ରାଜସ୍ଥାନର ଦସୁଆରେ ବୋରଓ୍ବେଲରେ ଫସିଛି ୨ବର୍ଷର ଶିଶୁ
·1 year ago

ଅର୍ଗସ ବ୍ୟୁରୋ: ରାଜସ୍ଥାନର ଦସୁଆରେ ଖୋଲା ବୋରୱେଲ ଭିତରେ ଖସି ପଡିଛି ଏହ ୨ ବର୍ଷର ଶିଶୁ କନ୍ୟା। ବୁଧବାର ଦିନ ଏହି ଘଟଣା ଘଟିଥିବା ବେଳେ ଘଟଣାକୁ ୧୫ ଘଣ୍ଟା ବିତିଗଲାଣି। ଏବେ ଏନଡିଆରଏଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ବୋରୱେଲକୁ ଖସି ପଡିଥିବା ଶିଶୁ କନ୍ୟାକୁ ଅକ୍ସିଜେନ ପ୍ରଦାନ କରାଯାଇଛି ଏବଂ ଏବେ ତାର ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ଏନଡିଆରଏଫ୍ ପକ୍ଷରୁ କୁହାଯାଇଛି। ଏହି ବୋରୱେଲଟି ପ୍ରାୟ ୩୫ ଫୁଟ୍ ଗଭୀର ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଶିଶୁକନ୍ୟାକୁ ସୁରକ୍ଷିତ ଉଦ୍ଧାର କରିବାକୁ ଏନଡିଆରଏଫ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
