Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୃଥିବୀ ଉପରେ ମାଡ଼ିଆସୁଥିଲା ୨୦୦୦ ଫୁଟର ବିପଜ୍ଜନକ ଏଷ୍ଟ୍ରୟଡ

Ritu Das
Browse all articles by Ritu Das
·2 years ago·1 min read
ପୃଥିବୀ ଉପରେ ମାଡ଼ିଆସୁଥିଲା ୨୦୦୦ ଫୁଟର ବିପଜ୍ଜନକ ଏଷ୍ଟ୍ରୟଡ

ଅର୍ଗସ ବ୍ୟୁରୋ: ଆମ ପୃଥିବୀ ଅଳ୍ପକେ ବର୍ତ୍ତିଗଲା। କାରଣ ପୃଥିବୀ ଉପରକୁ ଏକ ବଡ଼ ବିପଦ ମାଡ଼ିଆସିଥିଲା। ୨୦୦୦ ଫୁଟ ଚଉଡାର ବିପଜ୍ଜନକ `ସିଟି କିଲର' ଏଷ୍ଟ୍ରୟଡ ବା ପଥର ପୃଥିବୀରେ ମାଡ଼ ହୋଇଥାନ୍ତା। ଏହା ଯଦି ପୃଥିବୀ ଉପରେ ପଡ଼ିଥାନ୍ତା ତେବେ ଏହା ପ୍ରଭାବରେ ପୃଥିବୀର କିଛି ସହର ଧ୍ବଂସ ହୋଇଯାଇଥାନ୍ତା। କାରଣ ଏହି ପଥର ଏତେ ଦ୍ରୂତଗତିରେ ମାଡ଼ି ଆସୁଥିଲା ଯେ, ସବୁ ରେକର୍ଡ ଭାଙ୍ଗି ଦେଇଛି। 

ଏଷ୍ଟ୍ରୟଡ 2013NK4 ଆକ୍ରମଣ ଯୋଗୁ ପୃଥିବୀର କିଛି ଅଂଶ ଧ୍ବସ ପାଇବାରୁ ରକ୍ଷା ପାଇଯାଇଛି। ଏହି ଘଟଣା ୨୦୨୪ ମସିହା ଏପ୍ରିଲ ୧୫ ତାରିଖରେ ଘଟିଛି। ୨୦୦୦ ଫୁଟ ଚଉଡା ଏହି ଏଷ୍ଟେରୟଡ ପୃଥିବୀର ବହୁତ ନିକଟ ଦେଇ ଗଲା। ଏହା ଚନ୍ଦ୍ରମା ପୃଥିବୀ ଦୂରତାର ୮ଗୁଣ ଦୂରତା ଦେଇ ଅତିକ୍ରମ କଲା। କିନ୍ତୁ ଅନ୍ତରୀକ୍ଷରେ ଏହି ଦୂରତା ଅଧିକ ହୋଇ ନ ଥାଏ। ଏହି ଏଷ୍ଟ୍ରୟଡ ପୃଥିବୀର କୌଣସି ଏକ ସହରକୁ ଧ୍ବଂସ କରିବାର କାରଣ ହୋଇପାରିଥାନ୍ତା। ଏହା ପୃଥିବୀର ଏତେ ନିକଟତର ହୋଇଥିଲା ଯେ, ଏହାର ଦୃଶ୍ୟ ଏବେ ବି ଚାହିଁଲେ ଆପଣ ଟେଲିସ୍କୋପ ମାଧ୍ୟମରେ ଦେଖିପାରିବେ। ଏବେ ବି ଏହାକୁ ନେଇ ଭୟ ଲାଗିରହିଛି। ଆସନ୍ତା ୫ବର୍ଷ ମଧ୍ୟରେ ଏହା ପୁଣି ପୃଥିବୀର ନିକଟତର ହେବାର ସମ୍ଭାବନା ରହିଛି। ଏଥର ୩୨ ଲକ୍ଷ କିଲୋମିଟର ଦେଇ ପୃଥିବୀର ନିକଟତର ହୋଇଥିଲା। ତେବେ ଏହାର ଗତି ଘଣ୍ଟା ପ୍ରତି ୫୯ ହଜାର କିଲୋମିଟର ଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A dangerous asteroid | Argus News