ଟିଏମସି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ହଫିଜୁଲ ଶେଖଙ୍କ ମୃତ୍ୟୁ ଅଭିଯୋଗ
·2 years ago

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନଦିଆରେ ନିର୍ବାଚନୀ ହିଂସା । ଟିଏମସି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ହଫିଜୁଲ ଶେଖଙ୍କ ମୃତ୍ୟୁ ଅଭିଯୋଗ । ଗତକାଲି ଶେଷ ପର୍ଯ୍ୟୟ ଭୋଟ ଥିବା ବେଳେ ଦୁର୍ବୃତ୍ତ ମାନେ ହଫିଜୁଲଙ୍କୁ ହତ୍ୟା କରିବା ସହ ତାଙ୍କୁ ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି । ଘଟଣାରେ ୧୦-୧୧ଜଣ ଟିଏମ କର୍ମୀଙ୍କ ସଂପୃକ୍ତି ଥିବା ଦକ୍ଷିଣ-ନଦିଆ ଜିଲ୍ଲା ବିଜେପି ସଭାପତି ଅର୍ଜୁନ ବିଶ୍ୱାସ ଦାବି କରିଛନ୍ତି ।
ସେପଟେ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ହଫିଜୁଲଙ୍କ ପରିବାର । ଚଳିତ ଲୋକସଭା ନିର୍ବାଚନରେ ନଦିଆର ଅଳ୍ପ ସଂଖ୍ୟକ ବର୍ଗଙ୍କ ନେତୃତ୍ୱ ନେବା ସହ ବହୁ ଲୋକଙ୍କୁ ବିଜେପିରେ ମିଶାଇଥିଲେ ହଫିଜୁଲ । ଯାହାକୁ ନେଇ ଟିଏମସି କର୍ମୀ ଆକ୍ରୋଶମୂଳକ ଭାବେ ହତ୍ୟା କରିଥିବା କୁହାଯାଉଛି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: