Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହିଳାଙ୍କ ସ୍ୱାଧୀନତା ଓ ସଫଳତାକୁ ପାଳନ କରିବାକୁ ଦିନଟିଏ

Ritu Das
Browse all articles by Ritu Das
·2 years ago·1 min read
ମହିଳାଙ୍କ ସ୍ୱାଧୀନତା ଓ ସଫଳତାକୁ ପାଳନ କରିବାକୁ ଦିନଟିଏ

ଅର୍ଗସ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଛି । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । ଏହାସହ ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକରୁ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ ।

ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢ଼ିଲେଣି । ଅନେକ କ୍ଷେତ୍ରରେ ସେମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କି କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି ମହିଳାମାନେ । ତେବେ ସେମାନେ କିପରି ଆହୁରି ଆଗକୁ ଆଗକୁ ବଢ଼ିପାରିବେ, ସେ ନେଇ ଆଲୋଚନା ହୁଏ । ଅନ୍ତର୍ଜାତୀୟ ମହିଳା ଦିବସରେ ଚଳିତ ବର୍ଷ ଥିମ୍ ରହିଛି “ ଇନଭେଷ୍ଟ ଇନ୍ ୱିମେନ ମାନେ ମହିଳାଙ୍କ ଉପରେ ନିବେଶ ପ୍ରଗତିକୁ କରିବ ତ୍ୱରାନ୍ୱିତ । ଆଜି ସାରା ବିଶ୍ୱରେ ଏହି ଦିବସକୁ ପାଳନ କରାଯାଉଛି। ସମସ୍ତଙ୍କ ଉନ୍ନତି ପଛର କାରଣ ଜଣେ ମହିଳା ହିଁ ହୋଇଥାନ୍ତି। ଆଜି ଯଦି ଆପଣ ସେହି ନାରୀଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛନ୍ତି। ତାହାଲେ ଆଜି ଭଳି ଖାସ ଦିନରେ ଆପଣ ତାଙ୍କୁ ନିଶ୍ଚିତ ଭାବେ ଧନ୍ୟବାଦ ଜଣାନ୍ତୁ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A day to celebrate | Argus News