Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ଉତ୍ସାହିତ କ୍ରିକେଟ ପ୍ରେମୀ

Manini Pattanayak
Browse all articles by Manini Pattanayak
·2 years ago·1 min read
ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ଉତ୍ସାହିତ କ୍ରିକେଟ ପ୍ରେମୀ

ନୂଆଦିଲ୍ଲୀ:  ଟି-20 ବିଶ୍ବକପରେ ମୁହାଁମୁହିଁ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ। ସୁପର ସନଡେରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ। ଦୁଇ ଦେଶର କ୍ରୀଡା ପ୍ରେମୀଙ୍କ ସମେତ ଏହି ମ୍ୟାଚ ଉପରେ ରହିଛି ସାରା ବିଶ୍ବର ନଜର। ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଚାଲିଥିବା ଟି-20 ବିଶ୍ବକପରେ ଭାରତ ବନାମ ପାକିସ୍ତାନ। ସୁପର ସଣ୍ଡେରେ ହେବାକୁ ଥିବା ଏହି ହାଇଭୋଲଟେଜ ମ୍ୟାଚ ଦେଖିବା ପାଇଁ କିକ୍ରେଟ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ଭାରତ ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିବା ବେଳେ ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ ଆମେରିକାଠାରୁ ହାରିଯାଇଥିଲା।  ସେପଟେ ମ୍ୟାଚ ପୂର୍ବରୁ ଭାରତ କରିଛି ଜୋରଦାର ଅଭ୍ୟାସ ।

ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଅପରାଜେୟ ରହିଥିବା ଭାରତ ‌କିନ୍ତୁ ୨୦୨୧ରେ ପ୍ରଥମ ଥର ପାଇଁ ଏହି ଦଳଠୁ ପରାସ୍ତ ହୋଇଥିଲା। ତେବେ 2022ରେ ବିରାଟ କୋହଲିଙ୍କ ଜବରଦସ୍ତ ଇଂନିସ ବଳରେ ଭାରତ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିଲା। ତେବେ ବିଶ୍ବକପ୍‌ରେ ପାକିସ୍ତାନ ଉପରେ ଭାରତର ଆଧିପତ୍ୟ ରହିଆସିଛି। ‌2021ରେ ପାକିସ୍ତାନ ପରାଜୟ ଧାରା ଭାଙ୍ଗିଥିଲେ ସୁଦ୍ଧା ଭାରତ 6-1ରେ ଆଗୁଆ ରହିଛି। ନ୍ୟୁୟର୍କର ନସାଉ କାଉଣ୍ଟି କ୍ରିକେଟ ଷ୍ଟାଡିଅମରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଏଠାରେ ଲୋ-ସ୍କୋରିଂ ମ୍ୟାଚ୍ ହେଉଛି। ଏହା ସହିତ ନସାଉ ଷ୍ଟାଡିଅମର ଡ୍ରପ୍-ଇନ୍ ପିଚକୁ ନେଇ ବିବାଦ ବି ଦେଖା ଦେଇଥିଲା। ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ ବେଳେ ଅସାମାନ୍ୟ ବାଉନ୍ସ ଲାଗି ରୋହିତ ଶର୍ମା ଓ ଋଷଭ ପନ୍ତ ଆହତ ମଧ୍ୟ ହୋଇଥିଲେ। 
ଅଧିକ ପଢନ୍ତୁ କ୍ରୀଡା ଖବର 

 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A cricket lover who is passionate about high voltage matches | Argus News