ମାଟି ଖୋଳୁ ଖୋଳୁ ମିଳିଲା ହୀରା
·1 year ago·1 min read

ଅର୍ଗସ ବ୍ୟୁରୋ: କଥାରେ ଅଛି ଭାଗ୍ୟ ଯେତେବେଳେ ବଦଳେ, ପଥର ଧରିଲେ ବି ସୁନା ହୁଏ । ଆଉ ଯଦି ଭାଗ୍ୟ ଖରାପ ପଡ଼େ ତାହାଲେ ସୁନା ଧରିଲେ ବି ମାଟି ହୋଇଯାଏ । ଠିକ୍ ଏମିତି କିଛି ଘଟଣା ଘଟିଛି ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ । କାରଣ ରାତାରାତି ଜଣେ ଚାଷୀ ହୋଇଗଲେ ଲକ୍ଷପତି । ଦିଲ୍ଲୀପ ମିସ୍ତ୍ରୀ ନାମକ ଜଣେ କୃଷକ ଏବଂ ତାଙ୍କର ୩ ଜଣ ସାଥୀଙ୍କୁ ୧୬.୧୦ କ୍ୟାରେଟ୍ର ହୀରା ମିଳିଛି। ଯାହାର ମୂଲ୍ୟ ପାଖାପାଖି ୮୦ ଲକ୍ଷ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ ଦିଲ୍ଲୀପ ତାଙ୍କ ୩ ଜଣ ସାଙ୍ଗ ଜରୁଆପୂରରେ ଥିବା ନିଜ ଜମିରେ ହଳ କରୁଥିବା ସମୟରେ ଏହି ହୀରା ପାଇଛନ୍ତି । ବାସ୍ତବରେ ଜରୁଆପୂର ଏକ ଖଣି ଅଞ୍ଚଳ ଅଟେ। ତେବେ ହୀରାର ସମୁଦାୟ ଟଙ୍କାରୁ ୧୧.୫୦% ଡାଇମଣ୍ଡ ଅଫିସକୁ ଯିବ ଏବଂ ବାକି ଦିଲ୍ଲୀପ ଏବଂ ତାଙ୍କ ସାଥୀଙ୍କୁ ମିଳିବ। ଦିଲ୍ଲୀପ କହିଛନ୍ତି ନିଜ ପରିବାରର ଆର୍ଥିକ ସ୍ଥିତି ସୁଧାରିବାରେ ସେ ଏହି ପଇସାର ବ୍ୟବହାର କରିବେ। ଆଗରୁ ମଧ୍ୟ ସେହି ଜମିରୁ ସେମାନଙ୍କୁ ୨ ରୁ ୩ ଟି ହୀରା ମିଳିଥିଲା।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: