Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଣ ଗୋଦାମରେ ବିସ୍ଫୋରଣ, ଆଖିବୁଜିଲେ 6 ଶ୍ରମିକ

National

ବାଣ ଗୋଦାମରେ ବିସ୍ଫୋରଣ, ଆଖିବୁଜିଲେ 6 ଶ୍ରମିକ

Smruti Parija
Browse all articles by Smruti Parija
·1 year ago·1 min read
ବାଣ ଗୋଦାମରେ ବିସ୍ଫୋରଣ, ଆଖିବୁଜିଲେ 6 ଶ୍ରମିକ

ବାଣ ବିସ୍ଫୋରଣରେ ଆଖିବୁଜିଲେ 6 । ଆନ୍ଧ୍ରପ୍ରଦେଶ ଅନକାପାଲି ଜିଲ୍ଲାର କୋଟାଭୁରାଟଲା ମଣ୍ଡଳର କୈଳାସପାଟନମରେ ଏକ ବାଣ ଉତ୍ପାଦନ କାରଖାନାରେ ବିସ୍ଫୋରଣ ଘଟି ଛଅ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆହତ ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI (@ANI) April 13, 2025


ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସରକାର ପୀଡିତ ପରିବାରକୁ ସହାୟତା ଦେବା ନେଇ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ତେବେ ବାଣ ଗୋଦାମରେ କିପରି ନିଆଁ ଲାଗିଲା ତାହାର କାରଣ ଜଣାପଡିନଥିବାବେଳେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତାଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

Sponsored
Six-workers-died-following-an-explosion-at-a-fireworks-manufacturing | Argus News