Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମା’ର ମୃତ୍ୟୁ ଉପରୁ ପର୍ଦ୍ଦା ହଟାଇଲା କୁନି ଝିଅ: ଚିତ୍ର ଆଙ୍କି ଖୋଲିଲା ରହସ୍ୟ

Ritu Das
Browse all articles by Ritu Das
·1 year ago·2 min read
ମା’ର ମୃତ୍ୟୁ ଉପରୁ ପର୍ଦ୍ଦା ହଟାଇଲା କୁନି ଝିଅ: ଚିତ୍ର ଆଙ୍କି ଖୋଲିଲା ରହସ୍ୟ

ମା’ର ମୃତ୍ୟୁ ଉପରୁ ପର୍ଦ୍ଦା ହଟାଇଲାକ କୁନି ଝିଅ । ଉତ୍ତର ପ୍ରଦେଶ ଝାନ୍ସିର ପଞ୍ଚବଟୀ ଶିବ ପରିବାର କଲୋନୀର ଘଟଣା । ସୋମବାର ୨୭ବର୍ଷୀୟା ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଯାହାକୁ ଶାଶୁଘର ଲୋକେ ଆତ୍ମହତ୍ୟା ବୋଲି କହିଥିଲେ । କିନ୍ତୁ ତାହା ଆତ୍ମହତ୍ୟା ନ ଥିବା ବରଂ ଥିଲା ହତ୍ୟା । କୁନି ଝିଅର ଡ୍ରଇଂ ସତ ଉପରୁ ପର୍ଦ୍ଦା ହଟେଇଛି । ବାପା, ଜେଜେମା’ କିପରି ହତ୍ୟା କରିଛନ୍ତି ତାକୁ ଗୋଟି ଗୋଟି ବଖାଣିଛନ୍ତି କୁନି ଝିଅ। ୪ ବର୍ଷ ବୟସର ଝିଅ ଖନେଇ ଖନେଇ ସବୁ ବଖାଣିଥିଲେ । ସୋମବାର ଦିନ ସନ୍ଦେହଜନକ ଅବସ୍ଥାରେ ସୋନାଲିଙ୍କ ମୃତ୍ୟୁ ହୋଇଥିଲା । ଶାଶୁଘର ଲୋକେ ସୋନାଲିଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


ଏମିତି କଲେ ବାପା: ଡାକ୍ତରଖାନାରେ କୁନି ଝିଅ ଦର୍ଶିତା ଚିତ୍ର ଆଙ୍କି ସବୁ କହିଛି । ‘ବାପା ମାଡ଼ଦେଇ ମା’ଙ୍କୁ ମାରିଦେଲେ । ଏହାପରେ ଦରମରା ଅବସ୍ଥାରେ ମା’ ଗଳାରେ କପଡ଼ା ଲଗେଇ ଫ୍ୟାନରେ ଝୁଲେଇଦେଲେ । ପରେ ଏକ ପଥରରେ ମା’ଙ୍କ ମୁଣ୍ଡକୁ ବାଡେଇ ଦେଲେ । ଏହାର କିଛି ସମୟ ପରେ ସୋନାଲିଙ୍କ ମୃତଦେହକୁ ଆଣି ଏକ ବସ୍ତାରେ ଭର୍ତ୍ତି କରିଥିଲେ ବାପା । ପୂର୍ବରୁ ସୋନାଲିଙ୍କୁ ଜୀବନରୁ ମାରିବା ପାଇଁ ସନ୍ଦିପ କହୁଥିଲେ । ଥରେ କୁନି ଝିଅ ସାହସ କରି ବାପାଙ୍କୁ ତାଗିଦ୍ କରି କହିଥିଲା; ଯଦି ତୁମେ ମୋ ମା’କୁ ଆଉଥରେ ମାରଧର କର ତେବେ ମୁଁ ତୁମ ହାତ ଭାଙ୍ଗିଦେବି । ଯାହାର ଉତ୍ତରରେ ସନ୍ଦିପ କହିଥିଲେ, ସେ ମରିବ… ଆଉ ତତେ ବି ମୁଁ ମାରିଦେବି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୋନାଲିଙ୍କ ବାପା ସଞ୍ଜୀବ ତ୍ରିପାଠୀଙ୍କ ଘର ଟିକମଗଡ଼ ମଧ୍ୟପ୍ରଦେଶରେ । ୨୦୧୯ରେ ସନ୍ଦିପ ସୋନାଲିଙ୍କ ବାହାଘର ହୋଇଥିଲା । ବାହାଘରବେଳେ ଯୌତୁକ ବାବଦକୁ ୨୦ ଲକ୍ଷ ଟଙ୍କା ଦେଇଥିଲେ ସଞ୍ଜୀବ । ସନ୍ଦିପ ପେଶାରେ ଜଣେ ମେଡିସିନ୍ ରିପ୍ରେଜିଣ୍ଟେଟର । ବାହାଘର ପରେ ସନ୍ଦିପଙ୍କ ଘର ଲୋକଙ୍କ ଆବଶ୍ୟତା ବଢ଼ି ଚାଲିଥିଲା । ସେମାନେ କାର୍ ପାଇଁ ସବୁବେଳେ ଦାବି କରୁଥିଲେ । କିନ୍ତୁ ସଞ୍ଜୀବ କାର୍ ଦେବା ଲାଗି ସକ୍ଷମ ନୁହନ୍ତି ବୋଲି କହିଥିଲେ । ଏହାପରଠାରୁ ସୋନାଲିଙ୍କ ଉପରେ ଶାଶୁଘରର ନିର୍ଯାତନା ବଢ଼ିଚାଲିଥିଲା।

Sponsored
A daughter lifted the veil on her mother's death: She painted a picture and revealed the mystery. | Argus News