Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନରୱେରେ ଝଲସିଲା ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟ, ରାଣୀ ସୋନଜାଙ୍କୁ ଓଡ଼ିଶାର ତାଳପତ୍ର ପଟ୍ଟଚିତ୍ର ଉପହାର ଦେଲେ ମୋଦି

National

India Norway Relation / ନରୱେରେ ଝଲସିଲା ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟ, ରାଣୀ ସୋନଜାଙ୍କୁ ଓଡ଼ିଶାର ତାଳପତ୍ର ପଟ୍ଟଚିତ୍ର ଉପହାର ଦେଲେ ମୋଦି

Bikash Mohanty
Browse all articles by Bikash Mohanty
·1 hour ago·2 min read
ନରୱେରେ ଝଲସିଲା ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟ, ରାଣୀ ସୋନଜାଙ୍କୁ ଓଡ଼ିଶାର ତାଳପତ୍ର ପଟ୍ଟଚିତ୍ର ଉପହାର ଦେଲେ ମୋଦି
Narendra modi

Key Points

୫ଟି ଦେଶ ଗସ୍ତ ସମାପ୍ତ ସ୍ବଦେଶ ଫେରିଲେ ପିଏମ ମୋଦି
୫ଟି ରାଷ୍ଟ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଲେ ଉପହାର
ଉପହାର ମଧ୍ୟରେ ରହିଛି ଓଡ଼ିଶାର ତାଳ ପଟ୍ଟଚିତ୍ର
ନରୱେ ରାଣୀଙ୍କୁ ଓଡ଼ିଶାର ପଟ୍ଟଚିତ୍ର ଦେଲେ ମୋଦି
ଭୁବନେଶ୍ବର,୨୧/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ, ସ୍ୱିଡେନ, ନରୱେ ଏବଂ ଇଟାଲୀ ସମେତ ୫ଟି ଦେଶର ଗସ୍ତ ସମାପ୍ତ ସ୍ବଦେଶ ଫେରିଛନ୍ତି । ଏହି ଗସ୍ତ ଅବସରରେ ସଂପୃକ୍ତ ପାଞ୍ଚ ରାଷ୍ଟ୍ରର ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ଦେଶର ବିଭିନ୍ନ କୋଣର ପ୍ରସିଦ୍ଧ ସାମଗ୍ରୀକୁ ଉପହାର ଆକାରରେ ପ୍ରଦାନ କରିଛନ୍ତି ପିଏମ ମୋଦି।   ଏହି ଉପହାର ମଧ୍ୟରେ ରହିଛି ଓଡ଼ିଶାର ତାଳ ପଟ୍ଟଚିତ୍ର । ପ୍ରଧାନମନ୍ତ୍ରୀ ମୋଦି ନରୱେର ରାଣୀ ସୋନଜାଙ୍କୁ ତାଳପତ୍ର ପଟ୍ଟଚିତ୍ର ଉପହାର ପ୍ରଦାନ କରିଛନ୍ତି ।    
ଓଡ଼ିଶାର କଳା ଓ କାରିଗରୀକୁ ବିଶ୍ୱ ମଞ୍ଚରେ ଆଉ ଏକ ବଡ଼ ସମ୍ମାନ। ନରୱେ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ପ୍ରଧାନମନ୍ତ୍ରୀ ମୋଦି ନରୱେର ରାଣୀ ସୋନଜାଙ୍କୁ କଟକର ପ୍ରସିଦ୍ଧ ତାରକସୀ କଳାରେ ତିଆରି ଏକ ରୁପାର ସେଲବୋଟ୍ ମଡେଲ୍ ଉପହାର ଦେଇଛନ୍ତି। ସୂକ୍ଷ୍ମ ରୁପା ତାରର କାମ ଓ ନିଖୁଣ କାରିଗରୀ ପାଇଁ ତାରକସୀ କଳା ସାରା ବିଶ୍ୱରେ ପରିଚିତ।

ପଢନ୍ତୁ ଏହି ଖବର: ମେଲୋନିଙ୍କୁ ୧ ଟଙ୍କିଆ 'ମେଲୋଡି' ପ୍ୟାକେଟ୍‌ ଦେଲେ ମୋଦୀ, ଜାଣନ୍ତୁ ଏହା ପଛର କାରଣ ?

ମିଲେନିୟମ୍ ସିଟି କଟକର ତାରକସୀ କଳା ଓଡ଼ିଶାର ଗର୍ବ ଓ ଏଥିପାଇଁ କଟକ ସିଲଭର୍ ସିଟି ଭାବରେ ବି ଜଣାଶୁଣା। ... ସେହିପରି ନରୱେର କୁଇନ୍ ସୋନଜାଙ୍କୁ ଉପହାରରେ ଓଡ଼ିଶାର ପ୍ରାଚୀନ ତାଳପତ୍ର ପଟ୍ଟଚିତ୍ର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଯାହାକୁ ସ୍ଥାନୀୟ ଭାବେ ତାଳ ପଟ୍ଟଚିତ୍ର ବୋଲି କୁହାଯାଏ। ଏହା ଓଡ଼ିଶାର ସବୁଠାରୁ ପୁରାତନ ଓ ସୂକ୍ଷ୍ମ କଳା ଶୈଳୀ ଭିତରୁ ଗୋଟିଏ। ତାଳପତ୍ର ଉପରେ ଅତ୍ୟନ୍ତ ନିଖୁଣ ଖୋଦେଇ କାମ, ପୌରାଣିକ କାହାଣୀ ଓ ପାରମ୍ପରିକ ଚିତ୍ରକଳା ପାଇଁ ଏହି ପଟ୍ଟଚିତ୍ର ସାରା ଦେଶରେ ଖୁବ ପ୍ରସିଦ୍ଧ। ପ୍ରଧାନମନ୍ତ୍ରୀଙ୍କ ଏହି ଉପହାର ମାଧ୍ୟମରେ ଓଡ଼ିଶାର ପାରମ୍ପରିକ କଳା ଓ କାରିଗରଙ୍କ ପ୍ରତିଭାକୁ ବିଶ୍ୱସ୍ତରରେ ନୂଆ ପରିଚୟ ମିଳିଛି। ..

             ଅନେକ ବିଶ୍ବନେତାଙ୍କୁ ଉପହାର

ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା କଳା ଓ ସଂସ୍କୃତି ସହ ଜଡିତ ଅନେକ ଉପହାର ବିଶ୍ବନେତାଙ୍କୁ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ୨୦୨୫ ମସିହାରେ କାନାଡାରେ ଆୟୋଜିତ ଜି-ସେଭେନ୍ ବୈଠକରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ କାନାଡାର ଗଭର୍ଣ୍ଣର ଜେନେରାଲଙ୍କୁ  କଟକ ତାରକସୀ କାମରେ ପ୍ରସ୍ତୁତ ଏକ ରୁପା ପର୍ସ ଉପହାର ଭାବେ ଦେଇଥିଲେ । ପର୍ସଟିକୁ ଅତି ସୂକ୍ଷ୍ମ କାରିଗରୀରେ ପ୍ରସ୍ତୁତ କରାଯାଇଥିଲା ।

ସେହିଭଳି ଜର୍ମାନୀର ଚାନସେଲରଙ୍କୁ ବାଲିପଥରରେ ପ୍ରସ୍ତୁତ କୋଣାର୍କ ଚକ୍ରର ଏକ ପ୍ରତିକୃତି ପ୍ରଦାନ କରିଥିଲେ । ସେହିପରି ଜି-୭ ବୈଠକ ପରେ ତ୍ରିରାଷ୍ଟ୍ର ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦି କ୍ରୋଏସିଆ ରାଷ୍ଟ୍ରପତିଙ୍କୁ  ହାତ ତିଆରି ପାରମ୍ପରିକ ପଟ୍ଟଚିତ୍ର ପ୍ରଦାନ କରିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ପୌରାଣିକ କାହାଣୀକୁ ଆଧାର କରି ଏହି ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Norway Relation | Modi Gifts Odisha Talapatra Pattachitra to Norway Queen Sonja | India-Norway Cultural Bond | Argus News