Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିପାତମୁହାଁ ମାଓବାଦୀ, ସିରିଜ ଏନକାଉଣ୍ଟରରେ ସଫଳତା ପରେ କ୍ୟାମ୍ପକୁ ଫେରିଲେ ଯବାନ

National

ନିପାତମୁହାଁ ମାଓବାଦୀ, ସିରିଜ ଏନକାଉଣ୍ଟରରେ ସଫଳତା ପରେ କ୍ୟାମ୍ପକୁ ଫେରିଲେ ଯବାନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ନିପାତମୁହାଁ ମାଓବାଦୀ, ସିରିଜ ଏନକାଉଣ୍ଟରରେ ସଫଳତା ପରେ କ୍ୟାମ୍ପକୁ ଫେରିଲେ ଯବାନ

ଛତିଶଗଡ଼ରେ ସିରିଜ୍ ମାଓ ଏନକାଉଣ୍ଟରରେ ସଫଳତା ପରେ କ୍ୟାମ୍ପକୁ ଫେରିଛନ୍ତି ଯବାନ। ବିଜାପୁର ଏନକାଉଣ୍ଟରରେ ନିହତ ହୋଇଥିବା 30 ମାଓବାଦୀଙ୍କ ମଧ୍ୟରୁ ୨୬ଜଣଙ୍କ ମୃତ ଶରୀରକୁ ବିଜାପୁର ଜିଲ୍ଲା ପୋଲିସ ଲାଇନକୁ ଅଣାଯାଇଛି। ଆଉ କିଛି ସମୟ ପରେ ମୃତ ମାଓବାଦୀମାନଙ୍କ ପରିଚୟ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । ବିଜାପୁରରେ ବଡ଼ ଧରଣର ଏନକାଉଣ୍ଟରରେ ନିପାତ ହୋଇଥିଲେ ମୋଟ 30 ଜଣ ମାଓବାଦୀ । ବିଜାପୁର-ଦାନ୍ତେଓ୍ବାଡା ସୀମା ରଙ୍ଗଲୁର ମାଓବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ ଆରମ୍ଭ କରିଥିଲେ କମ୍ବିଂ ଅପରେସନ୍ । ସେଠାରେ ଏନକାଉଣ୍ଟରରେ 26 ଜଣ ନକ୍ସଲ ନିପାତ ହୋଇଥିବାବେଳେ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା । ସେହିପରି କାଙ୍କେର ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ 4 ଜଣ ମାଓବାଦୀ ନିହତ ହୋଇଛନ୍ତି।

2026 ମାର୍ଚ୍ଚ ସୁଦ୍ଧା ମାଓବାଦ ମୁକ୍ତ ଭାରତ ନେଇ ଅମିତ୍ ଶାହଙ୍କ ଆହ୍ବାନ ପରେ ଛତିଶଗଡ଼ରେ ଚାଲିଛି ଜୋରଦାର ମାଓବିରୋଧୀ ଅପରେସନ୍ । ଗତ କିଛି ମାସ ହେଲା ଏଥିରେ ସୁରକ୍ଷାବାହିନୀଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ସଫଳତା ବି ମିଳିଚାଲିଛି। ମୋଦି ସରକାରଙ୍କ କଡ଼ା ଆଭିମୁଖ୍ୟ ଫଳରେ ଦେଶରେ ଏବେ ଶେଷ ନିଃଶ୍ବାସ ନେଉଛି ମାଓବାଦୀ। ମିଳିଥିବା ସୂଚନା ଅନୁସାରେ ଆଗାମୀ ଦିନରେ ଆହୁରି ବଡ଼ ଅପରେସନ। ଏବେ ନକ୍ସଲ କମାଣ୍ଡର ହିଡ଼ିମାକୁ ଖୋଜିବାରେ ଲାଗିଛନ୍ତି ସୁରକ୍ଷାବାହିନୀ। ଏଥିପାଇଁ ଟେକ୍ନିକାଲ୍ ସର୍ଭେଲାନ୍ସରୁ ନେଇ ଗୁଇନ୍ଦା ସୂତ୍ରର ବ୍ୟବହାର କରାଯାଉଛି। ଏଥିପାଇଁ 125ରୁ ଅଧିକ ଗାଁରେ ଟେକ୍ନିକାଲ୍ ମ୍ୟାପିଂ କରାଯାଉଛି । ଛତିଶଗଡ଼ ନେଇ ଓଡ଼ିଶା, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ନେଇ ମହାରାଷ୍ଟ୍ର ସୀମା ଯାଏଁ 125 ଗାଁରେ ଥର୍ମାଲ୍ ଇମେଜିଂ କରାଯାଉଛି। … ଏ ସମ୍ପର୍କରେ ଛତିଶଗଡ ବିଜାପୁରର ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ବିକ୍ରମ ସ୍ବାଇଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Soldiers return to camp after successful series of encounters | Argus News