ପହଲଗାମ ଆତଙ୍କବାଦୀ ହମ୍ଲା, ଭାରତ ନେଇପାରେ ବଡ଼ ନିଷ୍ପତ୍ତି

ପହଲଗାମ ଆତଙ୍କବାଦୀ ହମ୍ଲାକୁ ନେଇ ଆତଙ୍କବାଦୀଙ୍କ ଉପରେ କିଛି ବଡ଼ ଧରଣର ପଦକ୍ଷେପ ନେଇ ପାରନ୍ତି ସରକାର। ଏଥିପାଇଁ ହାଇ ଆଲର୍ଟରେ ରହିଛି ତିନି ସେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦୀ ଗସ୍ତ ଅଧାରୁ ଦିଲ୍ଲୀ ଫେରିଛନ୍ତି। ସେନା ପକ୍ଷରୁ ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ।
ଦେଶର ସମସ୍ତ ପର୍ଯ୍ୟଟକ ସ୍ଥଳକୁ ହାଇଆର୍ଲଟ କରାଯାଇଛି। ରାଜଧାନୀ ଦିଲ୍ଲୀ ବି ହାଇ ଆର୍ଲଟରେ ରହିଛି। ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେପଟେ ଆକ୍ରମଣକୁ ଅତି କୁତ୍ସିତ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି।
📱 Get Argus News App
✨ଆଜି ବସିବ ଜରୁରୀକାଳୀନ କ୍ୟାବିନେଟ ବୈଠକ। ବୈଠକରେ କିଛି ଦୃଢ ପଦକ୍ଷେପ ନିଆଯାଇପାରେ। ଜମ୍ମୁକାଶ୍ମୀରରେ ପହଞ୍ଚି ସମୀକ୍ଷା କରିଛନ୍ତ ଗୃହମନ୍ତ୍ରୀ ଅମିତ ଶାହା। ସେଠାରେ ସୁରକ୍ଷା ବୈଠକ ମଧ୍ୟ କରିଛନ୍ତି।
ଗତକାଲି ଅପରାହ୍ନରେ ଜମ୍ମୁକାଶ୍ମୀର ପହଲଗାମରେ ପୋଲିସ ବେଶରେ ଆସି ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କବାଦୀ। ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଗକୁ ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟ। ଦେହରେ ପୋଲିସ ପୋଷାକ ଥିବାରୁ ବନ୍ଧୁକ ଧରି ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିବା, ତାଙ୍କ ପାଇଁ ସହଜ ହୋଇଥିଲା । ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିବା ପରେ ସେମାନେ ପ୍ରଥମେ ନାଁ ପଚାରିଥିଲେ । ଯେଉଁଠି ହିନ୍ଦୁ ନାଁ ଶୁଣୁଥିଲେ ସେଠି ଗୁଳି ବର୍ଷା କରୁଥିଲେ ।
ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପର୍ଯ୍ୟଟକ ରହିଛନ୍ତି। ବାଲେଶ୍ୱର ସରଗାଁ ପଞ୍ଚାୟତର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ହୋଇଛି।