ସ୍ମାର୍ଟ ଉଡ଼ାଣ ପାଇଁ ପ୍ରସିଦ୍ଧ Dreamliner, ଖସି ପଡ଼ିଲା କେମିତି?

Key Points
ଆକାଶରେ ବିପଦ!
Dreamliner ବିମାନ ଧ୍ବଂସ!
ଏହା ଗୋଟିଏ ଆଧୁନିକ, ଦୀର୍ଘ ଦୂରପଥ ଉଡାଣ ପାଇଁ ଉପଯୁକ୍ତ, ବିଶାଳକାୟ ବିମାନ।
ଉନ୍ନତ ପ୍ରଯୁକ୍ତିଗୁଡ଼ିକ ଥିବାରୁ ଏହା ଅଧିକ ସୁରକ୍ଷିତ, ସୁବିଧାଜନକ ଓ ସ୍ମାର୍ଟ ଉଡ଼ାଣ ପାଇଁ ପ୍ରସିଦ୍ଧ।
ହେଲେ Avitaion ଇତିହାସର ସବୁଠାରୁ ବଡ଼ ଦୁର୍ଘଟଣା ହେଲା, କେମିତି?
ବୋଇଂ 787-8 ଡ୍ରିମଲାଇନର ବିମାନ କଣ? ଜାଣନ୍ତୁ ସବୁକିଛି...
ଏୟାର୍ ଇଣ୍ଡିଆର ବିମାନ ଏଆଇ-୧୭୧ (ବୋଇଂ ୭୮୭-୮ ଡ୍ରିମ୍ଲାଇନର୍) ଗୁରୁବାର ଅହମ୍ମଦାବାଦରୁ ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲଣ୍ଡନ ଅଭିମୁଖେ ଯାଉଥିବା ବିମାନଟି ଏକ ଆବାସିକ ଅଞ୍ଚଳ ନିକଟରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨୬୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିବାରେ ଲାଗିଛି।
ଏହି ବିମାନରେ ୨୩୦ ଯାତ୍ରୀ ଓ ୧୨ ଜଣ କ୍ରିୟୁ ସଦସ୍ୟ ମିଶି ମୋଟ ୨୪୨ ଜଣ ଲୋକ ଯାତ୍ରା କରୁଥିଲେ। ତେବେ, ସାଧାରଣତଃ ୨୪୨ରୁ ୨୯୦ ଯାତ୍ରୀ ପର୍ଯ୍ୟନ୍ତ ଏଥିରେ ବସିପାରିବେ। ଏହା ଗୋଟିଏ ଆଧୁନିକ, ଦୀର୍ଘ ଦୂରପଥ ଉଡାଣ ପାଇଁ ଉପଯୁକ୍ତ, ବିଶାଳକାୟ ବିମାନ। ଏହା ଡ୍ରିମ୍ଲାଇନର୍ ଶୃଙ୍ଖଳାର ପ୍ରଥମ ମଡେଲ୍ ଅଟେ। ଏହା ସବୁଠୁ ସୁରକ୍ଷିତ ବିମାନ ହେଲେ ଫ୍ଲାଇଟ ଟେକ ଅଫ ବେଳେ, ହଠାତ ତଳେ ଖସିପଡ଼ିଲା, କେମିତି?
ଗୁରୁବାର ଦିନ ଅହମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଲା । ଏୟାର୍ ଇଣ୍ଡିଆର ବୋଇଂ 787-8 ଡ୍ରିମ୍ଲାଇନର ବିମାନ, ଯାହା ଏଆଇ171 ଭାବେ ଲଣ୍ଡନର ଗ୍ୟାଟୱିକ୍ ବିମାନବନ୍ଦର ପାଇଁ ଯାତ୍ରା କରୁଥିଲା, ଟେକଅଫ୍ ପରେ ସର୍ଦାର ଵଲ୍ଲଭଭାଇ ପଟେଲ୍ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା। ପ୍ରାରମ୍ଭିକ ଭିଡିଓରେ ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି।
ବୋଇଂ 787-8 ଡ୍ରିମ୍ଲାଇନର୍ ବିମାନରେ ଉନ୍ନତ ପ୍ରଯୁକ୍ତିଗୁଡ଼ିକ ଥିବାରୁ ଏହା ଅଧିକ ସୁରକ୍ଷିତ ଓ ସ୍ମାର୍ଟ ଉଡ଼ାଣ ପାଇଁ ପ୍ରସିଦ୍ଧ। କିନ୍ତୁ ଏହି ଉଡ଼ାଣ Avitaion ଇତିହାସର ସବୁଠାରୁ ବଡ଼ ଦୁର୍ଘଟଣା ହେଲା, କେମିତି?
ବୋଇଂ 787-8 ଡ୍ରିମ୍ଲାଇନର ଏକ ଆଧୁନିକ ଓ ବିଶାଳକାୟ ବିମାନ। ଯାହାକୁ ଦକ୍ଷତା, ଯାତ୍ରୀ ସୁବିଧା ଓ ପରିବେଶ ପାଇଁ ଲାଭକାରୀ ଭାବରେ ଡିଜାଇନ୍ କରାଯାଇଛି। ଏହି ବିମାନଟି ପ୍ରଥମେ 2011 ମସିହାରେ ପରିଚୟ ଲାଭ କରିବା ସହ ବୋଇଂର ଡ୍ରିମ୍ଲାଇନର ଶୃଙ୍ଖଳାର ପ୍ରଥମ ମଡେଲ୍ ଭାବରେ ପ୍ରସିଦ୍ଧ ହେଲା। ବିଶ୍ୱର ଅନେକ ବିମାନ ଚଳାଚଳ କମ୍ପାନୀମାନେ ଏହି ବିମାନକୁ ଦୀର୍ଘଦୂର ଆନ୍ତର୍ଜାତୀୟ ଯାତ୍ରା ପାଇଁ ବ୍ୟବହାର କରୁଛନ୍ତି।
ବିମାନର ଯାତ୍ରୀ ଧାରଣ କ୍ଷମତା
ସାଧାରଣତଃ ଏହି ବିମାନରେ 242 ରୁ 290 ଯାତ୍ରୀ ବସିପାରନ୍ତି।
ବିଭିନ୍ନ ବିମାନ ସେବା କମ୍ପାନୀ ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ ଏହି ସଂଖ୍ୟା ଅଳ୍ପ-ଅଧିକ ହୋଇପାରେ। ଏହି ବିମାନ ଅଧିକ ଯାତ୍ରୀ ସଂଖ୍ୟା ଥିବା ମାର୍ଗ ଏବଂ ଦୀର୍ଘ ଦୂରତା ଯାତ୍ରା ପାଇଁ ଉପଯୁକ୍ତ।
ବିମାନର ଗତିସୀମା
ଏହି ବିମାନଟି ଏକାଥରକେ 13,530 କି.ମି. ପର୍ଯ୍ୟନ୍ତ ଉଡିପାରେ
📱 Get Argus News App
✨ଏହାର ଅର୍ଥ ହେଉଛି ଏହି ବିମାନ ଅତ୍ୟନ୍ତ ଦୂରସ୍ଥ ସହର ଗୁଡ଼ିକୁ ନନ୍-ଷ୍ଟପ୍ ଯୋଗାଯୋଗ କରିପାରିବ
ଏହି ଡ୍ରିମ୍ଲାଇନର୍ ଦୂର ଦେଶ କିମ୍ବା ଅନ୍ୟ ମହାଦେଶ ଥିବା ସହରଗୁଡ଼ିକ ସହିତ ସିଧା ଉଡାଣ ସମ୍ଭବ କରାଏ
ଆଧୁନିକ ପ୍ରଯୁକ୍ତିରେ ନିର୍ମିତ ବିମାନ
ବିମାନଟିର ପ୍ରାଥମିକ ଗଠନର 50% ଅଂଶ କମ୍ପୋଜିଟ୍ ମାଟେରିଅଲ୍ ଦ୍ୱାରା ତିଆରି ହୋଇଛି
ହାଲୁକା ଓଜନ ଥିବାରୁ ବିମାନଟି ଅଧିକ ଇନ୍ଧନ ସଞ୍ଚୟକାରୀ ଅଟେ
ଡ୍ରିମ୍ଲାଇନର୍ରେ ଦୀର୍ଘ ଦୂରତାରେ ଅଧିକ କ୍ଷମତାର ସହିତ ଉଡ଼ାଣ ସମ୍ଭବ
ନୂତନ ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି
ବିମାନରେ ଆଧୁନିକ ଉପକରଣ ଲାଗିଛି, ଯାହା ନିୟନ୍ତ୍ରଣ, ନେଭିଗେସନ୍, ଓ ଦୃଶ୍ୟମାନତା ବଢ଼ାଇବାରେ ସାହାଯ୍ୟ କରେ। ପାଇଲଟ୍ମାନେ ସହଜରେ ଓ ସୁରକ୍ଷିତ ଭାବେ ରାସ୍ତା ଦେଖି ଉଡ଼ାଣ କରିପାରନ୍ତି। ️
ଫ୍ଲାଇ-ବାଏ-ୱାୟର ନିୟନ୍ତ୍ରଣ
ପାରମ୍ପରିକ ପ୍ରଣାଳୀ ବଦଳରେ ଏହି ବିମାନରେ ବିଦ୍ୟୁତିକ ସିଗ୍ନାଲ ଦ୍ୱାରା କମ୍ପ୍ୟୁଟର ମାଧ୍ୟମରେ ନିୟନ୍ତ୍ରଣ, ଉଡ଼ାଣକୁ ଅଧିକ ସୁନିଶ୍ଚିତ ଓ ସ୍ଥିର କରେ। ️
ଉନ୍ନତ ସୁରକ୍ଷା ପ୍ରଣାଳୀ
ଏହି ବିମାନରେ ବିଭିନ୍ନ ଧରଣର ସୁରକ୍ଷା ସଂକେତ ପ୍ରଦାନକାରୀ ଯନ୍ତ୍ର ଥାଏ, ଯାହା ଯାତ୍ରୀ ଓ ପାଇଲଟ୍ ଦୁହିଁଙ୍କ ସୁରକ୍ଷା ସୁନିଶ୍ଚିତ କରେ।
ବୋଇଂ 787-8 ଡ୍ରିମ୍ଲାଇନର୍ ବିମାନରେ ଏହି ଉନ୍ନତ ପ୍ରଯୁକ୍ତିଗୁଡ଼ିକ ଥିବାରୁ ଏହା ଅଧିକ ସୁରକ୍ଷିତ, ସୁବିଧାଜନକ ଓ ସ୍ମାର୍ଟ ଉଡ଼ାଣ ପାଇଁ ପ୍ରସିଦ୍ଧ।