ବୋରୱେଲ୍ ରେ ଖସିପଡିଲା 6 ବର୍ଷର ଶିଶୁ
·2 years ago

ଅର୍ଗସ ବ୍ୟୁରୋ: ବୋରଓ୍ବେଲରେ ପୁଣି ଖସିଲା ଶିଶୁ । ମଧ୍ୟପ୍ରଦେଶ ରେଓ୍ବା ଜିଲ୍ଲାରେ ବୋରଓ୍ବେଲ ଭିତରେ ଏକ ୬ବର୍ଷର ଶିଶୁ ଖସି ପଡିଛି । ଶିଶୁଟିକୁ ଉଦ୍ଧାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ୟମ । ଶିଶୁଟି ଖସି ପଡିଥିବା ବୋରଓ୍ବେଲର ଗଭୀରତା ପ୍ରାୟ ୭୦ ଫୁଟ ରହିଛି । ଶିଶୁଟି ୪୫-୫୦ ଫୁଟ ଗଭୀରତାରେ ଅଟକି ରହିଥିବା ଜଣାପଡୁଛି । ତାର ଗତିବିଧି ଉପରେ କ୍ୟାମେରା ସାହାଯ୍ୟରେ ନଜର ରଖାଯାଇଛି । ଶିଶୁକୁ ଉଦ୍ଧାର ପାଇଁ ଏଡିଆରଏଫ୍ ଟିମ୍ ମଧ୍ୟ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଛନ୍ତି । ସେମାନେ ଏକ ସମାନ୍ତରାଳ ସୁଡଙ୍ଗ ଖୋଳି ଶିଶୁ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ।
ଆହୁରି ପଢନ୍ତୁ ଭାରତ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: