ଜାରିହେଲା ପହଲଗାମ ୩ ଆତଙ୍କୀଙ୍କ ପୋଷ୍ଟର

ଜାରିହେଲା ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପୋଷ୍ଟର। ଜମ୍ମୁ-କାଶ୍ମୀରର ସୁରକ୍ଷା ବାହିନୀଙ୍କ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଛି। ଶୋପିଆନ ଜିଲ୍ଲାର ଅନେକ ଅଞ୍ଚଳରେ ପୋଷ୍ଟର ଲଗାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରାଯାଇଛି। ଆକ୍ରମଣକାରୀଙ୍କ ବିଷୟରେ ସୂଚନା ଦେଉଥିବା ଲୋକଙ୍କ ପରିଚୟ ଗୁପ୍ତ ରଖାଯିବ। ଅନ୍ୟପଟେ ସେନା ପକ୍ଷରୁ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।
ଅପ୍ରେଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ଗୁଳି ମାରିଥିଲେ ଆତଙ୍କୀ। ଯାହାର କଡା ଜବାବ ଦେଇଥିଲା ଭାରତ। ଭାରତ ପକ୍ଷରୁ ୭ ମେ ଧ୍ୟରାତ୍ରରେ ପାକିସ୍ତାନର ଆତଙ୍କବାଦୀ ଅଡ୍ଡା ସ୍ଥଳରେ ଭାରତର ଘନ ଘନ ମିଶାଇଲ ମାଡ ଧ୍ୱସ୍ତ ବିଧ୍ୱସ୍ତ କରାଯାଇଥିଲା ଆତଙ୍କୀ ଆଡ୍ଡା।
📱 Get Argus News App
✨ପରେ ପାକିସ୍ତାନ ପକ୍ଷରୁ ସୀମାରେ ଗଳି ବର୍ଷା କରାଯାଇଥିଲା, ପ୍ରତିଜବାବରେ ଭାରତ ପାକିସ୍ତାନର ଏକାଧିକ ସ୍ଥାନରେ ମିଶାଇଲ୍ ମାଡ କରିଥିଲା। ଦୁଇଦେଶ ମଧ୍ୟରେ ଅଘୋଷିତ ଯୁଦ୍ଧ ଆରମ୍ଭ ହୋଇଥିଲା। ପରେ ଆମେରିକାର ମଧ୍ୟସ୍ଥତାରେ ଦୁଇଦେଶ ଅସ୍ତ୍ରବିରତି କରିଥିଲେ। ହେଲେ ଭାରତ ପକ୍ଷରୁ ଘୋଷଣା କରାଯାଇଛି ଆତଙ୍କବାଦ କାର୍ଯ୍ୟକଳାପ କଲେ ଯୁଦ୍ଧ କରି ଭାରତ ଜବାବ ଦେବ।