Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନାଗପୁରରେ ଔରଙ୍ଗଜେବ କବର ବିବାଦକୁ ନେଇ ହିଂସା , ୧୦ ସ୍ଥାନରେ କର୍ଫ୍ୟୁ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ନାଗପୁରରେ ଔରଙ୍ଗଜେବ କବର ବିବାଦକୁ ନେଇ ହିଂସା , ୧୦ ସ୍ଥାନରେ କର୍ଫ୍ୟୁ

ମହାରାଷ୍ଟ୍ର ନାଗପୁରରେ ଔରଙ୍ଗଜେବ କବର ବିବାଦକୁ ନେଇ ହିଂସା ଦେଖାଯାଇଛି । ୨ ଗୋଷ୍ଠୀ ଭିଏଚପି ଓ ବଜରଙ୍ଗ ଦଳର ପ୍ରଦର୍ଶନ ପରେ ହିଂସା ବଢିବାରେ ଲାଗିଛି । କାର, ବାଇକ ଓ ଜେସିବି ଜାଳିଦେଇଛନ୍ତି ଉପଦ୍ରବକାରୀ । ପୁଲିସ ଉପରେ ମଧ୍ୟ ଢେଲାପଥର ମାଡ କରାଯାଇଛି । ଯେଉଁଥିରେ ୫୦ ଜଣ ଉପଦ୍ରବକାରୀଙ୍କୁ ଅଟକ ରଖିଛି ପୋଲିସ ।


ସୋମବାର ରାତିରେ ହିଁ ଏପରି ଭିଷଣ ହିଂସା ଦେଖିବାକୁ ମିଳିଥିଲା । ନାଗପୁର ହିଂସା ପରେ ୧୦ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ଘଟଣାରେ ୨୦ରୁ ୨୨ ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି ।ଯେଉଁଥିରେ ୫୦ ଜଣ ଉପଦ୍ରବକାରୀଙ୍କୁ ଅଟକ ରଖାଯାଇଛି । ଡିସିପି ନାଗପୁର ଅର୍ଚ୍ଚିତ ଚଣ୍ଡକ କହିଛନ୍ତି, "କିଛି ଭୁଲ ବୁଝାମଣା ଯୋଗୁଁ ଏହି ଘଟଣା ଘଟିଛି । ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ଏଠାରେ ଆମ ଫୋର୍ସ ମଭଜୁତି ସହ ଅଛନ୍ତି । କେହିବି ବାହାରକୁ ନଆସିବା ପାଇଁ ଅନୁରୋଧ କରୁଛି । ଏହା ସହିତ, ଯେଉଁମାନେ ପଥର ଫିଙ୍ଗୁଛନ୍ତି ସେମାନେ ପଥର ଫିଙ୍ଗିବା ବନ୍ଦ କରିଦେବା ଦରକାର । ପଥର ଫିଙ୍ଗା ଚାଲିଥିଲା, ତେଣୁ ଆମେ ବଳ ପ୍ରୟୋଗ କଲୁ ଏବଂ ଲୁହ ବୁହା ଗ୍ୟାସ ମଧ୍ୟ ବ୍ୟବହାର କଲୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଥିବା ପୋଲିସ ପକ୍ଷରୁ କୁହାଯାଇଛି । ଔରଙ୍ଗଜେବଙ୍କ କବର ହଟାଇବାକୁ ନେଇ ଏପରି ବିବାଦ ସୃଷ୍ଟି ହୋଇଥିଲା । ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଫଡ୍‌ନାଭିସ୍‌ ଅପିଲ୍‌ କରିଛନ୍ତି ।

Sponsored
Violence in Nagpur , curfew in 10 places | Argus News