Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚିକେନ ସ୍ବରମା ଖାଇ ଗଲା ୧୯ବର୍ଷୀୟ ଯୁବକଙ୍କ ଜୀବନ

Ritu Das
Browse all articles by Ritu Das
·2 years ago·2 min read
ଚିକେନ ସ୍ବରମା ଖାଇ ଗଲା ୧୯ବର୍ଷୀୟ ଯୁବକଙ୍କ ଜୀବନ

ଅର୍ଗସ ବ୍ୟୁରୋ: ଦୁନିଆରେ ସ୍ବାଦିଷ୍ଟ ଖାଇବା କାହାକୁ ଭଲ ନ ଲାଗେ କହିଲେ। କିଛି ଲୋକ ତ ଏମିତି ଫୁଡି ଯେ, ନିଜ ମନ ପସନ୍ଦର ଖାଦ୍ୟ ଖାଇବାକୁ ଯେତେ ଦୂର ହେଲେ ବି ପଛାନ୍ତି ନାହିଁ। ଏବେକାର ଯୁବପିଢ଼ି ଷ୍ଟ୍ରିଟ ଫୁଡ ଖାଇବାକୁ ଯେମିତି ପାଗଳ। ଚିକେନ ସ୍ବରମା ପ୍ରାୟ ସମସ୍ତଙ୍କର ପାଟିରୁ ଲାଳ ଗଡ଼ି ଆସେ। କିନ୍ତୁ ଏହି ସ୍ବରମା ଖାଇବାପରେ ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି। ଏହି ଘଟଣା ଶୁଣିଲେ ନିଶ୍ଚିତ ସମସ୍ତଙ୍କୁ ଡର ଲାଗିବ। କିନ୍ତୁ ଘଟଣାଟି ପୁରା ସତ କଥା। ଏଭଳି ଘଟିଛି ମୁମ୍ବାଇରେ ସ୍ବରମା ଖାଇବା ପରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। 

ଏହି ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରଥମେଶ ଭୋକେଶ ନାମକ ଜଣେ ୧୯ବର୍ଷୀୟ ଯୁବକ ଟ୍ରମ୍ବେ ସ୍ଥିତ ଏକ ଷ୍ଟଲରୁ ଖାଇବା ପାଇଁ ଚିକେନ ସ୍ବରମା ଗତ ୩ ତାରିଖରେ ଅର୍ଡର କରିଥିଲେ। ଏହାପରେ ଚିକେନ ସ୍ବରମା ଖାଇଥିଲେ। ଗତ ୪ ତାରିଖରେ ପ୍ରଥମେଶଙ୍କର ପେଟ ଦରଜ ହୋଇଥିଲା। ଏହାପରେ ଉକ୍ତ ଯୁବକଙ୍କ ବାନ୍ତି ପ୍ରବଳ ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ପୁଣି ପ୍ରଥମେଶଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କ ପରିବାର ଲୋକ ଗତ ୫ ତାରିଖରେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ଉକ୍ତ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ମୃତ୍ୟୁ ଘଟିଛି। 

ବାରମ୍ବାର ହସ୍ପିଟାଲ ନେଇଥିଲେ ମଧ୍ୟ ଯୁବକଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁ ନ ଥିଲା। 
ପୋଲିସ ଅଧିକାରୀଙ୍କ କହିବା ଅନୁର୍ଯାୟୀ ଷ୍ଟଲରେ ବିକ୍ରି ହେଉଥିବା ଖାଦ୍ୟର ମାନ ଯାଞ୍ଚ କରିବାପାଇଁ ପଠାଯାଇଥିଲା। ଖରାପ ଖାଦ୍ୟ ହୋଇଥିବାରୁ ଷ୍ଟଲର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦଫା ୩୦୪ ଅନୁଯାୟୀ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
A 19-year-old boy | Argus News