ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ପ୍ରଧାନମନ୍ତ୍ରୀ ମୋଦି

Key Points
ମହାପ୍ରଭୁ ଜଗନ୍ନାଥଙ୍କ ମାଟିର ଆକର୍ଷଣ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏତେଧର ଓଡ଼ିଶା ଗସ୍ତରେ ଆସିବାର ମୁଖ୍ୟ କାରଣ
କୋଟି-କୋଟି ଭକ୍ତଙ୍କ ଭାବର ଠାକୁର କାଳିଆ
ମୋଦୀଙ୍କ ଓଡ଼ିଆ ଲୋକଙ୍କ ପ୍ରତି ଆବେଗିକ ଭାବନା ପ୍ରତିଟି ଓଡ଼ିଆଙ୍କ ମନ ଜିଣି ନେଇଥିଲା
ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଲେ ମୋଦୀ। ପ୍ରଧାନମନ୍ତ୍ରୀଙ୍କର ଏହା ଷଷ୍ଠ ଓଡ଼ିଶା ଗସ୍ତ । ଏତେଧର ଓଡ଼ିଶା ଗସ୍ତରେ ଆସିବାର ମୁଖ୍ୟ କାରଣ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ମାଟିର ଆକର୍ଷଣ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ଓ ଓଡ଼ିଆ ଲୋକଙ୍କ ପ୍ରତି ଆବେଗିକ ଭାବନା ପ୍ରତିଟି ଓଡ଼ିଆଙ୍କ ମନ ଜିଣି ନେଇଥିଲା ।
ସେ କହିଲେ ଯେ ଜି - ୭ ଶିଖର ସମ୍ମିଳନୀ ଅବସରରେ ଯେତେବେଳେ ସେ ବିଦେଶରେ ଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ୱାଶିଂଟନ୍ ରେ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତିଙ୍କ ଅନୁରୋଧକୁ ବିନମ୍ରତା ସହିତ ସୌଜନ୍ୟତା ପୂର୍ବକ ଅଗ୍ରାହ୍ୟ କରିଦେଇଥିଲେ ।କାରଣ ଥିଲା ମହାପ୍ରଭୁ ଜଗନ୍ନାଥଙ୍କ ଡାକରା ଆଗ, ଯେତେ ବଡ଼ ନିମନ୍ତ୍ରଣ ହେଉ ତାହା ସବୁ ପଛ । ଜଗନ୍ନାଥଙ୍କ ପ୍ରତି ଗଭୀର ଭକ୍ତି ଯାହା ପାଇଁ ସେ ବିଶ୍ଵର ଶକ୍ତିଶାଳୀ ତଥା ପ୍ରଭାବଶାଳୀ ଆମେରିକାର ପ୍ରେସିଡେଣ୍ଟ Donald Trumpଙ୍କ ୱାଶିଂଟନ୍ ରେ ଭୋଜନ ନିମନ୍ତ୍ରଣକୁ ବିନମ୍ରତାର ସହ ପ୍ରତ୍ୟାଖାନ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କର ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତିର ଗଭୀରତା କେତେ ? ଚାଲନ୍ତୁ ସେହି ରହସ୍ୟର କିଛିଟା ଉନ୍ମୋଚନ କରିବା । ପ୍ରଧାନମନ୍ତ୍ରୀଙ୍କ ଜୀବନର କିଛି ଘଟଣା ଉପରେ ନଜର ପକାଇବା ଯାହାକୁ ଦେଖିଲେ ଜାଣିହେବ ଏହି ପରମ ଭକ୍ତଙ୍କ କଥା... ଏହା ହେଉଛି ମୋଦୀଙ୍କ ଯୁବକ ସମୟର କଥା । ସେ ଅହମଦାବାଦ ଚାଲି ଆସିଥାନ୍ତି, ନା ତାଙ୍କ ପାଖରେ ଥାଏ ମୁଣ୍ଡ ଗୁଞ୍ଜିବା ପାଇଁ ଛୋଟ ଘରଟିଏ ନା ଥାଏ ଦୈନିକ କିଛି ରୋଜଗାର କରିବାର ପନ୍ଥା । ଅନ୍ୟ କିଛି ଉପାୟ ନ ପାଇ ସେ ଆଶ୍ରୟ ନିଅନ୍ତି ଅହମଦାବାଦର ଜଗନ୍ନାଥ ମନ୍ଦିର ଠାରେ ଥିବା ଆଶ୍ରୟ ସ୍ଥଳିରେ । ସେବେ ଠାରୁ ସେ ଭଗବାନ ଜଗନ୍ନାଥଙ୍କୁ ଭାବି ନେଇଥିଲେ ତାଙ୍କର ସଙ୍କଟ ମୋଚନ ।ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ସେ ଭଗବାନଙ୍କ ଆଶୀର୍ବାଦ ରୁ ଉଦ୍ଧାର ହୋଇପାରିଛନ୍ତି ।
📱 Get Argus News App
✨ଅନେକ ଅଲୌକିକ ଘଟଣା ଘଟିଛି ତାଙ୍କ ଜୀବନରେ । ସେଥିପାଇଁ ସେ ଦୀର୍ଘ ୫୫ ବର୍ଷ ପୂର୍ବରୁ ଭଗବାନ ଜଗନ୍ନାଥଙ୍କର ପରମ ଭକ୍ତ। ୧୯୮୫ ମସିହାର କଥା ।ଅହମଦାବାଦରେ ଭଗବାନ ଜଗନ୍ନାଥଙ୍କର ରଥଯାତ୍ରା ଚାଲୁଥିବା ସମୟରେ କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ଵାରା ପଥର ଫିଙ୍ଗା ଘଟଣାକୁ ନେଇ ତତ୍କାଳୀନ କଂଗ୍ରେସ ସରକାର ରଥଟଣା ର ନିର୍ଦ୍ଦିଷ୍ଟ ଗତିପଥ କୁ ପରିବର୍ତ୍ତନ କରିଥିଲେ । ୧୯୮୬ ମସିହାରେ ଭୀଷଣ ଗଣ୍ଡଗୋଳର ଆଶଙ୍କା କରି କଂଗ୍ରେସ ସରକାର ରଥଟଣା କୁ ବନ୍ଦ କରିଦେଇଥିଲେ । କିନ୍ତୁ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଜଣେ ଜଗନ୍ନାଥ ପ୍ରେମୀ ଯୁବକ । ତାପରେ ରଥଟଣା କାର୍ଯକ୍ରମ ଜାରି ରହିଥିଲା ।ସେହି ଯୁବକ ହେଉଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଜଗନ୍ନାଥଙ୍କ ଭବ୍ୟ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଥିଲା ଓ ସେ ଏଥିରେ ମଧ୍ୟ ଯୋଗ ଦେଇଥିଲେ । ସେବେ ଠାରୁ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇ ଆସୁଛି ।ପୁରୀ ପରେ ବଡ ଆକାରରେ ରଥ ଯାତ୍ରା ଯେଉଁଠାରେ ଆୟୋଜନ ହୋଇଥାଏ ତାହା ହେଉଛି ଅହମଦାବାଦ ।
ଏହା ହେଉଛି ମୋଦୀଙ୍କ ଜଗନ୍ନାଥଙ୍କ ପ୍ରତି ପରମ ଭକ୍ତିର ପ୍ରମାଣ । ତାଙ୍କ ଜୀବନରେ ମହାପ୍ରଭୁଙ୍କୁ ନେଇ କେତୋଟି ଅଲୌକିକ, ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟି ଯାଇଛି। ୨୦୧୪, ୨୦୧୯ ରେ ସାଧାରଣ ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହେବାକୁ,ସେ ଜଗନ୍ନାଥଙ୍କ ଆଶୀର୍ବାଦ ବୋଲି ଭାବନ୍ତି ।୨୦୨୪ ସାଧାରଣ ନିର୍ବାଚନ ରେ ସମସ୍ତଙ୍କର ଆଶା ଥିଲା ବିଜେପି ବହୁ ସଂଖ୍ୟାରେ ଓ ବହୁତ୍ ଭୋଟ ବ୍ୟବଧାନରେ ଜିତିବ। କିନ୍ତୁ ଫଳ ଆଶାନୁରୂପ ନ ଥିଲା । ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ଓଡ଼ିଶାରେ ୨୧ ଟି ଏମ ପି ସିଟ ରୁ ୨୦ ଟି ପାଇଥିବା ବେଳେ ଗୁଜରାଟ ରୁ ୨୬ଟି ଏମ ପି ସିଟ ରୁ ୨୫ଟି ପାଇ ସଂସଦରେ ୨୪୦ ଟି ଏମ ପି ସିଟ ପାଇ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିବେଚିତ ହେଲା ଓ ସହଯୋଗୀ ଦଳକୁ ନେଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ରେ ତୃତୀୟ ଥର ପାଇଁ ସରକାର ଗଢିଲେ ।
ଏଠାରେ ଓଡ଼ିଶା ଓ ଗୁଜରାଟର କିଛି ଅନ୍ତର୍ନିହିତ ଭାଗବତ ଶକ୍ତିର ସମ୍ପର୍କ ରହିଛି ।ଯେପରି ପୁରୀ ରଥ ଯାତ୍ରା ଓ ଅହମଦାବାଦ ରଥଯାତ୍ରା ର ସମ୍ପର୍କ ।ଏହି ଦୁଇ ରାଜ୍ୟରୁ ଯଦି ବିଜେପି ଏତିକି ସଂଖ୍ୟକ ସିଟ ପାଇ ନ ଥାନ୍ତା ତେବେ ନା ବିଜେପି ସରକାର ଗଢି ଥାନ୍ତା ନା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇପାରି ଥାନ୍ତେ ।ତେଣୁ ମୋଦୀ ଭାବନ୍ତି ଏ ସବୁ ସମ୍ଭବ ହୋଇପାରିଲା ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ । ୨୦୨୪ ସାଧାରଣ ନିର୍ବାଚନ ପରେ ଯେତେବେଳେ ବିଜେପି ର ଏକ ବିଶାଳ ଦଳୀୟ ସମାବେଶ କରାଗଲା ସେତେବେଳେ ମୋଦୀ ତାଙ୍କର ଅଭିବ୍ୟକ୍ତି ପୂର୍ବରୁ ଭକ୍ତିଭରା ଗଦଗଦ ଚିତ୍ତରେ କହିବାକୁ ଭୁଲି ନ ଥିଲେ ଜୟ ଜଗନ୍ନାଥ । ତେଣୁ ମୋଦୀଜିଙ୍କ ଜଗନ୍ନାଥ ଙ୍କ ପ୍ରତି ସମର୍ପିତ ଭକ୍ତି, ପ୍ରେମ୍ ଓ ଉତ୍ସର୍ଗୀକୃତ ଭାବନା ଅବର୍ଣ୍ଣନୀୟ।