Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଦୁନିଆର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଭାସୁଥିବା ପୋଷ୍ଟଅଫିସ

National

ଦୁନିଆର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଭାସୁଥିବା ପୋଷ୍ଟଅଫିସ

Ritu Das
Browse all articles by Ritu Das
·1 year ago·2 min read
ଦୁନିଆର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଭାସୁଥିବା ପୋଷ୍ଟଅଫିସ

ଅର୍ଗସ ବ୍ୟୁରୋ: ଶ୍ରୀନଗରର ଡାଲ ହ୍ରଦର ସୌନ୍ଦର୍ଯ୍ୟ କେବଳ ଭାରତରେ ନୁହେଁ ସାରା ଦୁନିଆର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। କାଶ୍ମୀରରେ ଥିବା ବିଭିନ୍ନ ହ୍ରଦରେ ଘର ଗୁଡ଼ିକ ଭାସୁଥିବାର ପର୍ଯ୍ୟଟକ ନିଶ୍ଚିତ ଦେଖିଥିବେ। ପର୍ଯ୍ୟଟକ ପ୍ଲାନ କରି ଉକ୍ତ କଟେଜରେ ନିଜ କ୍ବାଲିଟି ଟାଇମ ବିତାଇଥାନ୍ତି। ଏହାସହ କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରନ୍ତି। ତେବେ ଜୀବନରେ ଥରଟିଏ କାଶ୍ମୀର ଯିବାକୁ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। କାରଣ ଭାରତର ଭୂ-ସ୍ବର୍ଗ ହେଉଛି କାଶ୍ମୀର। ଆଉ ସତରେ ହିଁ ସ୍ବର୍ଗ ସେଇଠି। ଆପଣ କେବେ ଶୁଣିଛନ୍ତି ପାଣିରେ ପୋଷ୍ଟଅଫିସ ଭାସୁଥିବାର। ହଁ ଆଜ୍ଞା ଏହା ଏକଦମ ସତ। ଆମେ କହୁଛୁ ଶ୍ରୀନଗର ଡାଲ ହ୍ରଦରେ ଥିବା ପୋଷ୍ଟଅଫିସ କଥା। ଏହି ପୋଷ୍ଟ ଅଫିସ ହେଉଛି ୨୦୦ ବର୍ଷ ପୁରୁଣା। ଆଉ ପାଣିରେ ଭାସୁଥିବା ଏକମାତ୍ର ପୋଷ୍ଟଅଫିସ। 

ଦୁନିଆ ଦିନକୁ ଦିନ ଦ୍ରୂତ ଗତିରେ ପରିବର୍ତ୍ତନ ହେଉଛି। କିନ୍ତୁ ଏଭଳି କିଛି ଜିନିଷ ରହିଛି ଯାହା ପୂର୍ବ  ଭଳି ରହିଲେ ଭଲ। ନା କଣ କହୁଛନ୍ତି ଥରେ ଭାବିଲେ ଆପଣ ଶେଷ ଥର ଚିଠି କେବେ ଲେଖିଥିଲେ। କିମ୍ବା କୌଣସି କାମରେ କେବେ ପୋଷ୍ଟଅଫିସ ଯାଇଥିଲେ। ତେବେ ବର୍ତ୍ତମାନ ଆପଣ ଯଦି ଦେଖୁଥିବେ ପୋଷ୍ଟଅଫିସ ଏତେ ଲୋକ ଯାଉ ନାହାନ୍ତି। କିନ୍ତୁ ଆପଣ ଗୋଟିଏ କଥା ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ ଯେ, ଏଭଳି ଏକ ପୋଷ୍ଟ ଅଫିସ ରହିଛି ଯାହା ସବୁବେଳେ ବ୍ୟସ୍ତ। ଏହି ପୋଷ୍ଟଅଫିସରେ ଗ୍ରାହକମାନଙ୍କୁ ସବୁପକ୍ରାର ସୁବିଧା ମିଳିଥାଏ। 

୨୦୦ବର୍ଷ ପୁରୁଣା ଏହି ପୋଷ୍ଟଅଫିସକୁ ଇଂରେଜମାନେ ନିର୍ମାଣ କରିଥିଲେ। ହାଉସବୋଟ ସ୍ଥିତ ଏହି ପୋଷ୍ଟଅଫିସ ମଧ୍ୟରେ ଏକ ମ୍ୟୁଜିୟମ ରହିଛି। ଯେଉଁଥିରେ ବହୁ ପୁରୁଣା ଡାକଟିକେଟ ଗୁଡ଼ିକୁ ସଂରକ୍ଷିତ କରି ରଖାଯାଇଛି। ତେବେ ଯେଉଁ ପର୍ଯ୍ୟଟକ ଶ୍ରୀନଗର ଆସନ୍ତି ନିଶ୍ଚିତ ଏହି ପୋଷ୍ଟଅଫିସ ଆସି ଫଟୋସେସନ କରିଥାନ୍ତି। ଦିନକୁ ଶହ ଶହ ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସିଥାନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Argus Whatsapp Channel Mobile Top
Sponsored
A floating post | Argus News