Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦିନକ ପରେ ଆରମ୍ଭ ହେବ ମହାକୁମ୍ଭ ମେଳା , ବ୍ୟାପକ ପ୍ରସ୍ତୁତି ଆରମ୍ଭ

National

ଦିନକ ପରେ ଆରମ୍ଭ ହେବ ମହାକୁମ୍ଭ ମେଳା , ବ୍ୟାପକ ପ୍ରସ୍ତୁତି ଆରମ୍ଭ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଦିନକ ପରେ ଆରମ୍ଭ ହେବ ମହାକୁମ୍ଭ ମେଳା , ବ୍ୟାପକ ପ୍ରସ୍ତୁତି ଆରମ୍ଭ

ଅର୍ଗସ ବ୍ୟୁରୋ :  ଦିନକ ପରେ ଆରମ୍ଭ ହେବାକୁ ଯାଉଛି ପ୍ରୟାଗରାଜରେ ମହାକୁମ୍ଭ । ମହାକୁମ୍ଭରେ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଜାନୁଆରୀ 13 ରୁ ଫେବୃଆରୀ 26 ଯାଏଁ ଚାଲିବ ମହାକୁମ୍ଭ । ସେପଟେ ମହାକୁମ୍ଭକୁ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେଇଛି ଉତ୍ତର ପ୍ରଦେଶ ପୋଲିସ ।


ଏଆଇ ଟୋକନୋଲୋଜିର ଉପଯୋଗ ସହ କୁମ୍ଭମେଳା ସ୍ଥଳରେ ଲାଗିଛି 4 ହଜାର କ୍ୟାମେରା । ସାଇବର ଠକଙ୍କ ଉପରେ ବି ରହିଛି ନଜର । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଥିବାବେଳେ ପରିବେଶକୁ ସ୍ବଚ୍ଛ ରଖିବାକୁ ବହୁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ଦେଶ, ବିଦେଶରୁ ସାଧୁ, ସନ୍ଥଙ୍କ ସମେତ ଚଳିତ ବର୍ଷ ମହାକୁମ୍ଭରେ ବିଶ୍ବର ବିଭିନ୍ନ ୟୁନିଭରସିଟିରୁ ଶିକ୍ଷାବିତ ମଧ୍ୟ ଯୋଗଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରୟାଗରାଜରେ ମହାକୁମ୍ଭ ପୂର୍ବରୁ ମୋଟ୍ ୮୬୦୦ କୋଟି ଟଙ୍କାରେ ୫୫୦ରୁ ଅଧିକ ପ୍ରକଳ୍ପର ନିର୍ମାଣ କରାଇଛନ୍ତି ମୋଦି ସରକାର ।ପୂର୍ବରୁ ୨୦୧୯ରେ ଯେବେ ପ୍ରୟାଗରାଜରେ କୁମ୍ଭର ଭବ୍ୟ ଆୟୋଜନ ହୋଇଥିଲା, ସେତେବେଳେ ବି ପିଏମ ମୋଦି ସଙ୍ଗମ ନଗରୀ ଯାଇଥିଲେ । ସେତେବେଳେ ମୋଦି ନା କେବଳ ଗଙ୍ଗାପୂଜନ କରିଥିଲେ, ବରଂ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରି ସେମାନଙ୍କ ଚରଣ ଧୋଇଥିଲେ । ଆଉ ଏଥର ସାଧୁସନ୍ଥଙ୍କ ଅଭିବାଦନ ଗ୍ରହଣ କରିଛନ୍ତି ପିଏମ୍ । ମୋଟାମୋଟି ଏବେ ଦିବ୍ୟ, ଭବ୍ୟ ମହାକୁମ୍ଭର ଦର୍ଶନ କରିବେ ଦେଶବାସୀ ।

Sponsored
A day later, the Mahakumbh Mela will begin, and extensive preparations will begin | Argus News