Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

National

ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

Rashmita Mishra
Browse all articles by Rashmita Mishra
·1 year ago
ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ଅର୍ଗସ ବ୍ୟୁରୋ: ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ଏବଂ ରାଜ୍ୟକୁ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଲଣ୍ଡନସ୍ଥିତ ୱାର୍ଲଡ୍ ଟ୍ରାଭେଲ୍ ମାର୍କେଟରେ ଉଦଘାଟନ ହେଲା ଓଡ଼ିଶା ଷ୍ଟାଣ୍ଡ। ଲଣ୍ଡନ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ  ଦ୍ବାରା ଏହାର ଉଦଘାଟନ ହୋଇଛି। ୱାର୍ଲଡ ଟ୍ରାଭେଲ୍ ମାର୍କେଟ୍ ହେଉଛି ସାରା ବିଶ୍ବର ପର୍ଯ୍ୟଟନ ସମୁଦାୟକୁ ଏକାଠି କରୁଥିବା ବୈଶ୍ବିକ ମଞ୍ଚ । ଏହା ବିଚାରର ଆଦାନ ପ୍ରଦାନ ଏବଂ  ପର୍ଯ୍ୟଟନର ବିକାଶ ଦିଗରେ ସହାୟତା କରେ। ଓଡ଼ିଶାର ଲକ୍ଷ୍ୟ ହେଉଛି ୱାର୍ଲଡ ଟ୍ରାଭେଲ୍ ମାର୍କେଟରେ ନିବେଶ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ନିଜର ସମୃଦ୍ଧ ସାଂସ୍କୃତିକ ବିବିଧତା ଏବଂ ବିଶାଳ ପର୍ଯ୍ୟଟନ ସମ୍ଭାରର ପ୍ରଦର୍ଶନ କରିବା।


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A big initiative by the state government to promote Odisha tourism | Argus News