Videos
|
National

ଦେଶରେ କମୁଛି ଦିଲ୍ଲୀରେ ବଢୁଛି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଦେଶରେ କମୁଛି ଦିଲ୍ଲୀରେ ବଢୁଛି

ମଙ୍ଗଳବାର ଜାରି ହୋଇଛି ‘ଆଇକ୍ୟୁ ଏୟାର’ ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୪। ଯେଉଁଥିରେ ପୁଣି ଦିଲ୍ଲୀକୁ ନେଇ ଚିନ୍ତା ବଢିଛି । ତେବେ ଏହି ଭିତରେ ଦେଶର ପ୍ରଦୂଷଣକୁ ନେଇ ଏକ ଆଶ୍ବସ୍ତିକର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ୨୦୨୩ ତୁଳନାରେ ୨୦୨୪ ରେ ଭାରତରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି। ୨୦୨୩ ରେ ଭାରତ ତୃତୀୟ ସ୍ଥାନରେ ରହିଥିବା ବେଳେ ୨୦୨୪ ରେ ପଞ୍ଚମ ସ୍ଥାନରେ ରହିଛି। ୨୦୨୩ଠାରୁ ୨୦୨୪ରେ ଭାରତର ପିଏମ୍‌ ୨.୫ ସାନ୍ଧ୍ରତାରେ ୭% ହ୍ରାସ ଲକ୍ଷ୍ୟ କରାଯାଇଛି।


ଦୁନିଆର ସବୁଠାରୁ ପ୍ରଦୂଷିତ ଦେଶ ଗୁଡିକ ମଧ୍ୟରେ ପ୍ରଥମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଚାଡ୍‌ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ କଙ୍ଗୋ, ତୃତୀୟରେ ବାଂଲାଦେଶ ଓ ଚତୁର୍ଥରେ ପାକିସ୍ତାନ ରହିଥିବା ବେଳେ ପଞ୍ଚମ ସ୍ଥାନରେ ରହିଛି ଭାରତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ଥିବା ୨୦ ସହର ମଧ୍ୟରେ ଭାରତର ୧୩ ଟି ସହର ରହିଛି। ସେ ସବୁ ସହର ଗୁଡିକ ହେଉଛି ବାଇରନିହାଟ, ଦିଲ୍ଲୀ, ମୁଲାନପୁର (ପଞ୍ଜାବ), ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗାନଗର, ଗ୍ରେଟର ନୋଏଡା, ଭିୱାଡି, ମୁଜାଫରନଗର, ହନୁମାନଗଡ଼ ଏବଂ ନୋଏଡା। ଦିଲ୍ଲୀରେ ଲଗାତର ଭାବେ ଉଚ୍ଚ ପ୍ରଦୂଷଣ ସ୍ତର ରେକର୍ଡ ହୋଇଛି। ଦିଲ୍ଲୀରେ ଲଗାତର ଭାବେ ଉଚ୍ଚ ପ୍ରଦୂଷଣ ସ୍ତର ରେକର୍ଡ ହୋଇଛି। ଦିଲ୍ଲୀରେ ପ୍ରତ୍ୟକ ଘନ ମିଟର ଅଞ୍ଚଳରେ ପ୍ରଦୂଷଣ ମାତ୍ରା ହାରାହାରି ପିଏମ ୨.୫ ରହୁଥିବା ଜଣା ପଡ଼ିଛି।

Pollution is increasing in Delhi | Argus News