Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 OT ରେ ଭାବି ପତ୍ନିଙ୍କ ସହ ପ୍ରି ଓ୍ୱେଡିଙ୍ଗ ଫଟୋ ସୁଟ୍‌ କରି ଚାକିରିରୁ ବିଦା ହେଲେ ଡାକ୍ତର 

Manini Pattanayak
Browse all articles by Manini Pattanayak
·2 years ago·1 min read
 OT ରେ ଭାବି ପତ୍ନିଙ୍କ ସହ ପ୍ରି ଓ୍ୱେଡିଙ୍ଗ ଫଟୋ ସୁଟ୍‌ କରି ଚାକିରିରୁ ବିଦା ହେଲେ ଡାକ୍ତର 

ନୂଆଦିଲ୍ଲୀ:  ଅପରେଶନ ଥିଏଟରରେ ଭାବି ପତ୍ନିଙ୍କ ସହ ପ୍ରି ଓ୍ୱେଡିଙ୍ଗ ଫଟୋ ସୁଟ୍‌ କଲେ ଡାକ୍ତର।  ଯାହାର ଭିଡଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।  ଡାକ୍ତରଙ୍କ ଏପରି କାର୍ଯ୍ୟ ପାଇଁ ଲୋକେ ନିନ୍ଦା ମଧ୍ୟ କରୁଛନ୍ତି।  ଘଟଣାଟି ହେଉଛି କର୍ଣ୍ଣାଟକର  ଚିତ୍ରଦୁର୍ଗ ଜିଲ୍ଲାର। ଡାକ୍ତରବାବୁଙ୍କର ଏପରି ହରକତରେ ରାଗି ଗଲେ ପ୍ରଶାସନ। ଆଉ ସାଙ୍ଗେ ସାଙ୍ଗେ ଡକ୍ତର ଅଭିଷେକଙ୍କୁ  ବହିଷ୍କାର କରିଦେଲେ  କର୍ଣ୍ଣାଟକ ସରକାର।  ଏନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ  ଦିନେଶ ଗୁଣ୍ଡୁ ରାଓ ସୋସିଆଲ ମିଡିଆ ପ୍ଲାଟପର୍ମ ଏକ୍ସରେ  ଟୁଇଟ୍‌ କରି ସୂଚନା ଦେଇଛନ୍ତି।   
ତେବେ ଭାଇରାଲ ହେଉଥିବା ଭିଡିଓରେ  ଡାକ୍ତର  ଜଣେ ରୋଗୀର ସର୍ଜରୀ କରୁଥିବାର ଦେଖାଯାଇଛି।

 ତାଙ୍କୁ ଏଥିରେସହାୟତା କରୁଛନ୍ତି ତାଙ୍କ ଭାବି ପତ୍ନି।  ଭିଡିଓର ଶେଷରେ  ଦେଖାଯାଇଛି ଯେ ଯେଉଁ ବ୍ୟକ୍ତି ଜଣଙ୍କର ସର୍ଜରୀ ହେଉଥିଲା ଅପରେଶନ ପରେ  ସେ ଉଠି ବସିଛନ୍ତି। ଭିଡିଓରେ  ପ୍ରି ଓ୍ୱେଡିଙ୍ଗ ସୁଟ୍‌  ପାଇଁ ଅପରେଶନ ଥିଏଟରରେ କ୍ୟାମେରା ଏବଂ ଲାଇଟ୍  ସହ  କିଛି ଲୋକ ମଧ୍ୟ ଉପସ୍ଥିତ ଥିଲେ।   ଡାକ୍ତରଙ୍କ ଏପରି କାର୍ଯ୍ୟକଳାପକୁ ଲୋକେ ତିବ୍ର ବିରୋଧ କରୁଛନ୍ତି। ଡାକ୍ତରଙ୍କ ଅଧା ବିଧାତା କୁହାଯାଇଥାଏ।  କାରଣ  ଲୋକଙ୍କୁ କଷ୍ଟରୁ ଉପସମ ଦେଇ ଜୀବନ ରକ୍ଷା କରିଥାନ୍ତି ଡାକ୍ତର। କିନ୍ତୁ ଏପରି କିଛି ଡାକ୍ତରଙ୍କ ପାଇଁ  ଉଭୟ  ଡାକ୍ତରି ପେସା  ଏବଂ  ହସ୍ପିଟାଲ ବଦନାମ ହେଉଛି। 

ଅଧିକ ଦେଖନ୍ତୁ : 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A doctor lost his job after he had a pre-wedding shoot with his fiancee inside an operation theatre at a hospital in Karnataka. | Argus News