Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗାଡି ପାର୍ଟ୍ସରେ ତିଆରି କଲେ ସ୍ବପ୍ନର ଘର , ଭିଡିଓ ହେଲା ଭାଇରାଲ

National

ଗାଡି ପାର୍ଟ୍ସରେ ତିଆରି କଲେ ସ୍ବପ୍ନର ଘର , ଭିଡିଓ ହେଲା ଭାଇରାଲ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
 ଗାଡି ପାର୍ଟ୍ସରେ ତିଆରି କଲେ ସ୍ବପ୍ନର ଘର , ଭିଡିଓ ହେଲା ଭାଇରାଲ

ଅର୍ଗସ ବ୍ୟୁରୋ :  ଘର ଭିତରକୁ ପଶିଗଲେ ଏମିତି ଲାଗିବ, ଯେପରି ଗୋଟେ ଗାଡିର ନୂଆ ଶୋରୁମ ଭିତରକୁ ଯାଇଛନ୍ତି । ଘରର ପ୍ରତି ଜିନିଷ ଗାଡିର ବିଭିନ୍ନ ପାର୍ଟ୍ସରେ ତିଆରି କରାଯାଇଛି । ତାଙ୍କ ଘରର ଏହି ଭିଡିଓକୁ ଜଣେ କଣ୍ଟେଣ୍ଟ କ୍ରିଏଟର ସୋସିଆଲ ମିଡିଆରେ ଶେୟାର କରିବା ପରେ ୟୁଜର୍ସମାନେ ତାଙ୍କ ଘରକୁ ଖୁବ ପ୍ରଶଂସା କରିଛନ୍ତି ।

କେରଳର ଜଣେ ବ୍ୟକ୍ତି ନିଜର ଗ୍ୟାରେଜରେ ଥିବା ଗାଡିର ବିଭିନ୍ନ ପାର୍ଟ୍ସରୁ ତିଆରି କରିଛନ୍ତି ନିଜର ସ୍ବପ୍ନର ଘର । ଯେଉଁଠି ଆପଣ ଦେଖିବାକୁ ପାଇବେ ଆମ୍ବାସଡର କାର ସୋଫା । ଘରର ପ୍ରତ୍ୟେକ କୋଣରେ ଥିବା ଜିନିଷ ଗାଡିର ପାର୍ଟ୍ସରେ ତିଆରି କରାଯାଇଛି । ଘରର ଲାଇଟ ବଜାଜ୍ ସ୍କୁଟରରୁ ତିଆରି କରାଯାଇଛି । ଟେବଲର ଭିତର ଡିଜାଇନରେ ସମ୍ପୁର୍ଣ୍ଣ ବାଇକର ବିଭିନ୍ନ ଇଞ୍ଜିନ ରହିଛି । ଘରର ସୋଫା ପୁରୁଣା ସ୍କୁଟରରୁ ତିଆରି କରାଯାଇଛି । ଘଣ୍ଟା ମଧ୍ୟ କାରର ଏକ ପାର୍ଟ୍ସରୁ ତିଆରି କରାଯାଇଛି । ବେସିନ ଗାଡିର ତେଲ ଇଞ୍ଜିନରୁ ତିଆରି କରାଯାଇଛି । ସେହିପରି ଘରର ଝରକା କାରର ଚକରୁ ତିଆରି କରାଯାଇଛି । ଏମିତିକି ଫ୍ରିଜ ମଧ୍ୟ କାରର ପାର୍ଟ୍ସରୁ ତିଆରି ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାକୁ ନେଇ ସେ ବ୍ୟକ୍ତି ଜଣକ କୁହନ୍ତି, ସେ ଜଣେ ଜେସିବି ଅପରେଟର ଥିଲେ । ତାଙ୍କ ପାଖରେ ଖୁବ କମ ଟଙ୍କା ଥିଲେ ମଧ୍ୟ ତାଙ୍କୁ ନିଜର ଏକ ସ୍ବପ୍ନର ଘର ତିଆରି କରିବାକୁ ବହୁତ ଇଚ୍ଛା ଥିଲା । କିନ୍ତୁ ତାଙ୍କର ଗାଡିମୋଟର ପ୍ରତି ଥିବା ଭଲ ପାଇବା ତାଙ୍କୁ ଏହି ଘର ତିଆରି କରିବାକୁ ପ୍ରେରଣା ଯୋଗଇଥିଲା । ତାଙ୍କ ପାଖରେ କାର କି ବାଇକ କିଣିବାକୁ ଟଙ୍କା ନଥିଲା, ହେଲେ ସେ କାର ଏବଂ ବାଇକୁ କିପରି ରିପେୟାର କରାଯାଇ ପାରିବ ତାହା ବେଶ ଭଲଭାବେ ଜାଣିଥିଲେ । ସେଥିପାଇଁ ସେ ଏପରି ଗ୍ୟାରେଜରେ ଥିବା ଗାଡିଗୁଡିକର ବିଭିନ୍ନ ପାର୍ଟସକୁ ନେଇ ଏ ଘର ତିଆରି କରିଥିଲେ ।
ଏହି ଭିଡିଓକୁ ପ୍ରିୟମ ସାରସ୍ବତ ନାମକ ଜଣେ କଣ୍ଟେଣ୍ଟ ରାଇଟର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି ।

ଏହି ଭିଡିଓକୁ ୟୁଜର୍ସମାନେ ଖୁବ ପସନ୍ଦ କରିଛନ୍ତି । ଜଣେ ଲେଖିଛନ୍ତି ମୁଁ ଆଜିଯାଏଁ ଯେତେ ଭଲ ଘର ଦେଖିଛି, ଏହି ଘର ସବୁଠୁ ବେଷ୍ଟ ଅଟେ । ସେହିପରି ଆଉ ଜଣେ ଲେଖିଛନ୍ତି ଘରର ପ୍ରତ୍ୟେକ ଡିଜାଇନରୁ ତାଙ୍କର ଅଟୋମୋବାଇଲ୍ସ ପ୍ରତି ଥିବା ଭଲପାଇବା ସମ୍ପୁର୍ଣ୍ଣ ଜଣାପଡୁଛି ।
ପ୍ରକୃତରେ ପାଖରେ ଟଙ୍କା ନଥିଲେ ମଧ୍ୟ ମନରେ ଇଚ୍ଛାଶକ୍ତି, ପରିଶ୍ରମ, କିଛି ନୂଆ କରିବାର ଦୃଢ ଇଚ୍ଛା ଥିଲେ କୌଣସି କାମ ବି ଅସମ୍ଭବ ନୁହେଁ ବୋଲି ସେ ପ୍ରମାଣ କରିଛନ୍ତି ।


Sponsored
A dream house made from garage parts , the video went viral | Argus News