଧ୍ୟମରେ ଅନେକ ଅକୁହା ସତ ଆସିବ ସାମ୍ନାକୁ,ଆଉ ଫସିଯିବେ ନି ତ ମମତା ସରକାର।
📱 Get Argus News App
✨ପ୍ରଥମେ ଏହି ମାମଲା ଡାକ୍ତରଙ୍କୁ ତଣ୍ଟି ଚିପି ଜୀବନରୁ ମାରିଦିଆଯାଇଥିଲା,ମାତ୍ର ମାମଲା ଜଣାପଡିବା ପରେ ପୋଲିସ କହିଥିଲା ଆତ୍ମହତ୍ୟା । ପୋଲିସର ତଦନ୍ତ ସନ୍ଦେହଜନକ ଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ଭତ୍ସନା କରିଥିଲେ କୋଲକତା ହାଇକୋର୍ଟ ଏହାସହ ସିବିଆଇକୁ ତଦନ୍ତର ଦାୟିତ୍ଵ ଦେଇଥିଲେ । ଆଉ ଏହାରି ଭିତରେ ରିପୋର୍ଟ ଆସିଥିବାରୁ ପୋଲିସ ପ୍ରଥମେ ମିଛ କହିଥିବାର ପ୍ରମାଣ ମିଳିଥିଲା । କୁଆଡେ ମମତା ସରକାର ଏହି ମାମଲାରେ ପ୍ରମାଣ ଲୁଚାଉଛନ୍ତି ବୋଲି ଚର୍ଚ୍ଚା ହେବାପରେ, ଏହି ମାମଲାରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମ୍କୋର୍ଟ। କାର୍ଯ୍ୟକୁ ଫେରିବାକୁ ଡାକ୍ତରଙ୍କୁ ଅପିଲ୍ କରିଛନ୍ତି ସୁପ୍ରିମ୍କୋର୍ଟ । ସେମିନାର ହଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ୧୨ ଦିନରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଏଯାଏ ନ୍ୟାୟ ଲଢେଇ ଜାରି ରହିଛି। ଏ ଘଟଣା କେବଳ ପଶ୍ଚିମ ବଙ୍ଗ ସରକାର ନୁହଁନ୍ତି,ଦେଶରେ ଅନ୍ୟରାଜ୍ୟର ସରକାର ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି କାରଣ ସେବାର ଦୂତ ଦ୍ବିତୀୟ ଭଗବାନ ଡାକ୍ତରଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ