School Timing / ସରକାର ବଦଳାଇଦେଲେ ସ୍କୁଲ ସମୟ, ବିଜେପି କହିଲା ଏମିତି...
·2 months ago·2 min read

Key Points
ବଦଳିଲା ସ୍କୁଲ ସମୟ, ବିଜେପିର ଆପତ୍ତି
କର୍ଣ୍ଣାଟକ ସରକାରଙ୍କ ମୁସଲମାନ ତୁଷ୍ଟୀକରଣ
ରମଜାନ ପାଇଁ ଉର୍ଦ୍ଦୁ ସ୍କୁଲରେ ବଦଳିଲା ସମୟ
ସକାଳ ୮ଟାରୁ ୧୨ଟା ୪୫ ଯାଏଁ ଚାଲିବ ସ୍କୁଲ
କର୍ଣ୍ଣାଟକ ସରକାରଙ୍କ ମୁସଲମାନ ତୁଷ୍ଟୀକରଣ
ରମଜାନ ପାଇଁ ଉର୍ଦ୍ଦୁ ସ୍କୁଲରେ ବଦଳିଲା ସମୟ
ସକାଳ ୮ଟାରୁ ୧୨ଟା ୪୫ ଯାଏଁ ଚାଲିବ ସ୍କୁଲ
କର୍ଣ୍ଣାଟକ ସରକାରଙ୍କ ମୁସଲମାନ ତୁଷ୍ଟୀକରଣକୁ ନେଇ ବିବାଦ । ରମଜାନ ମାସରେ ରାଜ୍ୟରେ ଉର୍ଦ୍ଦୁ ମିଡିୟମ ସ୍କୁଲ ଗୁଡ଼ିକରେ ସମୟ ପରିବର୍ତ୍ତନ କରାଯାଇଛି । ଏସଵୁ ସ୍କୁଲ ଗୁଡ଼ିକରେ ସମୟ ପରିବର୍ତ୍ତନ କରି ଦିନ ୧୦ଟାରୁ ୪ଟା ୨୦ ପରିବର୍ତ୍ତେ ସକାଳ ୮ଟାରୁ ୧୨ଟା ୪୫ କରାଯାଇଛି । ଫେବ୍ରୁଆରୀ ମଧ୍ୟଭାଗରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ନୂଆ ସମୟ ଅନୁସାରେ ଚାଲିବ ବୋଲି କୁହାଯାଇଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । ରାଜ୍ୟରେ କଂଗ୍ରେସ ସରକାରଙ୍କ ଏହା ମୁସଲମାନ ତୁଷ୍ଟୀକରଣ ରାଜନୀତି ବୋଲି କହିଛି ବିଜେପି ।
ଏପରିକି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସାଜିଦ ପୁନାୱାଲା କହିଛନ୍ତି ହିନ୍ଦୁ ପର୍ବପର୍ବାଣୀ ପାଇଁ ମଧ୍ୟ ଏଭଳି ନିଷ୍ପତ୍ତି କରିବେ କି ସରକାର । ନବରାତ୍ରୀ ସମୟରେ ହିନ୍ଦୁ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏଭଳି ସମୟ ପରିବର୍ତ୍ତନ କରାଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ବଡ଼କଥା ହେଉଛି ଅନ୍ୟ ସ୍କୁଲଗୁଡ଼ିକରେ ମଧ୍ୟ ମୁସଲମାନ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅଧଘଣ୍ଟା ପୂର୍ବରୁ ଛାଡ଼ିଦେବାକୁ ଏହି ନିର୍ଦ୍ଦେଶନାମାରେ ପରାମର୍ଶ ଦିଆଯାଇଛି । ଅର୍ଥାତ ଅନ୍ୟ ସ୍କୁଲ ଗୁଡ଼ିକ ଅପରାହ୍ଣ ୪ଟା ୨୦ ଯାଏଁ ଚାଲିବ, କିନ୍ତୁ ମୁଲସମାନ ଛାତ୍ରଛାତ୍ରୀ ଅଧଘଣ୍ଟା ଆଗରୁ ଘରକୁ ପଳାଇବେ ।
ଏଥିସହ ପଢ଼ନ୍ତୁ: ଯାଉଥିଲେ ରହିଯାଆନ୍ତୁ, ବଡ଼ ଦୁର୍ଘଟଣା ଆପଣଙ୍କ ରାସ୍ତାରେ ଅଛି...
ଅଣମୁସଲମାନ ଛାତ୍ରଛାତ୍ରୀ ଓ କର୍ମଚାରୀ କିନ୍ତୁ ୪ଟା ୨୦ରେ ଛୁଟି ହେଲେ ଘରକୁ ଫେରିବେ । ଯାହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣାକୁ ନେଇ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଲୋକେ ଭିନ୍ନ ଭିନ୍ନ ମତ ପ୍ରକାଶ କରୁଛନ୍ତି। ଏମିତି କରିବା ଦ୍ୱାରା ସାଧାରଣ ଲୋକଙ୍କ ଭିତରେ ହିଂସାଭାବ ପ୍ରକାଶ ପାଉଛି। ଯଦି କର୍ଣ୍ଣାଟକ ସରକାର ସ୍କୁଲ ପିଲାଙ୍କ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ତେବେ ହିନ୍ଦୁ ପର୍ବପର୍ବାଣୀ ସମୟରେ ସମାନ ଛୁଟି ପ୍ରଦାନ କରିବେ କି ବୋଲି ଉଠୁଛି ପ୍ରଶ୍ନ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories