Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚାଟ୍ ଜିପିଟିରେ ଏକ୍ସପର୍ଟ ହେବାରୁ ଅଧାରୁ କଲେ ସ୍କୁଲ ଡ୍ରପ୍ ଆଉଟ୍

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଚାଟ୍ ଜିପିଟିରେ ଏକ୍ସପର୍ଟ ହେବାରୁ ଅଧାରୁ କଲେ  ସ୍କୁଲ ଡ୍ରପ୍ ଆଉଟ୍

Key Points

ଚାଟ୍ ଜିପିଟି ପାଇଁ ଛାଡିଲେ ସ୍କୁଲ ପଢା
ଅଧାରୁ କଲେ ସ୍କୁଲ ଡ୍ରପ୍‌ ଆଉଟ୍
ଏବେ ଚାଟ୍ ଜିପିଟିରେ ବିତୁଛି ସବୁ ସମୟ

ଆଜିକାଲି ସମସ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଏକ୍ସପର୍ଟ ହେବାକୁ ଚାହୁଁଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଯୁବପିଢୀଙ୍କ ପାଇଁ ଏକ ନୂଆ ଦିଶା ପାଲଟିଛି । ସବୁ ସମସ୍ୟାର ସମାଧାନ ଚାଟ ଜିପିଟି ଦ୍ଵାରା ସେମାନେ ପାଇ ପାରୁଛନ୍ତି । ସେଥିପାଇଁ ଜଣେ ୧୪ ବର୍ଷର ଝିଅ ନିଜ ସ୍କୁଲ ଛାଡି ନିଜର ସବୁ ସମୟ ଚାଟ୍ ଜିପିଟିରେ ଦେଉଛନ୍ତି । ଏଥିସହ କହିଛନ୍ତି, ସ୍କୁଲ ଯିବାର ସେତିକି ସମୟ ମୋର କ୍ଷମତା ନଷ୍ଟ ହେଉଛି ।

୧୪ ବର୍ଷର ଝିଅ ପରିଣିତି ଏକ ପଡକାଷ୍ଟ 'ଜଷ୍ଟ କିଡିଙ୍ଗ ଉଇଥ୍ ସିଦ୍ ' ରେ ନିଜର ପାଠପଢା ଏବଂ କ୍ୟାରିଅରକୁ ନେଇ ଯେଉଁ ମତାମତ ଦେଇଛନ୍ତି, ତାହା ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ପରିଣିତି କହିଛନ୍ତି, ସେ ୧୩ ବର୍ଷ ବୟସରୁ ନିଜର ପାଠପଢା ଛାଡି ଦେଇଛନ୍ତି । ଯେହେତୁ ସେ ଚାଟ୍ ଜିପିଟିରେ ଏକ୍ସପର୍ଟ ହେବାକୁ ଚାହୁଁଛନ୍ତି, ସେଥିପାଇଁ ସ୍କୁଲ ଛାଡିବା ପରେ ସେ ସବୁ ସମୟ ଚାଟ୍ ଜିପିଟିରେ ଦେଉଛନ୍ତି । ପୂର୍ବରୁ ତାଙ୍କ ବାପା ତାଙ୍କୁ ପ୍ରିତିଦିନ ଚାଟ ଜିପିଟିରେ ୨ ଘଣ୍ଟା ସମୟ ଦେବାକୁ କହୁଥିଲେ । ଏବେ ସେ ୪ ଘଣ୍ଟା ସମୟ ଦେଉଛନ୍ତି। ପରିଣିତି କହିଛନ୍ତି, ସ୍କୁଲରେ ପଢିବା ବେଳେ ତାଙ୍କର ସବୁ ହୋମୱାର୍କ ସେ ଚାଟ ଜିପିଟି ସାହାଯ୍ୟରେ କରୁଥିଲେ । ହେଲେ ଶିକ୍ଷକ ତାଙ୍କୁ ଏପରି ନକରିବାକୁ କହୁଥିଲେ । ହେଲେ ପରିଣିତି କହିଛନ୍ତି, ଯଦି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଆମର ଭବିଷ୍ୟତ ରହିଛି, ତାହେଲେ କାହିଁକି ଏହା ବ୍ୟବାହର ଆମେ କରିବା ନାହିଁ ।


ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
A 14 year old girl leaving school for chat gpt | Argus News