ଆଦିବାସୀ ଯୁବତୀ ଲକ୍ଷ୍ମୀମାଝୀ ମୃତ୍ୟୁ ମାମଲାରେ ବଡ଼ ଖୁଲାସା

ଅର୍ଗସ ବ୍ୟୁରୋ : ଚନ୍ଦ୍ରପୁରରେ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀମାଝୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଛି ସାଂଘାତିକ ତଥ୍ୟ। ମୃତାଙ୍କ ପୋଡିଯାଅଇଥିବା ଅନ୍ତବସ୍ତ୍ରରୁ ବ୍ଲଡ ଷ୍ଟେନ୍ ଓ ସିମେନ୍ ଷ୍ଟେନ୍ ଥିବା ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଖାଲି ଶେତିକି ନୁହେଁ ଗୁପ୍ତାଙ୍ଗରୁ ବି ମିଳିଛି ସିମେନ୍। ଏଥିସହିତ ଲକ୍ଷ୍ମୀମାଝୀ ଦୁଷ୍କର୍ମର ଶିକାର ହୋଇଥିବା ନେଇ ସନ୍ଦେହ ବଢିବାରେ ଲାଗିଛି। ଲକ୍ଷ୍ମୀମାଝୀଙ୍କ ବାପା ମଧ୍ୟ ତାଙ୍କ ଝିଅକୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବାର ଅଭିଯୋଗ କରିଥିଲେ ।
ତେବେ ଘଟଣାକୁ ବର୍ଷ ବିତିଯାଇଥିଲେ ବି ପୋଲିସର ହାତ ଖାଲି । କେମିତି ମୃତ୍ୟୁ ହେଲା ଲକ୍ଷ୍ମୀମାଝୀଙ୍କର, ହତ୍ୟା ନା ଆତ୍ମହତ୍ୟା, କିଏ ପୋଡିଦେଲା ତାଙ୍କୁ ଏ ତମାମ୍ ପ୍ରଶ୍ନର ଉତ୍ତର ଖୋଜିପାରିନି ପୋଲିସ । ଲକ୍ଷ୍ମୀମାଝୀଙ୍କ କେମିତି ମୃତ୍ୟୁ ହେଲା ସେନେଇ ଫାଇନାଲ୍ ଫୋରେନସିକ୍ ରିପୋର୍ଟକୁ ଏବେବି ଅପେକ୍ଷା କରିଛି ରାୟଗଡା ପୋଲିସ।
2023 ଡିସେମ୍ବରରେ ରାୟଗଡା ଚନ୍ଦ୍ରପୁର ହସପିଟାଲ ପରିସରରୁ ଉଦ୍ଧାର ହୋଇଥିଲା ଦିବ୍ୟାଙ୍ଗ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ମୃତ ଦେହ। ଅତି ଜଘନ୍ୟ ଭାବେ ହତ୍ୟା କରି ଲକ୍ଷ୍ମୀଙ୍କୁ ପୋଡି ଦେଇଥିଲେ ଦୃବୁର୍ତ୍ତ। ସେତେବେଳର ଆଇନମନ୍ତ୍ରୀ ତଥା ଆଦିବାସୀ ନେତା ଜଗନ୍ନାଥ ସାରକା ବି ଥିଲେ ବିବାଦରେ। ନାଚ-ଗୀତରେ ମସଗୁଲଥିଲେ ବି ଥରୁଟିଏ ବି ଭେଟିଲେନି ପିଡୀତାଙ୍କ ପରିବାରକୁ। ସେପଟେ ବିଜେପି ମହିଳା ମୋର୍ଚ୍ଚା କରିଥିଲା ହଲ୍ଲାବୋଲ। ବିଜେପି ସରକାର ଗଠନ ପରେ ଲକ୍ଷ୍ମୀମାଝୀଙ୍କ ବାପା ବେଲଧର ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି ନ୍ୟାୟ ମାଗିଥିଲେ। ଏହାପରେ ପୋଲିସକୁ ରିପୋର୍ଟ ମାଗିଥିଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର।
କାହିଁକି ବର୍ଷେ ପରେ ବି ପୋଲିସ ହାତ ଖାଲି, ମାମଲାକୁ ଚାପି ଦେବା ପାଇଁ କିଏ ପକାଇଥିଲା ଚାପ, ନବୀନ ସରକାରରେ କୁନ୍ଦୁଲି, ଟିକିରି, ପିପିଲି ପିଡାତାଙ୍କୁ ବି ମିଳିନଥିଲା ନ୍ୟାୟ । ମମିତା ତଦନ୍ତ ବି ବାଟବଣା। ଏବେ ପ୍ରଶ୍ନ ଆଦିବାସୀ ପରିବାରକୁ ନ୍ୟାୟ ଦେବେ କି ଆଦିବାସୀ ମୁଖ୍ୟମନ୍ତ୍ରୀ।
