Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶାର କନ୍ଧମାଳ ହଳଦୀ

National

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶାର କନ୍ଧମାଳ ହଳଦୀ

Sangram Tripathy
Browse all articles by Sangram Tripathy
·1 year ago·1 min read
ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶାର କନ୍ଧମାଳ ହଳଦୀ

ଅର୍ଗସ ବ୍ୟୁରୋ: ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶାର କନ୍ଧମାଳ ହଳଦୀ। ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ  ଲୋକସଭାରେ ଉପସ୍ଥାପନା କରିଛନ୍ତି  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  । ଏଥିରେ ଓଡ଼ିଶାର କିଛି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି।ରିପୋର୍ଟରେ ଓଡିଓପିର ୫ଟି ସଫଳ କାହାଣୀକୁ ଦର୍ଶାଯାଇଛି ଆଉ ସେଥି ମଧ୍ୟରେ ରହିଛି ଓଡ଼ିଶା ପ୍ରସିଦ୍ଧ କନ୍ଧମାଳ ହଳଦୀ। 

ଦେଖିବାକୁ ଗଲେ କନ୍ଧମାଳ ଜିଲ୍ଲାରେ ୫ ହଜାର ପ୍ରଶିକ୍ଷିତ କର୍ମୀ ୧୩ ଶହ ଚାଷୀଙ୍କ ଏକାଠି ହୋଇ ହଳଦୀକୁ ଘରୋଇ ଓ ଆନ୍ତର୍ଜାତିକ ବଜାରରେ ମାର୍କେଟିଂ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଫଳରେ ଏହା ଦ୍ବାରା ସରକାରଙ୍କ ମସଲା ସଂଗ୍ରହ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ମହିଳା ଓ ଶିଶୁଙ୍କ ପୋଷଣ ସୁରକ୍ଷାକୁ ନେଇ ରିପୋର୍ଟରେ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି ସେଥିରେ ଦିଆଯାଇଛି ଓଡ଼ିଶାର ଉଦାହରଣ ।

ଓଡ଼ିଶାରେ କୁପୋଷଣ ବିରୋଧୀ ଲଢେଇରେ ପଞ୍ଚାୟତ ଓ ମହିଳା ମାନଙ୍କର ସହଭାଗୀତା ମଧ୍ୟ ସଫଳତା ହାସଲ କରିଛି ।  କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିଳ୍ପ କରିଡର୍ କାର୍ଯ୍ୟକ୍ରମରେ ଦେଶରେ ୧୧ଟି ଶିଳ୍ପ କରିଡର ବିକଶିତ କରାଯାଉଛି । ସେଥିରେ ଓଡ଼ିଶାର ଅର୍ଥନୈତିକ କରିଡର ମଧ୍ୟ ସାମିଲ ହୋଇଛି । ଯାହା ଦେଶର ଓଡ଼ିଶାର ଗୁରୁତ୍ବକୁ ବଢାଇଛି। ମୋଦି ସରକାରରେ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଦିଆଯାଉଛି ଗୁରୁତ୍ବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Odisha Kandhamal Herb in Economic Survey Report | Argus News