USFDA warning: ରସ ବାସନରେ ରୋସେଇ କରୁଥିଲେ ସାବଧାନ, ବାରଣ କଲେ ବୈଜ୍ଞାନିକ, ଜାଣନ୍ତୁ କାରଣ...

Key Points
କେତେ ସୁରକ୍ଷିତ ଆପଣଙ୍କ ରୋଷେଇ ବାସନ?
ରସ ହାଣ୍ଡି, କଡ଼େଇରୁ ନିର୍ଗତ ହେଉଛି ସୀସା ଶରୀରକୁ ଗଲେ ଅତ୍ୟନ୍ତ କ୍ଷତିକାରକ
ଜାଣନ୍ତୁ USFDAର ମାର୍ଗଦର୍ଶନ
ରସ ହାଣ୍ଡି କଡ଼େଇରେ ରୋଷେଇ କରୁଥିଲେ ସାବଧାନ!ହାଣ୍ଡି କଡ଼େଇ ଯେତେ ତାତିବ ସେତେ ନିର୍ଗତ ହେବ ସୀସା, ଆଉ ଧୀରେ ଧୀରେ ଶରୀରକୁ ବିଷାକ୍ତ କରିବ। କିନ୍ତୁ ଏହି ସୀସାର ମଣିଷ ଶରୀର ଉପରେ କଣ ପ୍ରଭାବ ପଡ଼େ? କାହିଁକି ଏହାକୁ ବିପଦ ବୋଲି କୁହାଯାଉଛି..ସୀସା ଆମ ଶରୀରରେ ରକ୍ତ ସହ ମିଶି ଅନେକ ରୋଗର କାରଣ ହୋଇପାରେ। ଏପରିକି କିଡନି ଫେଲୁୟର ଓ କ୍ୟାନ୍ସରର ରିସ୍କ ବି ବଢ଼ିବ। କିଛି ଲୋକଙ୍କ କ୍ଷେତ୍ରରେ ପାଗଳ ବି ହୋଇପାରେ ମଣିଷ। କାରଣ ଏହା ବ୍ରେନ ଟିସ୍ୟୁକୁ ଡ୍ୟାମେଜ କରେ ଏହି କ୍ଷତିକାରକ ସୀସା। ଏନେଇ ଚେତାବନୀ ଜାରି କରିଛି ଆମେରିକା ଖାଦ୍ୟ ଏବଂ ଔଷଧ ପ୍ରଶାସନ (USFDA)। ଏକ ପରୀକ୍ଷାରୁ ଜଣାପଡ଼ିଛି ଯେ, ଏହି ହାଣ୍ଡି, କଡ଼େଇରେ ଖାଇବା ରାନ୍ଧିବା ଦ୍ଵାରା ଖାଦ୍ୟରେ ଅନେକ ବିପଜ୍ଜନକ ସୀସା ମିଶି ଶରୀରକୁ ଯାଇଥାଏ ଓ ଅନେକ ରୋଗର କାରଣ ହୋଇଥାଏ।
ତେବେ USFDA ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଏହି ରନ୍ଧନ ସାମଗ୍ରୀ ଗୁଡ଼ିକ ଟାଇଗର ହ୍ଵାଇଟ୍ ବ୍ରାଣ୍ଡ ଭାବରେ ବିକ୍ରି କରାଯାଉଛି ଏବଂ ଶୁଦ୍ଧ ଆଲୁମିନିୟମ ବୋଲି କହି ବଜାରକୁ ଦିଆଯାଉଛି। କିନ୍ତୁ ପରୀକ୍ଷାରୁ ଜଣାପଡ଼ିଛି ଯେ, ଆଲୁମିନିୟମ ବା ରସ ମିଶ୍ର ଧାତୁଯୁକ୍ତ ପାତ୍ର ଗୁଡ଼ିକୁ ରୋଷେଇ ପାଇଁ ବ୍ୟବହାର କଲେ ଏଥିରୁ ବିଷାକ୍ତ ସୀସା ନିର୍ଗତ ହେଉଛି ଯାହାକି ଖାଦ୍ୟରେ ମିଶି ଶରୀର ପାଇଁ ଘାତକ ହେଉଛି। ଏହି ସୀସା ଯେକୌଣସି ବୟସ କିମ୍ବା ସ୍ବାସ୍ଥ୍ୟ ସ୍ଥିତିର ଲୋକଙ୍କୁ ଏହା ପ୍ରଭାବିତ କରିପାରେ। ଅର୍ଥାତ ଜଣେ ସୁସ୍ଥ ବ୍ୟକ୍ତି ମଧ୍ୟ ସୀସା ପ୍ରଭାବରେ ଆସିଲେ ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
📱 Get Argus News App
✨ବିଶେଷ କରି ଛୋଟ ଛୋଟ ପିଲାଙ୍କ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ। ଅଳ୍ପ ମାତ୍ରାରେ ସୀସା ଖାଦ୍ୟ ମାଧ୍ୟମରେ ଶରୀରକୁ ଗଲେ ଏହା ରକ୍ତରେ ସୀସାର ପରିମାଣ ବଢ଼ିଥାଏ। ଫଳରେ ଛୁଆମାନେ ହୁଏତ କୌଣସି ରୋଗରେ ନ ପଡ଼ିପାରନ୍ତି କିନ୍ତୁ ସେମାନଙ୍କଠାରେ ଶିକ୍ଷଣରେ ଅସୁବିଧା, କମ୍ ମନେରଖିବା, ବ୍ୟବହାରରେ ପରିବର୍ତ୍ତନ ଆଦି ସମସ୍ୟା ଦେଖାଦେବ। ଛୋଟରୁ ବଡ଼ ହେବା ବେଳକୁ ବ୍ରେନ ଟିସ୍ୟୁ ଡ୍ୟାମେଜ ହେବା ସହ କମ୍ ବୟସରୁ ହିଁ ଅନେକ ରୋଗ ଦେଖାଦେବ। ତେଣୁ ଆଲୁମିନିୟମର କୌଣସି ବି ସାମଗ୍ରୀ ଘରେ ଥିଲେ ତାହାକୁ ବାଛି ଫୋପାଡ଼ି ଦେବାକୁ ଅନୁରୋଧ କରିଛି USFDA। ଏହି ରୋଷେଇ ସାମଗ୍ରୀକୁ କାହାକୁ ଦାନ କରିବାକୁ କିମ୍ବା ପୁନଃ ନିର୍ମାଣ ନକରିବାକୁ କୁହାଯାଇଛି। ଏହି ସାମଗ୍ରୀ ବିକ୍ରି କରୁଥିବା ଲୋକଙ୍କୁ USFDAର ମାର୍ଗଦର୍ଶନ ନେବାକୁ କୁହାଯାଇଛି। ଏହାଛଡ଼ା ବଜାରରୁ ଏହି ପ୍ରକାରର ସାମଗ୍ରୀକୁ ହଟାଇବାକୁ ବି ପ୍ରୟାସରି ରଖିଛି..