Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Putin In India / ପାରମ୍ପରିକ ଥାଳିରେ ପରଷା ଗଲା ପୁଟିନଙ୍କୁ ବିଭିନ୍ନ ଭାରତୀୟ ବ୍ୟଞ୍ଜନ

Rashmita Mishra
Browse all articles by Rashmita Mishra
·7 months ago·2 min read
ପାରମ୍ପରିକ ଥାଳିରେ ପରଷା ଗଲା ପୁଟିନଙ୍କୁ ବିଭିନ୍ନ ଭାରତୀୟ ବ୍ୟଞ୍ଜନ
Putin

Key Points

ନିରାମିଷ ଖାଇଲେ ପୁଟିନ୍
ସମ୍ପର୍କକୁ ନୂଆ ସୋପାନରେ ପହଞ୍ଚାଇ ଲେଉଟିଲେ ରାଷ୍ଟ୍ରପତି ପୁଟିନ
ଭାବପୂର୍ଣ୍ଣ ବିଦାୟ ଦେଲେ ପିଏମ ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଭବ୍ୟ ନୈଶ ଭୋଜି । ରାଷ୍ଟ୍ରପତି ଭବନରେ ତାଙ୍କୁ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ପରଷାଯାଇଥିଲା । ପୁରା ପାରମ୍ପରିକ ରୀତିରେ ଥାଳିରେ ରଖାଯାଇଥିଲା ଭାରତୀୟ ବ୍ୟଞ୍ଜନ । ଏଥିରେ ବିଭିନ୍ନ ରାଜ୍ୟର ଖାଦ୍ୟ ସାମିଲ କରାଯାଇଥିଲା ।

ଦକ୍ଷିଣ ଭାରତର ମୁରୁଙ୍ଗେଲି ଚାରୁ, କାଶ୍ମୀରର ଗୁଚି ଡୁନ୍ ଚଟଣୀ, କଳାଚଣା ସିକାମପୁରୀ ଷ୍ଟାଟରରେ ପରଷା ଯାଇଥିଲା । ମେନ କୋର୍ସରେ ଥିଲା ଜାଫରାନି ପନିର ରୋଲ, ପାଳଙ୍ଗ ମେଥି ମଟର ଶାଗ, ତନ୍ଦୁରୀ ଆଳୁ , ଆଚାରୀ ବାଇଗଣ, ଡାଲି ତଡକା ସହ ବିଭିନ୍ନ ଶୁଖିଲା ଫଳ ରଖାଯାଇଥିଲା । ଏଥିସହ ଲଚ୍ଛା ପରାଠା, ମଗଜ ନାନ୍‍ , ସତନାନ୍ ରୋଜି, ମିସି ରୋଟି ଦିଆଯାଇଥିଲା । ବିଭିନ୍ନ ରାଜ୍ୟର ଆଚାର, ସାଲାଡ ଓ ପାମ୍ପଡ ରଖାଯାଇଥିଲା । ଡାଲିମ୍ବ, କମଳା, ଗାଜର ଓ ଅଦାରେ ବିଭିନ୍ନ ପାନୀୟ ପ୍ରସ୍ତୁତ କରାଯାଇଥିଲା ।

ସୂଚନାନୁଯାୟୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନରେ ରାଷ୍ଟ୍ରପତି ଭବନରେ ଏକ ରାଜକୀୟ ଗ୍ରାଣ୍ଡ ଭୋଜିର ଆୟୋଜନ କରାଯାଇ ଥିଲା। ଏଥିରେ ଭୋଜନ ଟେବୁଲରେ ଉଭୟ ଦେଶର ପ୍ରସିଦ୍ଧ ବ୍ୟଞ୍ଜନର ସଙ୍ଗନ ଦେଖିବାକୁ ମିଳୁଛି। ଯେଉଁଠାରେ ପୁଟିନ୍ ଏବଂ ତାଙ୍କର ପୂରା ଡେଲିଗେସନ ରାଷ୍ଟ୍ରପତି ଭବନରେ ଉପସ୍ଥିତ ଅଛନ୍ତି ଏବଂ ଭୋଜନର ମଜ୍ଜା ନେଉଛନ୍ତି । ଏହି ଭୋଜିରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀଙ୍କ ସହ ବିଭିନ୍ନ କ୍ଷେତ୍ରର ଭିଆଇପିମାନେ ଯୋଗ ଦେଇଛନ୍ତି।

ଉକ୍ତ ଭୋଜିରେ ବ୍ୟବସାୟ, ରାଜନୀତି ଏବଂ ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରର ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଭୋଜିରେ ପାଖାପାଖି ୧୫୦ରୁ ଅଧିକ ଲୋକ ସାମିଲ ଅଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଯେବେ ପୁଟିନ ନିଜର ପ୍ରତିନିଧିମଣ୍ଡଳଙ୍କ ସହ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ପୁଟିଙ୍କର ସ୍ୱାଗତ କରିଥିଲେ । ରାଷ୍ଟ୍ରପତି ମୁର୍ମୁ ଭାରତ-ରୁଷ୍ ସ୍ପେଶାଲ ଓ ପ୍ରିଭିଲେଜଡ୍ ପାର୍ଟନିରସିପ୍ ପାଇଁ ରାଷ୍ଟ୍ରପତି ପୁଟିନଙ୍କ ସପୋର୍ଟ ଓ ପର୍ସନାଲ କମିଟମେଣ୍ଟର ପ୍ରଶଂସା କରିଛନ୍ତି। ଉଭୟ ନେତାମାନେ ଭରସା କରିଛନ୍ତି ଯେ, ଭାରତ ଓ ରୁଷ୍ ମଧ୍ୟରେ ବନ୍ଧୁତା , ଯାହା ଅନେକ ବର୍ଷରୁ ଦୃଢ ରହିଛି , ଆଗାମୀ ଅନେକ ବର୍ଷ ଯାଏ ଆହୁରି ମଜବୁତ୍ ହୋଇ ରହିବ । ରାଷ୍ଟ୍ରପତି ଭବନରେ ଆୟୋଜିତ ରାଜକୀୟ ଭୋଜିରେ ଭାରତର ବିଶାଳ ସାଂସ୍କୃତିକ ଐତିହ୍ୟ ଏବଂ ଆତିଥ୍ୟ ପ୍ରଦର୍ଶିତ ହୋଇଥିଲା ।

ଅଧିକ ପଢ଼ନ୍ତୁ ଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Putin In India | Putin Served in a Traditional Indian Thali: A Fusion Feast | Argus News