Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପରିବାର ସମ୍ମୁଖରେ ନିଜକୁ ଗୁଳି କଲେ ୧୫ ବର୍ଷର ନାବାଳକ

National

ପରିବାର ସମ୍ମୁଖରେ ନିଜକୁ ଗୁଳି କଲେ ୧୫ ବର୍ଷର ନାବାଳକ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପରିବାର ସମ୍ମୁଖରେ ନିଜକୁ ଗୁଳି କଲେ ୧୫ ବର୍ଷର ନାବାଳକ

ଅର୍ଗସ ବ୍ୟୁରୋ :  ମୃତ୍ୟୁ ପରେ କଣ ହୁଏ, ତାହା ଜାଣିବାକୁ ନିଜେ ନିଜକୁ ଗୁଳିମାରିଦେଲେ ୧୫ ବର୍ଷର ନାବାଳକ । ସେ ବି ପୁଣି ପରିବାର ଲୋକଙ୍କ ସାମ୍ନାରେ । ଏହି ଘଟଣା ସମସ୍ତଙ୍କୁ ଯେତିକି ବ୍ୟଥିତ କରିଛି ସେତିକି ଆଶ୍ଚର୍ଯ୍ୟ ମଧ୍ୟ କରିଛି ।

ସାଧାରଣତଃ ମୃତ୍ୟୁପରର ସତ୍ୟାସତ୍ୟ କଣ ତାକୁ ଜାଣିବାର ଉତ୍କଣ୍ଠା ଆମ ସମସ୍ତଙ୍କ ମନରେ ଥାଏ । କିନ୍ତୁ ଆମେ ଆମ ନିଜ ଜୀବନକୁ ମଧ୍ୟ ଖୁବ ଭଲ ପାଆନ୍ତି। ହେଲେ ମୃତ୍ୟୁପରର ରହସ୍ୟ ଜାଣିବା ପାଇଁ ନିଜକୁ ହତ୍ୟା କରିବା ଘଟଣାଟି ସହଜରେ ଗ୍ରହଣ କରି ନହେଲେ ମଧ୍ୟ ଏପରି ଘଟଣା ବାସ୍ତବରେ ଘଟିଛି ।

ଉତ୍ତର ପ୍ରଦେଶର ମିରଟ ଜିଲ୍ଲାର ଏକ ପରିବାରର ଜଣେ ୧୫ ବର୍ଷର ନାବାଳକ ଏପରି ଦୁଃସାହସ କରିଛି । ନବମ ଶ୍ରେଣୀରେ ପଢେ ଏହି ନାବାଳକ ଯୁବରାଜ ରାଣା । ପୋଲିସର ତଦନ୍ତରୁ ଯାହା ଜଣା ପଡିଛି , ଏହି ପିଲା ମୃତ୍ୟୁ ପୂର୍ବରୁ ନିଜ ଫୋନରେ ଗୁଗଲ ଏବଂ ୟୁଟ୍ୟୁବରେ "ଗରୁଡ ପୁରାଣ", "ମୃତ୍ୟୁ ପରେ କଣ ହୁଏ" , " ମୃତ୍ୟୁର ଉପାୟ", ମୃତ୍ୟୁ ପରେ ଆତ୍ମା କୁଆଡେ ଯାଏ, ସେ ଉପରେ ଅନେକ ତଥ୍ୟ ସର୍ଚ୍ଚ କରିଥିଲା । ସେଥିପାଇଁ ସେ ଆତ୍ମହତ୍ୟା କରିବା ପୂର୍ବରୁ କୌଣସି ସୁଇସାଇଡ ନୋଟ ଲେଖି ନଥିଲେ ।

ଯୁବରାଜ ଅନେକ ଖରାପ ପିଲାଙ୍କ ସହ ସାଙ୍ଗ ହେଉଥିବାରୁ ତାଙ୍କୁ ତାଙ୍କର ମାଆ ଏବଂ ଭାଇ ଖୁବ ଗାଳି ଦେଉଥିଲେ । ତା ବାଇକକୁ ପରିବାର ଲୋକେ ବିକ୍ରି କରି ଦେଇଥିଲେ । ଯାହାକୁ ନେଇ ଅନେକ ସମୟରେ ସେ ବିରକ୍ତି ରହୁଥିଲା, ଏବଂ ବିଶେଷ କାହା ସହ କଥା ହେଉନଥିଲା । ହେଲେ ହଠାତ ସେଦିନ ବନ୍ଧୁକ ଧରି ପରିବାରଙ୍କ ସମ୍ମୁଖରେ ମୃତ୍ୟୁ ପରେ କଣ ହୁଏ ଜାଣିବା ପାଇଁ ନିଜକୁ ଗୁଳି କରି ଦେଇଥିଲା । ଆଉ ପୁଲିସ ସେଠାରେ ତୁରନ୍ତ ପହଞ୍ଚିଲା ପରେ ମଧ୍ୟ ସେହି ନାବାଳକର ମୃତ୍ୟୁ ହୋଇ ଯାଇଥିଲା ।

ତେବେ ଗତ ୨ ମାସ ତଳେ ମିରଟର ଏକ ସ୍ଥାନରେ ଜଣେ ବିଟେକ ପଢୁଥିବା ଛାତ୍ରୀ ନିଜ ରୁମରେ ଆତ୍ମହତ୍ୟା କରିଥିଲେ । ଏହାର କାରଣ ଥିଲା, କି ତାଙ୍କର ପଡୋଶୀ ମାନେ କୌଣସି କଥା ପାଇଁ ତାଙ୍କର ଥଟ୍ଟାମଜା କରୁଥିଲେ । ଯାହାକୁ ନେଇ ସେ ଖୁବ ସମସ୍ୟାରେ ରହୁଥିଲେ । ଏବଂ ଘରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଥିଲେ ।

ଏଇଠି ଆପଣଙ୍କୁ କହି ରଖିବାକୁ ଚାହୁଁଛୁ, ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ । ଯେତେବେଳେ କାହାର କଥା ବା ନିଜର କୌଣସି ଜିନିଷକୁ ନେଇ ସମସ୍ୟାରେ ରହୁଛନ୍ତି, ତେବେ ନିଜକୁ ସମୟ ଦିଅନ୍ତୁ, ନିଜକୁ ବୁଝନ୍ତୁ ଏବଂ ନିଜକୁ ଭଲ ପାଇବାକୁ ଚେଷ୍ଟା କରନ୍ତୁ । ଯଦି କୌଣସି ବି ଆତ୍ମୀୟ ଲୋକଙ୍କୁ ନିଜର ମନ କଥା କହିବାକୁ ଚାହୁଁଛନ୍ତି, ତେବେ କହି ଦିଅନ୍ତୁ । ମନେ ରଖନ୍ତୁ, ଜୀବନ ଖୁବ ଛୋଟ । ଜୀବନରେ ସୁଖଦୁଃଖ ସବୁବେଳେ ଲାଗିରହିବ । କିନ୍ତୁ ତାକୁ ସାମ୍ନା କରିପାରୁଥିବା ଲୋକ ହିଁ ଜୀବନ ଯୁଦ୍ଧରେ ଜିତିଯାଏ । ତେଣୁ ନିଜକୁ କଷ୍ଟ ନଦେଇ ବୀର ପରି ସବୁ ସମସ୍ୟାର ସାମ୍ନା କରନ୍ତୁ । ଦେଖିବେ ସମସ୍ୟା ଖୁବ ଛୋଟ ଲାଗିବ । BE HAPPY ALWAYS



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
A 15-year-old boy shoots himself in front of his family | Argus News