Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରତରେ ଶେଷ ହେବ ଜାଲି ଭୋଟରଙ୍କ ଯୁଗ , ଆଧାର ସହ ଲିଙ୍କ ହେବ ଭୋଟର ଆଇଡି

National

ଭାରତରେ ଶେଷ ହେବ ଜାଲି ଭୋଟରଙ୍କ ଯୁଗ , ଆଧାର ସହ ଲିଙ୍କ ହେବ ଭୋଟର ଆଇଡି

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଭାରତରେ ଶେଷ ହେବ ଜାଲି ଭୋଟରଙ୍କ ଯୁଗ , ଆଧାର ସହ ଲିଙ୍କ ହେବ ଭୋଟର ଆଇଡି

ଭାରତରେ ଶେଷ ହେବାକୁ ଯାଉଛି ଜାଲି ଭୋଟରଙ୍କ ଯୁଗ
ଖୁବ୍‌ଶୀଘ୍ର ଆଧାର ସହ ଭୋଟ୍ ପରିଚୟ ପତ୍ର ଲିଙ୍କ୍ ହେବ
UIDAI ଓ ଭାରତୀୟ ନିର୍ବାଚନ ଆୟୋଗଙ୍କ ବୈଠକରେ ବଡ଼ ନିଷ୍ପତ୍ତି
ଆଧାର- ଭୋଟର ID ଲିଙ୍କକୁ ନେଇ କଂଗ୍ରେସ-ବିଜେପି କଥା କଟାକଟି

ଦେଶରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭୋଟର ଆଇଡି ସହ ଆଧାର ଲିଙ୍କ ପ୍ରକ୍ରିୟା। UIDAI ଓ ଭାରତୀୟ ନିର୍ବାଚନ ଆୟୋଗ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏନେଇ ହୋଇଛି ନିଷ୍ପତ୍ତି। ଏଥିରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବ୍ୟତୀତ UIDAIର ସିଇଓ ସାମିଲ ଥିଲେ। ଆଇନ୍ ଓ
ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ପଳନ କରିବାକୁ ଯାଇ ଭୋଟର ପରିଚୟ ପତ୍ର ଓ ଆଧାର ମଧ୍ୟରେ ଲିଙ୍କ କରିବାକୁ ଏଥରି ନିଷ୍ପତ୍ତି ହୋଇଛି। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍ ବାର୍ତ୍ତାରେ କୁହାଯାଇଛି

ନିର୍ବାଚନ ଆୟୋଗଙ୍କ ୧୯୫୦ର ଅନୁଚ୍ଛେଦ ୩୨୬ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୋଟର ଆଇଡି ସହ ଆଧାର କାର୍ଡ ସଂଯୋଗ ପ୍ରକ୍ରିୟା ଆରମ୍ଭ କରାଯିବ।
ଅନୁଚ୍ଛେଦ ୩୨୬ ଅନୁସାରେ ଭୋଟେ ଦେବାର ଅଧିକାର କେବଳ ଭାରତୀୟ ନାଗରିକଙ୍କୁ ଦିଆଯାଇପାରିବ । ଯେତେବେଳେ କି ଆଧାର ହିଁ କେବଳ ଜଣେ ବ୍ୟକ୍ତିର ପରିଚୟ ବହନ କରୁଛି । ସେଥିପାଇଁ ଏହି ନିଷ୍ପତ୍ତି ନିଆଗଲା ଯେ ଭୋଟର ଆଇଡି ସହ ଆଧାର ସଂଯୋଗ ପ୍ରକ୍ରିୟା ସମସ୍ତ ନିୟମ ଆଧାରରେ କରାଯିବ।

ଗୋଟେ ପଟେ କଂଗ୍ରେସ ଏ ନିଷ୍ପତ୍ତିକୁ ସ୍ବାଗତ କରିଛି ଅନ୍ୟପଟେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସେଥିରେ କେଁ ବାହର କରିଛନ୍ତି । ଏକ୍ସରେ ପୋଷ୍ଟ କରି ରାହୁଲ ଗାନ୍ଧି କହିଛନ୍ତି ଆଧାର ଯୋଗୁଁ ଡୁପ୍ଲିକେଟ୍ ଭୋଟର ପରିଚୟ ପତ୍ର ସମସ୍ୟା ଦୂର ହୋଇପାରିବ କିନ୍ତୁ ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଆଧାର ଲିଙ୍କ କରିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ନିର୍ବାଚନ ଆୟୋଗ ଏହା ସୁନିଶ୍ଚିତ କରନ୍ତୁ ଯେପରି ଜଣେ ହେଲେ ବି ଭାରତୀୟ ନିଜ ଭୋଟିଂ ଅଧିକାରରୁ ବଞ୍ଚିତ ନହୁଅନ୍ତୁ।

ସେହି ଏକ୍ସରେ ପୋଷ୍ଟ କରି ରାହୁଲ ଗାନ୍ଧିଙ୍କୁ କାଉଣ୍ଟର କରିଛନ୍ତି ବିଜେପି ଆଇଟି ସେଲ ମୁଖ୍ୟ ମୁତ ମାଲବୀୟ

ସେ ଲେଖିଛନ୍ତି ରାହୁଲ ଗାନ୍ଧି ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ପିଲା ଭାବନ୍ତୁ ନାହିଁ। କଂଗ୍ରେସ UPI ଓ ଡିଜିଟାଲ ପେମେଣ୍ଟକୁ ଜୋରଦାର ବିରୋଧ କରିଥିଲା। ଦଳ ଅଭିଯୋଗ କରିଥିଲା ଗରିବ ଲୋକ ଏହାର ବ୍ୟବହାର କରିପାରିବେ ନାହିଁ। ଏନେଇ ସଂସଦରେ ପି. ଚିଦାମ୍ବରଙ୍କ ଭାଷଣ ଐତିହାସିକ ହୋଇସାରିଛି। ବର୍ଷ ୨୦୨୩-୨୪ରେ ଡିଜିଟାଲ ପେମେଣ୍ଟ ଟ୍ରାଂଜାକସନ୍ ସଂଖ୍ୟା ୧୮ ହଜାର ୭୩୭ କୋଟିରେ ପହଞ୍ଚି ସାରିଛି ଯେତେବେଳେ କି ୨୦୧୭-୧୮ରେ ଏହା ମାତ୍ର ୨ ହଜାର ୭୧ କୋଟି ଥିଲା। ପ୍ରତିବର୍ଷ ଏଥିରେ ପ୍ରାୟ ୪୪ % ବୃଦ୍ଧି ଘଟୁଛି।

ମାଲବୀୟ ଆହୁରି କହିଛନ୍ତି ରାହୁଲ ଗାନ୍ଧିଙ୍କୁ କେବେ ଇଣ୍ଡି ମେଣ୍ଟର ସହଯୋଗୀ ଥିବା ମମତା ବାନାର୍ଜୀଙ୍କ ପାର୍ଟି କଥା ବେଶୀ ଚିନ୍ତା କରିବା ଦରକାର। କାରଣ TMC ଆଗରେ ନିଜର କୋର ଭୋଟର ଅବୈଧ ବାଙ୍ଗଲାଦେଶୀ ଓ ରୋହିଙ୍ଗ୍ୟାଙ୍କୁ ହରାଇବାର ବିପଦ ରହିଛି। ଯେଉଁମାନେ ଅବୈଧ ଭୋଟର ଆଇକାର୍ଡ ବଳରେ ଭୋଟ୍ ଦେଇ ଆସୁଛନ୍ତି। ଭୋଟର ଆଇଡି ସହ ଆଧାର ଲିଙ୍କ୍ ହୋଇଗଲେ ମତଦାନ ପ୍ରକ୍ରିୟା ଅଧିକ ସ୍ବଚ୍ଛ ହେବା ସହ ଅବୈଧ ଭୋଟରଙ୍କ ଜରିଆରେ ନିର୍ବାଚନ ଜିତି ଆସୁଥିବା ପ୍ରାର୍ଥୀଙ୍କ ଖେଳ ଖତମ ହୋଇଯିବ। ସେଥିପାଇଁ ଏହି ସଂଯୋଗୀ କରଣ ନିଷ୍ପତ୍ତିକୁ ବିଭିନ୍ନ ମହଲାରୁ ସ୍ବାଗତ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The era of fake voters will end in India, voter ID will be linked to Aadhaar | Argus News